ଦେଖନ୍ତୁ ଭିଡ଼ିଓ – ବାବା ବେଶରେ ପ୍ରେମିକା କୁ ଦେଖା କରିବା ପାଇଁ ଯାଇ ଥିଲେ ପ୍ରେମିକ, ଏହା ପରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ

ଆଜିର ସମୟରେ ପ୍ରେମ ଏମିତି ହୋଇଗଲାଣି କି ଏବେ ପିଲାମାନେ ଛୋଟ ବେଳଠୁ ପ୍ରେମ କରିବା ଆରମ୍ଭ କରିଦେଇ ସାରିଲେଣି । ପିଲା ମାନେ ସ୍କୁଲ ଯିବା ପରଠାରୁ ପାଠ ପଢିବେ କଣ ପ୍ରଥମେ ପ୍ରେମ କରିବା ଶିଖିଯାଉଛନ୍ତି । ଏହି ପ୍ରେମ ପାଇଁ ସେମାନେ ବହୁତ ଅସୁବିଧାର ସାମ୍ନା ମଧ୍ୟ କରିଥାନ୍ତି । କେବେବି ଭାବିପାରନ୍ତି ନାହିଁ କି କଣ ଠିକ କଣ ଭୁଲ , କଣ କଲେ ସେମାନଙ୍କ ପାଇଁ ଠିକ ହେବ ତାହା ସେମାନେ ଜାଣିପାରନ୍ତି ନାହିଁ ।

ପ୍ରେମ ପାଇଁ ସେମାନେ ନିଜର ବାପା ମାଙ୍କୁ ମଧ୍ୟ ଭୁଲି ଯାଉଛନ୍ତି । କେତେକ ସମୟରେ ଦେଖାଯାଏ କି ସେମାନେ ପ୍ରେମ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛନ୍ତି ନାହିଁ । ତେଣୁ ଆପଣ ମାନେ ଯଦି ପ୍ରେମ କରୁଛନ୍ତି ତେବେ ତାହା ଭୁଲ ନୁହେଁ ମାତ୍ର ସେହି ପ୍ରେମକୁ ସଠିକ ରୂପରେ କରିବା ତାହା ଠିକ ।

ଏବେକା ସମୟରେ ଏମିତି ମଧ୍ୟ ଦେଖିବାକୁ ମିଳୁଛି କି ଏବେ ସାରା ରାଜ୍ୟରେ ବା ଦେଶରେ ପିଲା ଚୋର ମାନେ ମାତିଛନ୍ତି । ସେହି ପିଲା ଚୋର ମାନେ ବିଭିନ୍ନ ବେଶ ଧାରଣ କରି ଆସି ଗାଁ ଗାଁ ବୁଲି ବୁଲି ପିଲା ଚୋରି କରୁଛନ୍ତି ପରେ ସେମାନଙ୍କୁ ନେଇ ମାରିଦେଉଛନ୍ତି । ତେଣୁ ଆପଣ ମାନେ ସର୍ବଦା ସାବଧାନ ରହିବା ନିତାନ୍ତ ଆବଶ୍ୟକ ଏବଂ କୌଣସି ଅଜଣା ବ୍ୟକ୍ତିକୁ ଗ୍ରାମ ମଧ୍ୟକୁ ଆସିବାକୁ ଦିଅନ୍ତୁ ନାହିଁ ।


ଆପଣ ମାନେ ଭାବୁଥିବେ କି ଆମେ ଆପଣ ମାନଙ୍କୁ ପ୍ରେମ ତାପରେ ପିଲା ଚେର ବିଷୟରେ କାହିଁକ କହୁଛୁ କାରଣ ଏବେକା ସମୟରେ ସେହି ପ୍ରେମ ଏବଂ ପିଲାଚେର ବିଷୟରେ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକ ପହଞ୍ଚିଲା ପୋଲିସ ଷ୍ଟେସନରେ । ଅର୍ଥାତ ଯାଜପୁର ଜିଲ୍ଲା ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଏଭଳି କିଛି ଘଟଣା ଘଟିଛି ଯେଉଁଥିରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ଦେଖା କରିବା ପାଇଁ ତାର ଗ୍ରାମକୁ ବାବା ବେଶ ଧାରଣ କରି ଯାଇଥିଲେ । ମାତ୍ର ସେହି ଗ୍ରାମର ଲୋକମାନେ ତାହାକୁ ପିଲା ଚୋର ସନ୍ଦେହ କରି ଧରି ନେଇଥିଲେ ଏବଂ ପରେ ପୋଲିସ ଷ୍ଟେସନରେ ଭର୍ତ୍ତି କରିଦେଇଥିଲେ ।

ପୋଲିସ ସେହି ପିଲାର ତନାଘନା ପରେ ଜଣା ପଡିଲା କି ସେ ବାବା ବେଶ ଧାରଣ କରି ନିଜ ପ୍ରେମିକାକୁ ଦେଖା କରିବା ପାଇଁ ଯାଇଥିଲା । ଏହା ସହ ସେହି ପିଲାଟି ଅନୁଗୁଳ ଅଞ୍ଚଳର ଓ ସେ ଯୁକ୍ତ 2 ଛାତ୍ର ବୋଲି ଜଣାପଡ଼ିଛି । ସେହି ଝିଅର ଘର ଲୋକ ତାର ପ୍ରେମକୁ ସ୍ୱୀକାର କରୁନଥିବାରୁ ତାର ପ୍ରେମିକ ତାହାକୁ ଦେଖା କରିବା ପାଇଁ ଯାଇଥିଲା ମାତ୍ର ଶେଷରେ ଚୋର ହୋଇ ଥାନାକୁ ଗଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।