ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । ପ୍ରଭୁ ଭଗବାନ ଙ୍କ ନୂଆ ଅବତାର, ଅଲୌକିକ ପ୍ରତିଭା କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି…..

ଏବେ ସାମ୍ନା କୁ ଆସିଛି ଏକ ଅଲୌକିକ ଘଟଣା। ଆପଣ କେବେ ଶଙ୍ଖ ଚାଲି ଥିବାର ଦେଖିଛନ୍ତି କି? କିନ୍ତୁ ଏଠାରେ ଶଙ୍ଖ ଚାଲୁ ଥିବାର ଆପଣ ଦେଖିବାକୁ ପାଇବେ। ପାରାଦ୍ବୀପର ଅଠରବାଙ୍କି ଠାରୁ ନେହେରୁ ବଙ୍ଗଳା ଯିବା ବାଟରେ ପଡେ ଏକ ରତ୍ନବଟ।ଏଠାରେ ଲୁକ୍କାୟିତ ଅବସ୍ଥାରେ ଥିବା ଏହି ଅବହେଳିତ ରତ୍ନବଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଞ୍ଚ ଜଙ୍ଗଲରେ ବହୁତ୍ ଦିନରୁ ଏହି ରତ୍ନବଟ ଥିବାର ଏବେ ଦେଖିବାକୁ ମିଳିଛି।

ଆଉ ଏହି ସ୍ଥାନର ଜଗାରଖା କରୁଛନ୍ତି ଜଣେ ସାଧୁବାବା ଜଣଙ୍କ। ତେବେ ଜାଣନ୍ତୁ ଏହି ସ୍ଥାନର ରହସ୍ୟ କଣ ରହିଛି। କାହିଁକି ଏହା ଏବେ ଚର୍ଚ୍ଚାର ପରିସରକୁ ଆସିଛି।

ତେବେ ଏଠାରେ ଯେଉଁ ସାଧୁବାବା ବାସ କରନ୍ତି ସେହି ସାଧୁବାବାଙ୍କ ଘର ସ୍ଥାନୀୟ ଅଞ୍ଚଳରେ ଥିବା ବେଳେ ଏଠାରେ କେହି ରାତିରେ ରୁହନ୍ତି ନାହିଁ। ତେବେ ଏଠାର ବିଶେଷତ୍ୱ ଏହି ବୃକ୍ଷ ମୂଳରେ ଥିବା ପଲିଥିନ୍ ଘରେ ମା ମାଡେକେଶ୍ୱରି ପୂଜା ପାଉଥିବା ନିକଟରେ ଗରୁଡ ଦେବତାଙ୍କ ମୂର୍ତ୍ତି ଏବଂ ହନୁମାନଙ୍କୁ ମୂର୍ତ୍ତି ଓ ଜଗନ୍ନଥଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି।

କେବଳ ଏତିକି ନୁହେଁ, ଏଠାରେ ଏକ ଅଲୌକିକ ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଏଠାରେ କାହିଁ କେଉଁ କାଳର ବଟ ବୃକ୍ଷ ତଳେ ଜୀବନ୍ତ ଶଙ୍ଖ ଦେଖିବାକୁ ମିଳୁଛି।ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ ଶହ ଶହ ସଂଖ୍ୟାରେ ଶଙ୍ଖ ବଟ ବୃକ୍ଷ ତଳେ ଚଲାବୁଲା କରୁଛନ୍ତି ଏବଂ କେବଳ ଏତିକି ନୁହଁ ସେହି ଶଙ୍ଖ ମାନଙ୍କୁ ଉଖୁଡା,ଖଇ କିମ୍ବା ଲଡୁ ଦେଲେ ସେମାନେ ଖାଉ ଥିବାର ଦେଖା ଯାଉଛି।

ତେବେ ଏହି ଶଙ୍ଖ ମାନଙ୍କୁ ଚାଲୁ ଥିବାର ଦେଖି ଏଠାରେ ଅନେକ ଭକ୍ତ ମାନେ ଦେଖିବାକୁ ଆସୁଛନ୍ତି। ପୂଜା ପାଉଥିବା ଶଙ୍ଖର ଏହିଭଳି ଗତି କରୁଥିବାର ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।ତେବେ ମଠ ବାବାଙ୍କ କହିବା ଅନୁସାରେ ମାଳିକାରେ ଏହି ରତ୍ନବଟ ଉଲ୍ଲେଖ ଥିବା ବେଳେ ଯଦି ଏହାର ପୂନରୁଦ୍ଧାର କରାଯାଇ ପାରନ୍ତା ତେବେ ଏଠାକୁ ପର୍ଯ୍ୟଟକ ଆସନ୍ତେ ।

ଏହି ପିଠର ଅଲୌକିକ ଘଟଣାକୁ ଦେଖି ପାରନ୍ତେ।ତେବେ ଆହୁରି ମଧ୍ୟ ଜଣା ପଡିଛି ଯେ ଏଠାରେ ପୂର୍ବରୁ ଅନେକ ଜୀବଜନ୍ତୁ ବାସ କରୁଥିଲେ ଯାହା ସ୍ଥାନୀୟ ଲୋକେ ସେମାନଙ୍କର ପ୍ରତିକ୍ରିୟା ରେ କହିଛନ୍ତି। ଏଠାରେ ଏଠାରେ ବର୍ତମାନ ଆକର୍ଷଣୀୟ ହେବାରେ ଲାଗିଛି ଏହି ଚାଲୁଥିବା ଶଙ୍ଖ।

ଏମାନେ ଅନେକ ସଂଖ୍ୟାରେ ଏଠାରେ ରହିଛନ୍ତି। ଏପଟେ ସେପଟେ ହୋଇ ବୁଲୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେମାନେ ଜୋର୍ ଶବ୍ଦ ଏବଂ ଆଲୋକ ସଂସ୍ପର୍ଶରେ ଆସିଲେ ଲୁଚି ଯାଉଛନ୍ତି। ଏମାନେ ଏଠାରେ ଥିବା ଗୁମ୍ଫା ନିକଟରେ ବାସ କରିଥାନ୍ତି। ତେବେ ଏହି ଶଙ୍ଖ କୁ ନେଇ ସ୍ଥାନୀୟ ଲୋକମାନେ କହିଛନ୍ତି କି ଏହା ଭଗବାନ ନୁହେଁ ଏହା ଏକ ପ୍ରାଣୀ। ଲୋକେ ଏହାକୁ ଭଗବାନ ଭାବି ଏଠାକୁ ଦେଖିବାକୁ ଆସୁଛନ୍ତି ଯାହା ଏକ ଅନ୍ଧବିଶ୍ୱାସ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।