ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ଙ୍କ ଭବିଷ୍ୟବାଣୀ କଲେ ଇନ୍ଦିରା ଗାନ୍ଧୀଙ୍କର ମୃତ୍ୟୁର ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଅନେକ ସମୟରେ ଆମେ ଜ୍ୟୋତିର୍ବିଦ ମାନଙ୍କର ଭବିଷ୍ୟବାଣୀ ବିଷୟରେ ଜାଣିବାକୁ ପାଇଥାଉ। ଅନେକ କ୍ଷେତ୍ରରେ ସେମାନଙ୍କର ଏହି ଭବିଷ୍ୟ ବାଣୀ ସତ ହୋଇଥାଏ। ତେବେ ଜ୍ୟୋତିଷ ମାନେ ଅଧିକାଂଶ ସମୟରେ ଦେଶର ପ୍ରମୁଖ ବ୍ୟକ୍ତି ବିଶେଷ ମାନଙ୍କର ଭବିଷ୍ୟତ ବିଷୟରେ ଆଗୁଆ ଜଣାଇଥାନ୍ତି ଏବଂ ଏହା ଚର୍ଚ୍ଚାର ପରିସରକୁ ପରେ ଆସିଥାଏ।

ସେହିପରି ଆଜି ଆମେ ଏମିତି ଏକ ବଳିଷ୍ଠ ବ୍ୟକ୍ତିତ୍ବ ଙ୍କ ବିଷୟରେ ଜାଣିବା ଯିଏକି ଏହି ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କୁ ନେଇ ଜଣେ ଜ୍ୟୋତିର୍ବିଦ ଭବିଷ୍ୟବାଣୀ କରିଥିଲେ।

ତେବେ ଆମେ ଆପଣଙ୍କୁ ଯେଉଁ ବଳିଷ୍ଠ ବ୍ୟକ୍ତିତ୍ବ ଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ସଞ୍ଜୟ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀ।ଆସନ୍ତୁ ଜାଣିବା ସେମାନଙ୍କ ମୃତ୍ୟୁ କୁ ନେଇ କଣ ଭବିଷ୍ୟବାଣୀ କରା ଯାଇଥିଲା।ଆଗକୁ ଆସୁଥିବା ଭବିଷ୍ୟତ ସମୟ ରେ ହେବାକୁ ଥିବା ଘଟଣା କୁ ନେଇ ସଠିକ ଅନୁମାନ କରିବା କୁ ହିଁ ଭବିଷ୍ୟବାଣୀ କୁହାଯାଏ।

ତେବେ ଏହି ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ ଜଣଙ୍କ ଭାରତରେ ବହୁତ ପରିଚିତି ଲାଭ କରିଥିଲେ ଏହା ପରେ ପରେ। ଏହି ଜ୍ୟୋତିଷ ଜଣଙ୍କ ନାମ ହେଉଛି ହରିଦୟାଲ ମିଶ୍ର ।ତାଙ୍କର ଅନୁମାନ ସଠିକ୍ ହୋଇଥିଲା।ସେ କହିବା ଅନୁସାରେ ହିଁ ସବୁ ଘଟିଥିଲା। ସେହିପରି ଏବେ ସେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଙ୍କ ଭବିଷ୍ୟବାଣୀ କରିଛନ୍ତି।

ତେବେ ନରେନ୍ଦ୍ର ମୋଦି ଙ୍କ ରାଜନୀତିକ ଜୀବନ, ଆଗାମୀ ଭବିଷ୍ୟତର ରୂପରେଖ କେମିତି ହେବ, ଏହାକୁ ନେଇ ଏହି ଜ୍ୟୋତିଷ ଙ୍କ ବାଣୀ ସମସ୍ତ ପ୍ରଶଂସକ ଙ୍କୁ ଚକିତ କରିଛି।ଜୋତିଷ ହରିଦୟାଲ ମିଶ୍ର ରାଜନୀତି କୁ ନେଇ ସେ କରିଥିବା ଭବିଷ୍ୟବାଣୀ ଅନେକ ଥର ପୂର୍ବ ରୁ ସତ ମଧ୍ୟ ହେଇଚି।

ଏବେ ସେ ମୋଦୀ ଙ୍କ ରାଜନୈତିକ ଜୀବନ କୁ ନେଇ କହିଛନ୍ତି ଯେ ମୋଦୀ କେବେ ନିର୍ବାଚନ ରେ ବ୍ୟକ୍ତିଗତ ଭାବରେ ପରାଜୟ ବରଣ କରିବେ ନାହିଁ।ସେ ଯେତେଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ ସେତିକି ଥର ବିଜୟ ହାସଲ କରିବେ।ଏଥିରେ କୌଣସି ସନ୍ଦେହ କରିବାର କାରଣ ନାହିଁ।ଏହି ଖବର ମୋଦୀଙ୍କ ପ୍ରଶଂସକ ମାନଙ୍କ ସହିତ ଭାରତୀୟ ଜନତା ପାର୍ଟି କୁ ନିଶ୍ଚିତ ଖୁସି ପହଞ୍ଚାଇଛି।

ସେହିପରି ଜ୍ୟୋତିର୍ବିଦ ହରିଦୟାଲ ମିଶ୍ର କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଙ୍କୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି।ସେ କହିଛନ୍ତି ବର୍ତ୍ତମାନ ରାହୁଲ ଗାନ୍ଧୀ ଙ୍କ ଦିନ ଏତେ ଖାସ୍ ନାହିଁ। ତେଣୁ ଅଯଥା ଭାବରେ ନିଜର ଉକ୍ତି ବା ମନ୍ତବ୍ୟ ନଦେଇ ସମୟକୁ ଅପେକ୍ଷା କରନ୍ତୁ। ପ୍ରତ୍ୟେକ କାର୍ଯ୍ୟକୁ ବୁଝି ବିଚାରି କରିବାର ଆବଶ୍ୟକତା ରହିଛି ଏବଂ ବର୍ତ୍ତମାନ ସମୟ ଟି ବହୁତ୍ ଗୁରୁତ୍ଵ ବହନ କରୁଛି। ଯେଉଁ କାରଣରୁ ଏବେ ତାଙ୍କୁ ନୀରବ ରହିବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।