Ollywood industry – ପ୍ରଥମ ଥର ପାଇଁ ସିନେମା ଜଗତରେ ପାଦ ରଖିଲେ ଓଲିଉଡ଼ ଅଭିନେତ୍ରୀ ଶିବାନୀଙ୍କ ସାନ ଭଉଣୀ, ଦେଖନ୍ତୁ ପ୍ରଥମେ କଣ କରିବାକୁ ଯାଉଛନ୍ତି…

ଓଲିଉଡ଼, ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ । ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ବର୍ତ୍ତମାନ ଶିବାନୀ କୁ ନେଇ ଇଣ୍ଡଷ୍ଟ୍ରି ରେ ଖୁବ୍ ଚର୍ଚ୍ଚା ଚାଲିଛି କିନ୍ତୁ ଏଥର ଚର୍ଚ୍ଚା ରେ ଶିବାନୀ ନୁହେଁ ତାଙ୍କ ଭଉଣୀ ରହିଛନ୍ତି।

ଶିବାନୀ ଙ୍କ ପରେ ପରେ ତାଙ୍କ ଭଉଣୀ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିବାର ଖବର ବର୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ରେ ରହିଛି। ତେବେ ତାଙ୍କ ସାନ ଭଉଣୀ କେମିତି ଦେଖିବା ପାଇଁ ଓ ତାଙ୍କୁ ନେଇ କଣ ପାଇଁ ଚର୍ଚ୍ଚା ଚାଲିଛି ଆସନ୍ତୁ ଜାଣିବା ;

ଓଲିଉଡର ଚୁଲବୁଲି ନାୟିକା ଶିବାନୀ ଙ୍କୁ କିଏ ବା ନଜାଣେ।ସେ ଜଣେ ଶିଶୁ କଳାକାର ଭାବେ ଓଲିଉଡ ରେ ପ୍ରଵେଶ କରି ଥିଲେ। ଏହା ପରେ ସେ ” ସିଷ୍ଟର ଶ୍ରୀଦେବୀ ” ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ଖୁବ ପ୍ରିୟ ହୋଇ ପାରି ଥିଲେ।ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।

ତେବେ ଶିଶୁ କଳାକାର ରୁ ସିଧା ନାୟିକା ଭାବେ ତାଙ୍କୁ ଦେଖିବା ପାଇଁ ମିଳି “ସିଷ୍ଟର ଶ୍ରୀଦେବୀ” ଫିଲ୍ମରେ।ସେଥିରେ ମଧ୍ୟ ସେ ତାଙ୍କ ଚମତ୍କାର ଅଭିନୟ ର ଛାପ ଛାଡ଼ି ଥିଲେ।ଏହା ପରେ ସେ ଆଉ ଅଟକି ନାହାଁନ୍ତି।ଗୋଟିଏ ପରେ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଓଡ଼ିଶାବାସୀ ଙ୍କୁ ଏବଂ ଖୁବ ଅଳ୍ପ ସମୟ ମଧ୍ୟରେ ସେ ବନି ଯାଇଛନ୍ତି ସମସ୍ତଙ୍କ ଅତି ପ୍ରିୟ ନାୟିକା।

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ବହୁତ୍ ସୁପର୍ ଷ୍ଟାର୍ ମାନଙ୍କ ସହିତ ସେ ଅଭିନୟ କରି ସାରିଛନ୍ତି ହିରୋଇନ୍ ଭାବରେ। ତେବେ ଶିବାନୀ ଙ୍କ ସମ୍ପୂର୍ଣ ନାମ ହେଉଛି ଶିବାନୀ ସଙ୍ଗୀତା ଓ ସେ ୨୦୦୧ ରେ ଜୁଲାଇ ମାସ ୧୨ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଶିବାନୀ ଙ୍କ ପରିବାର ରେ ତାଙ୍କ ବାପା ମା ଙ୍କ ସହିତ ତାଙ୍କର ଏକ ସାନ ଭଉଣୀ ରହିଛି ଯିଏ ଶିବାନୀ ଙ୍କ ପରି ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର ।

ତେବେ କିଛି ଦିନ ତଳେ ଶିବାନୀ ଙ୍କ ସାନ ଭଉଣୀ ର ଜନ୍ମଦିନ ଗଲା ଓ ଶିବାନୀ ତାଙ୍କ ଭଉଣୀ ର ଜନ୍ମଦିନ ଖୁବ୍ ଧୁମ୍ ଧାମରେ ପାଳନ କରିଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ଭଉଣୀ ସହିତ ବହୁତ୍ ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଆଉ ସେହି ଫଟୋ ରେ ତାଙ୍କ ଭଉଣୀ ଶିବାନୀ ପରି ମଧ୍ୟ ଖୁବ୍ ସୁନ୍ଦର ନଜର ଆସିଛନ୍ତି। ତେବେ ଶିବାନୀ ଙ୍କ ପରି ତାଙ୍କ ଭଉଣୀ ମଧ୍ୟ ବହୁତ୍ ଭଲ ଅଭିନୟ କରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।