ପ୍ରେମିକ ଟଙ୍କାରେ ପୋଲିସ ହୋଇ ପ୍ରେମିକକୁ ମିଛ କେସ ରେ ଜେଲ ପଠାଇଲା ପ୍ରେମିକା । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

କୁହାଯାଏ ଯେ ପ୍ରେମ ହେଉଛି ଶାଶ୍ୱତ,ପ୍ରେମ ଅମର, ପ୍ରେମ ପବିତ୍ର।ପ୍ରେମ କୌଣସି ଜାତି,ଗୋତ୍ର,ବର୍ଣ୍ଣ, ବୟସ କିଛି ଦେଖି ନଥାଏ।କିନ୍ତୁ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରିବା ସହିତ ବିବାହର ଅର୍ଥ କୁ ଭୁଲି ସାରିଲେଣି।

ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।ଆଜି ଅଧିକାଂଶ ପ୍ରେମ ସ୍ଥାପନ ହେଉଛି କେବଳ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ।

ଆମେ ଅଧିକାଂଶ ସମୟରେ ଦେଖୁଛୁ କି ପୁଅ ମାନେ ଗୋଟିଏ ଝିଅ ସହ ସେକ୍ସ୍ କରି ପୁଣି ଆଉ ଜଣଙ୍କୁ ଭଲ ପାଉଛନ୍ତି ତ କେତେବେଳେ ପୁଣି ଝିଅ ମାନେ ଗୋଟିଏ ପୁଅକୁ ଭଲ ପାଇ,ତା ପାଖରୁ ସବୁ ଟଙ୍କା ଖୋଳ କରି ଦେବା ପରେ ପୁଣି ଆଉ ଗୋଟିଏ ପୁଅକୁ ଧରୁଛନ୍ତି।

ବେଳେବେଳେ ଏମିତି ମଧ୍ୟ ଦେଖିବା ପାଇଁ ମିଳୁଛି କି ଜଣେ ପୁଅର ଏକାଧିକ ପ୍ରେମିକା ଥିବା ବେଳେ, ଗୋଟିଏ ଝିଅର ମଧ୍ୟ ଏକାଧିକ ପ୍ରେମିକ ରହୁଛି।ଅର୍ଥାତ କଳିଯୁଗ ରେ ପ୍ରେମ ଆଉ ପବିତ୍ର ହୋଇ ରହି ନାହିଁ।ଲଭ,ସେକ୍ସ୍ ଓ ଶେଷରେ ଧକ୍କା ପରି ଏକ ଘଟଣା ଏବେ ରାଜଧାନୀ ଭୁବନେଶ୍ବର ରେ ଚହଳ ସୃଷ୍ଟି କରିଛି।

ଭୁବନେଶ୍ୱର ର ନୟାପଲ୍ଲୀ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେଇଛି।କାରଣ ଏଠାରେ ପ୍ରେମରେ ପ୍ରତାରଣା ପାଇ ଥାନାରେ ଅଭିଯୋଗ କରିଛନ୍ତି।ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।କାରଣ ଆପଣ ସାଧାରଣତଃ ଶୁଣି ଥିବେ କି ପ୍ରେମରେ ଝିଅ ମାନେ ପ୍ରତାରଣା ର ଶିକାର ହୁଅନ୍ତି,ମାତ୍ର ଏଠାରେ ପ୍ରେମିକକୁ ଧକ୍କା ଦେଇଛି ପ୍ରେମିକା।

ତେବେ ମିଳି ଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ର ଜଣେ ଯୁବକ ଓ ଯୁବତୀ ପରସ୍ପରକୁ ବହୁତ ଭଲ ପାଉ ଥିଲେ।ତେବେ ଝିଅଟି ଅତ୍ୟନ୍ତ ଗରିବ ଘରର ହୋଇ ଥିବାରୁ ସେ ପାଠ ପଢ଼ି ପାରୁ ନଥିଲା।ତେଣୁ ଯୁବକ ଜଣକ ସେହି ଯୁବତୀଙ୍କୁ ନେଇ ଭୁବନେଶ୍ୱର ର ଏକ ଭଡ଼ା ଘରେ ଗତ ଦେଢ଼ ବର୍ଷ ଧରି ସ୍ୱାମୀ ସ୍ତ୍ରୀ ଭଳି ଏକାଠି ରହୁ ଥିଲେ।ଏହାପରେ ଯୁବକ ଜଣକ ଯୁବତୀଙ୍କୁ ପାଠ ପଢ଼ାଇଲେ।

ଯୁବତୀଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା କରି ଥିଲେ ଏବଂ ଯୁବତୀଙ୍କର ସମସ୍ତ ପ୍ରକାର ଖର୍ଚ୍ଚ ମଧ୍ୟ ସେ ବହନ କରି ଥିଲେ।ଏମିତିକି ଯୁବତୀଙ୍କୁ ସେ ବିଭିନ୍ନ ପ୍ରକାର ସୁନା ଅଳଙ୍କାର ମଧ୍ୟ ଦେଇଛନ୍ତି।

ଯୁବତୀଙ୍କୁ ସେ ପାଠ ପଢ଼ାଇ ଚାକିରୀ ଟିଏ ମଧ୍ୟ କରାଇ ଦେଲେ।ଯୁବତୀ ଜଣଙ୍କ ଏବେ ପୋଲିସ S.I.ଭାବେ ନିଯୁକ୍ତି ମଧ୍ୟ ପାଇଛନ୍ତି ।କିନ୍ତୁ ଏବେ ଯୁବତୀ ଜଣଙ୍କ ଆଉ ସେହି ପ୍ରେମିକ ସହିତ ରହିବା ପାଇଁ ଚାହୁଁ ନାହିଁ।ଏମିତିକି ସେ ସେହି ଯୁବକକୁ ଚିହ୍ନି ନାହିଁ ବୋଲି ମଧ୍ୟ କହୁଛି।

ଏହା ସହିତ ସେ ଏବେ ଯୁବକଙ୍କୁ ଏକ ମିଛ ମାମଲାରେ ଜେଲକୁ ମଧ୍ୟ ପଠାଇ ଦେଇଛନ୍ତି।ତେଣୁ ପ୍ରେମରେ ଧକ୍କା ପାଇବା ପରେ ସେ ଏବେ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି।ତେବେ ସେ ପ୍ରମାଣ ପାଇଁ ତାଙ୍କ ମୋବାଇଲ ରେ ରେକର୍ଡ କରିଥିବା ସେମାନଙ୍କ କେତେକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ କୁ ପୋଲିସ କୁ ଦେଖାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।