ଦେଖନ୍ତୁ ଭିଡ଼ିଓ – ପ୍ରଥମ ଥର ପାଇଁ ଦେଖନ୍ତୁ ସବ୍ୟସାଚୀ ଏବଂ ଅର୍ଚ୍ଚିତା { sabyasachi & archita } ବାହାଘର ସମୟର ଭିଡ଼ିଓ
ଓଲିଉଡ ର ସବୁଠାରୁ ସୁପରହିଟ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ଦୁହିଁଙ୍କର ହାତ ଧରିଛନ୍ତି ଏବଂ ଜୀବନ ସାଥି ହୋଇ ସାରା ଜୀବନ ଜିଇଁବା ପାଇଁ ଶପଥ ନେଇଛନ୍ତି।ଆଉ ବାହାଘର ର ଉଭୟଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ସବ୍ୟସାଚୀ।ତେବେ ସେମାନେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସରେ ବିବାହ କରି ଜନ୍ମ ଜନ୍ମର ସାଥୀ ହୋଇଛନ୍ତି। ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ବାହାଘର ସେହି ପ୍ୟାଲେସ୍ ରେ ହେବ ବୋଲି ସେମାନେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ମାନଙ୍କୁ ବିବାହ ପୂର୍ବରୁ ଜଣାଇଥିଲେ।
ସେମାନଙ୍କ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ କୁ ନେଇ ସୋସିଆଲ ମିଡିଆରେ ଅଭିନେତା ବା ବର ହୋଇଥିବା ସବ୍ୟସାଚୀ ମିଶ୍ର ନିଜେ ତାଙ୍କର ପ୍ରଶଂସକ ମାନଙ୍କୁ ସୂଚନା ଦେଇଛନ୍ତି। ତେବେ ଓଡ଼ିଆ ସିନେମା ଜଗତରେ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ବିଷୟରେ ସମସ୍ତେ ଜାଣିଥିବେ। ସେମାନଙ୍କୁ ସମସ୍ତେ ବହୁତ୍ ପସନ୍ଦ ମଧ୍ୟ କରନ୍ତି।
ଏବେ ସାମ୍ନାକୁ ଆସିଛି ଏହି ଦୁଇ ଯୋଡିଙ୍କ ତରଫରୁ ସବୁଠାରୁ ବଡ଼ ଖବର। ଯାହା ସମସ୍ତଙ୍କୁ ଖୁସି କରି ଦେଇଛି। ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ବାହାଘର ଖବର ଜାଣିବା ପରେ ତାଙ୍କ ପ୍ରଶଂସକ ଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।ଏହି ଦୁଇ ଲୋକପ୍ରିୟ ଯୋଡ଼ି ଏବେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଛନ୍ତି।
ତେବେ ଗତକାଲି କାଲି ଓଲିଉଡ୍ ର ଚୁଲ୍ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ଙ୍କ ବିବାହ ସମ୍ପନ୍ନ ହୋଇଛି। ସେମାନଙ୍କ ବାହାଘର ପରେ ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ଏହି ଦୁଇ ଯୋଡିଙ୍କୁ ବିବାହ କଷ୍ଟିମ୍ ରେ ଦେଖିବାକୁ ମିଳିଛି।ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ଅଭିନେତା ସବ୍ୟସାଚୀ ଏବଂ ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ର୍ନିବନ୍ଧ ହୋଇ ସାରି ଥିଲା।
ଏନେଇ ପ୍ରଶଂସକ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅର୍ଚ୍ଚିତା ମଧ୍ୟ ତାଙ୍କର ଏହି ଖୁସିର ଉତ୍ସବ ରେ ଅଗଣିତ ଦର୍ଶକ ଏବଂ ପ୍ରଶଂସକ ମାନଙ୍କର ଆଶିର୍ବାଦ ଲୋଡିଛନ୍ତି।ଏହି ବାହାଘର ରାଜସ୍ଥାନ ର ନିମ୍ରଣା ଫର୍ଟ୍ ପାଲାସ୍ ରେ ଅନୁଷ୍ଠିତ ହୋଇଛି।
ତେବେ ଏବେ ସୋସିଆଲ ମିଡିଆରେ ଏହି ଦୁଇ ଯୋଡିଙ୍କ ବିବାହ ଉତ୍ସବର କିଛି ଖାସ୍ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦର୍ଶକ ଏବଂ ତାଙ୍କର ଅଗଣିତ ପ୍ରଶଂସକ ମାନେ ତାଙ୍କୁ ବହୁତ୍ ପସନ୍ଦ କରୁଛନ୍ତି।୨୦୦୭ରେ ଓଡ଼ିଆ ଚଳଚ୍ଚିତ୍ର ‘ପାଗଳପ୍ରେମୀ’ ଜରିଆରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅଭିନେତା ସବ୍ୟସାଚୀ। ଏହା ପୂର୍ବରୁ ସେ ଆଲ୍ବମ୍ ଜଗତର ଜଣେ ପରିଚିତ ଚେହେରା ଥିଲେ।
କେବଳ ଚଳଚ୍ଚିତ୍ର ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସାରା ଓଡ଼ିଶାରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।