ବାଃ ବାଃ ରେ ଝିଅ ! ପ୍ରଥମ ଦିବ୍ୟାଙ୍ଗ ଯୁବତୀ, ହାତ ନଥାଇ ବି ଚଳାଉଛନ୍ତି ଗାଡି, ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

କୁହାଯାଏ ଯେ ଇଛା ଥିଲେ ଉପାୟ ଆପେ ଆପେ ଆସେ । କୌଣସି କାର୍ଯ୍ୟ ପାଇଁ ଯଦି ଆପଣ ଦୃଢ଼ ଇଛା ରଖିଛନ୍ତି ତେବେ ସେହି କାର୍ଯ୍ୟ କୁ କରିବା ପାଇଁ ଆପଣ ଙ୍କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ଏମିତି ଏକ ଏହାର ଅନେକ ଉଦାହରଣ ଆମକୁ ଅନେକ ସମୟ ରେ ଦେଖିବାକୁ ମିଳିଥାଏ। କୁହାଯାଏ ଭଗବାନ କାହାକୁ କେମିତି ସୃଷ୍ଟି କରି ଥାନ୍ତି,ତାହା କେବଳ ସେହି ସୃଷ୍ଟି କର୍ତ୍ତା ଙ୍କୁ ହିଁ ଜଣା।ଅନେକ ସମୟରେ ଆପଣ ଏମିତି ଅନେକ ଲୋକଙ୍କୁ ଦେଖି ଥିବେ,ଯାହା ପାଖରେ ଏମିତି କିଛି ଭଲ ଟ୍ୟାଲେଣ୍ଟ ଥିବ ,କିନ୍ତୁ ତାପାଖରେ କିଛି ନା କିଛି ଜିନିଷ ର ଅଭାବ ଥିବ।

ହୁଏତ କାହା ପାଖରେ ଗୋଡ଼ ନଥିବ ତ ପୁଣି କାହା ପାଖରେ ହାତ ନଥିବ ତ ପୁଣି କାହା ପାଖରେ ଆଖି ନଥିବ କିନ୍ତୁ ସେମାନେ ଏମିତି କିଛି ପ୍ରତିଭାର ଅଧିକାରୀ ହୋଇ ଥିବେ ଯାହା କୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଉ । ସେମିତି ଏକ ଉଦାହରଣ ଆଜି ଆମ ସାମ୍ନାକୁ ଆସିଛି ଯେଉଁଠି ଝିଅ ଟିର ହାତ ନଥାଇ ମଧ୍ୟ ସେ ସବୁ କାମ କରି ପାରୁଛି ।ଯଦି ଆପଣଙ୍କୁ ବିଶ୍ୱାସ ହେଉ ନାହିଁ ତାହେଲେ ଆଜିର ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

କେରଳ ର କରିମନୋର ଗାଁ ରେ ରହୁଥିବା ୨୮ ବର୍ଷୀୟ ଯୁବତୀ ଜିଲୋମଲ ମେରିୟଟ୍ ଥମାସ୍। ଜନ୍ମ ରୁ ଦୁଇଟି ନିଜର ହାତ ହରାଇ ଅଛନ୍ତି । ହାତ ହରାଇ ମଧ୍ୟ ହାରି ଯାଇ ନାହାନ୍ତି ସେ । ହାତ ନଥାଇ ମଧ୍ୟ ସେ ନିଜର ସବୁ କାମ କରି ପାରନ୍ତି। ସେ ପିଲା ବେଳରୁ ଖୁବ୍ ଭଲ ପାଠ ମଧ୍ୟ ପଢୁଥିଲେ ।

କିନ୍ତୁ ପିଲା ବେଳରୁ ତାଙ୍କର ଇଛା ଥିଲା କାର ଚଳେଇବା। ତେବେ ହାତ ନଥିବାରୁ ତାଙ୍କୁ ଲାଇସେନ୍ସ ଅବା କିଏସେ ଦବ।କିନ୍ତୁ ହାତ ନଥିବା ବିକ୍ରମ ଅଗ୍ନିହୋତ୍ରି ଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ବିଷୟ ରେ ଜାଣିବା ପରେ ଯେପରି ତାଙ୍କ ସ୍ବପ୍ନ ପୂରଣ ହେବା ପାଇଁ ଏକ ରାସ୍ତା ମିଳିଗଲା ।

ଆଉ ସେ ହୋଇଗଲେ ବିନା ହାତରେ କାର୍ ଡ୍ରାଇଭିଂ କରି ଲାଇସେନ୍ସ ପାଇଥିବା ଏସିଆର ପ୍ରଥମ ମହିଳା। ତେବେ ପୂର୍ବରୁ ଗୋଟେ କାର କିଣିବା ପାଇଁ ଘରେ ସେ ପଇସା ମାଗିଥିଲେ କିନ୍ତୁ ତାଙ୍କର ହାତ ନଥିବା ଯୋଗୁଁ ଭୟ ରେ ପରିବାର ଲୋକ ଦେଉ ନଥିଲେ କିନ୍ତୁ ତାଙ୍କର ଏତେ ଦୃଢ଼ ଇଚ୍ଛା ଆଗରେ ଘର ଲୋକ ଶେଷରେ ହାର ମାନିଲେ ।

ତାଙ୍କୁ ମାରୁତି କାର କିଣି ଦେଲେ ଯାହାର ଲାଇସେନ୍ସ ମଧ୍ୟ ସେ ପାଇଥିଲେ। ବର୍ତ୍ତମାନ ସେ ଟ୍ରାଫିକ ନିୟମ ମାନି ସୁରୁଖୁୁର ରେ ରାସ୍ତା ରେ କାର ଡ୍ରାଇଭ୍ କରି ପାରୁଛନ୍ତି । ତେବେ ଯେଉଁ ମାନେ ନିଜକୁ ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ଭାବି ନିଜକୁ ଦୁର୍ବଳ ମନେ କରନ୍ତି ତାଙ୍କ ପାଇଁ ସେ ଆଜି ଏକ ବଡ ଉଦାହରଣ ସାଜିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।