ପ୍ରଥମ ଥର ପାଇଁ ଦେଖନ୍ତୁ ମାଁ କାଳିଜାଈ ( maa Kalijai ) ଙ୍କ ଆତ୍ମକାହାଣୀ , ହୋସ ଉଡେଇଦେଲା ଭଳି ଘଟଣା…

ଓଡ଼ିଶା ରାଜ୍ୟ ଚିଲିକା ହ୍ରଦ ମଧ୍ୟରେ ଅବସ୍ଥିତ ଏହି ମା କାଳିଜାଇ ଙ୍କ ଐତିହାସିକ ମନ୍ଦିର, ଏହି ମନ୍ଦିରଟିକୁ 1717 ମସିହା ରେ ରାଜା ଶ୍ରୀ ଜଗନ୍ନାଥ ମାନସିଂହ ନିର୍ମାଣ କରି ଥିଲେ | ତେବେ ଯେତେ ବେଳେ ଏଠାରେ ଲୋକ ମାନେ ପାର ହୋଇ ଯାଆନ୍ତି ସେତିକି ବେଳେ କିଛି କିଛି ଲୋକ ଠିକ ଏତିକି ବେଳେ ମା କାଳିଜାଇ ଙ୍କ ପାଖରୁ ଏକ ଚିତ୍କାର ଶୁଭେ, ମତେ କେହି ବଞ୍ଚାଓ ମୁଁ ପାଣିରେ ବୁଡ଼ି ଯାଉଛି ବାପା ବୋଉ କୋଉଠି ଅଛ ତମେ କୋଉଠି ଅଛ ମତେ ଏଠୁ ନେଇ ଯାଅ ମତେ ଭାରି ଡର ଲାଗୁଛି ତାପରେ କେହି ଜଣେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା |
ଏହି କଥା ଶୁଣି ଶ୍ରଦ୍ଧାଳୁ ମାନେ ପୁରା ଆଶ୍ଚର୍ଯ୍ୟ ହୋଇ ଗଲେ ଆଉ ଏପରି କିଏ ଚିତ୍କାର କରୁଛି ନାବିକ କୁ ପଚାରିବାରୁ ସେ ତାର ପ୍ରକୃତ ରହସ୍ୟ କହି ଥିଲା | ତେବେ କାଳୀ ଓ ଜାଈ ମା ଙ୍କର ପୃଥକ ଅଂଶ ଅଟନ୍ତି, କାଳୀ ହିନ୍ଦୁ ଧର୍ମ ର ଦେବୀ ହୋଇ ଥିବା ବେଳେ ଜାଈ ହେଉଛନ୍ତି ଜଣେ ସାଧାରଣ ଝିଅ | ଯିଏ କି ବିବାହ ସମୟରେ ପାରିକୁଦ କୁ ବାପା ଙ୍କ ସହ ଯାଉ ଥିବା ବେଳେ ହଠାତ ଆକାଶ ରେ ଭୟଙ୍କର ଝଡ଼ ଘୁଟି ଆସିଥିଲା |
ଆଉ ଝଡ଼ ଟି ଏତେ ଭୟଙ୍କର ଥିଲା ଯେ ଜାଈ ବସିଥିବା ସେହି ଡଙ୍ଗା ଟି କଳା ଗୁମର ପାଣିରେ ବୁଡ଼ି ପଡ଼ି ଯାଇଥିଲା | ସେହି ଅକାତ କାତ ପାଣିରେ ନାବିକ ଓ ଜାଈ ର ବାପା ସିନା ନିଜକୁ ଉଦ୍ଧାର କରି ପାରି ଥିଲେ ହେଲେ ଜାଈ କୁ ସବୁଦିନ ପାଇଁ ସେ ପାଣିରେ ହରାଇ ବସି ଥିଲେ | ତେବେ ଜାଇ କୁ ଖୋଜୁ ଖୋଜୁ ଅନ୍ଧାର ହୋଇ ଗଲା କିନ୍ତୁ ଶେଷରେ ଜାଇ କୁ ନପାଇ ବାପା ଘରକୁ ଫେରି ଆସିଲେ |ଏପଟେ ଜାଇ ଯାହାର ଆତ୍ମା ଚିଲିକା ହ୍ରଦ ରେ ଅଶାନ୍ତ ହୋଇ ପଡ଼ୁ ଥାଏ | ଅଶାନ୍ତ ହୋଇ ଚିତ୍କାର କରୁଥାଏ ମତେ ବଞ୍ଚାଅ

 ବଞ୍ଚାଅ ଆଉ ଅନେକ ଥର ସେହି ହ୍ରଦ ରେ ଯିବା ଆସିବା କରୁଥିବା ଲୋକ ମଧ୍ୟ ଜାଇ ର କାନ୍ଦ ଶୁଣିବା ପାଇଁ ପାଇଲେ | ଆଉ ସେହି ଦିନ ଠାରୁ ମା କାଳିଜାଇ ଙ୍କର ନାମ କରଣ କରାଗଲା, ସେହି ଦିନ ଠାରୁ କୁହାଯାଏ କି ଚିଲିକା ର ଜଳ ଦେଇ ଯିବା ବାଟରେ ନାବିକ ମାନେ ଜାଈ ର କାନ୍ଦିବା ସ୍ୱର ଶୁଣି ଥାଆନ୍ତି | ସେହି ଦିନ ଠାରୁ କାଳୀ ଜାଈ ଦେବୀ ମା ରୂପେ ପୂଜା ପାଇ ଆସୁଛନ୍ତି, ଏହି ମନ୍ଦିର ରେ ମାସର 30 ଦିନ ଭିତରୁ କେବଳ 21 ଦିନ ହିଁ ମା ପୂଜା ପାଇ ଥାଆନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।