ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ପ୍ରେମିକ କୁ ବିବାହ କରିବା ଜିଦି ରେ ନାବାଳିକା ହୋଡିଙ୍ଗ ଉପରକୁ ଚଢ଼ି ଗଲା, ତା’ ପରେ ହେଲା ଏମିତି…
ଉତ୍ତରପ୍ରଦେଶ ର ପ୍ରଦେଶପୁର ଅଞ୍ଚଳ ରେ ସୋଲେ ଫିଲ୍ମ୍ ପରି ଏକ ସିନ ଦେଖିବାକୁ ମିଳିଛି। ଶୋଲେ ଫିଲ୍ମ୍ ରେ ବାସନ୍ତୀ ଙ୍କୁ ବିରୁ ପାଣି ଟାଙ୍କି ଉପରେ ଚଢ଼ି ଧମକ ଦେଇଥିଲେ କିନ୍ତୁ ଏଠାରେ କଥା ଟିକେ ଅଲଗା। ଏଠି ନାବାଳିକା ଜଣଙ୍କ ତାଙ୍କ ପ୍ରେମିକ କୁ ପାଇବା ପାଇଁ ହୋଡ଼ିଙ୍ଗ ଉପରେ ଚଢ଼ି ଯାଇଛନ୍ତି। ନାବାଳିକା ଜଣେ ଗୋଟିଏ ଯୁବକ କୁ ଭଲ ପାଉ ଥିଲେ ବିବାହ କରିବାକୁ ଚାହିଁ ଥିଲେ ଏଥିରେ ତାଙ୍କ ପରିବାର ଲୋକ ରାଜି ନହେବାରୁ ନାବାଳିକା ଜଣଙ୍କ ଦୁଃସାହସ ପଦକ୍ଷେପ ନେଇ ହୋଡ଼ିଂ ଉପରକୁ ଚଢ଼ି ଯାଇଥିଲେ ।
ବହୁତ୍ ବୁଝା ସୁଝା ପରେ ନାବାଳିକା ଜଣଙ୍କ ତଳକୁ ଓହ୍ଲାଇ ଅଛନ୍ତି । ଝିଅ ଟି ର ଏପରି ଦୁଃସାହସ ପଦକ୍ଷେପ ଦେଖି ସେଠାକାର ସ୍ଥାନୀୟ ଲୋକ ମାନେ ମଧ୍ୟ ବହୁତ୍ ମାତ୍ରା ରେ ଡରି ଯାଇ ଥିଲେ ଓ ସମସ୍ତେ ରୁଣ୍ଡ ହୋଇ ତାଙ୍କୁ ବୁଝାଇ ଥିଲେ । କିନ୍ତୁ ପ୍ରଥମେ ଝିଅ ଟି କାହାରି କଥା ଶୁଣିବା ପାଇଁ ରାଜି ନଥିଲା । ତେବେ ପୋଲିସ କୁ କଲ୍ କରିବାରୁ ପୋଲିସ୍ ସେଠାରେ ଆସି ପହଞ୍ଚି ଝିଅ ଟିକୁ ବୁଝାଇ ଥିଲା ଓ କଣ ହୋଇଛି ବୋଲି ସମ୍ପୂର୍ଣ ଘଟଣା ବିଷୟେ ରେ ପଚାରି ଥିଲା।
ତେବେ ଝିଅ ଟି କହିଥିଲା ଯେ ସେ ଗୋଟିଏ କୌଣସି ପୁଅ କୁ ଭଲ ପାଉଛି କିନ୍ତୁ ତାଙ୍କ ଘର ଲୋକ ତାକୁ ଏହି ସବୁ ରୋକି ଅନ୍ୟତ୍ର ବିବାହ କରାଇବା ପାଇଁ ଚାହୁଁଛନ୍ତି । ତେଣୁ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ତେବେ ପୋଲିସ ଯେମିତି ହୋଡିଂ ଉପରକୁ ଚଢ଼ି ନାବାଳିକା କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ସେମିତି ଝିଅ ଟି ତଳକୁ ଡେଇଁବା ପାଇଁ ପ୍ରୟାସ କରୁଥିଲେ । ତେଣୁ ପୋଲିସ୍ ନାବାଳିକା ଠାରୁ ତାର ପ୍ରେମିକ ର ଫୋନ୍ ନମ୍ୱର୍ ଆଣିଲେ ଓ ତାର ପ୍ରେମିକ କୁ ସେଠାକୁ ଡାକିଲେ।
ତେବେ ସେଠାକୁ ଯୁବତୀ ଜଣଙ୍କ ଆସିବା ପରେ ଝିଅ ଟିକୁ ବୁଝାଇଲେ ଯେ ତାର ସବୁ ଇଛା ପୂରଣ କରାଯିବ ଆଉ ସେ ତଳକୁ ଓହ୍ଲାଇ ଆସନ୍ତୁ , ସେତେବେଳେ ନାବାଳିକା ଜଣଙ୍କ ତଳକୁ ଓହ୍ଲାଇ ଥିଲେ । ଏହା ପରେ ପୋଲିସ ତାଙ୍କୁ ଘଟଣା ସ୍ଥଳ ରୁ ପୋଲିସ୍ ଷ୍ଟେସନ ନେଇ ଯାଇଥିଲେ । ଏହା ପରେ ପୋଲିସ ତାଙ୍କ ମା କୁ ଫୋନ୍ କରିଥଲେ ଓ ଝିଅ କୁ ନେଇ ଯିବା ପାଇଁ କହିଥିଲେ ।
ତେବେ ଏତେ ଛୋଟ ବୟସ ରୁ ଏତେ ବଡ଼ ପଦକ୍ଷେପ ନେବା କଣ ଉଚିତ୍ କି । ଏନେଇ ଏବେ ପ୍ରଶ୍ନ ଉଠିଛି । ତେବେ ଝିଅ ଟି ହୋଲ୍ଡିଂ ରେ ଚଢ଼ିଥିବାର ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ୍ ମାତ୍ରା ରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।