ପ୍ରବାସୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଘର ବନ୍ଧକ ରଖି ୧୦ କୋଟି ଟଙ୍କା ଋଣ କରିଛନ୍ତି ସୋନୁ ସୁଦ, ତାଙ୍କ ମହାନତା ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….

କରୋନାର ପ୍ରଭାବ ସାରା ବିଶ୍ୱବାସୀ ଉପରେ ପଡିଛି, କେହି ବି ତା ପାଖରୁ ବଂଚିନାହିଁ। କରୋନା ପାଇଁ ସାରା ବିଶ୍ବରେ ଲକଡାଉନ ଏବଂ ସଟଡ଼ାଉନ ଏମିତି ଲାଗି ରହିଛି। ଯାହା ଦ୍ୱାରା ସଧାରଣ ମଣିଷ ଏବଂ ଦିନ ମଜୁରିଆ , ଛୋଟ ପୁଞ୍ଜିପତି ଶ୍ରେଣୀର ଲୋକମାନେ ବହୁତ କଷ୍ଟ ପାଇଛନ୍ତି ଆଉ କିଛି ଲୋକଙ୍କର ମଧ୍ୟ ଚାକିରୀ ପଳେଇଛି । କିନ୍ତୁ ବଲିଉଡର ଅଗଧାଡ଼ିର ଅଭିନେତା ସୋନୁ ସୁଦ ଯେ କି କରୋନା ସମୟରେ ବହୁତ ଲୋକଙ୍କୁ ସାହାଯ୍ୟର ହାତ ବଢେଉଛନ୍ତି।

ଆଜି ଯାଏ ପ୍ରାୟ ଲକ୍ଷାଧିକ ଲୋକଙ୍କୁ ସହାୟତା କରିଛନ୍ତି ଏବଂ ସେ ଏବେ ବି ସାହାଯ୍ୟ କରି ଚାଲିଛନ୍ତି। ଆଉ ବେଳେବେଳେ କିଛି ଲୋକଙ୍କ ମନରେ ଆସେ ଯେ ସୋନୁ ସୁଦ କେମିତି ଏତେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଅର୍ଥାତ ଏତେ ଲୋକଙ୍କୁ ପାଇଁ କେମିତି ଏତେ ଟଙ୍କା ବିନିଯୋଗ କରୁଛନ୍ତି।

କିଛି ଦିନ ତଳେ ଗୋଟେ ରିପୋର୍ଟ ଆସିଥିଲା ,ସେହି ରିପୋର୍ଟ ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ,ଖାଇବା ପିଇବା ପାଇଁ ବ୍ୟବସ୍ଥା,ଲୋକଙ୍କ ରହିବାପାଇଁ ଘରର ବ୍ୟବସ୍ଥା ଏବଂଲୋକଙ୍କ ଚିକିତ୍ସା ପାଇଁ ସୋନୁ ନିଜର ବହୁମୂଲ୍ୟ ଜିନିଷ ବନ୍ଧା ପକେଇଛନ୍ତି। ସେ ନିଜର ସବୁ କିଛି ବନ୍ଧା ପକେଇଦେଇଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ବା ଅଭାବିଙ୍କ ପାଇଁ ସୋନୁ ନିଜର ୮ ଟି ପ୍ରପର୍ଟି ବନ୍ଧା ପକେଇଛନ୍ତି। ସେହି ପ୍ରପର୍ଟି ଦ୍ୱାରା ସେ ପ୍ରବାସୀ ମାନଂକୁ ସହାୟତା କରିଛନ୍ତି। ସେହି ପ୍ରପର୍ଟିକୁ ବନ୍ଧା ପକେଇ ଋଣ ଆଣିଛନ୍ତି ଏବଂ ପ୍ରପର୍ଟିର ମୂଲ୍ୟ ପ୍ରାୟ ୧୦କୋଟି ଟଙ୍କା । ସେ ସେହି ଟଙ୍କାରେ ସମସ୍ତେଙ୍କୁ ସାହାଯ୍ୟ କରିଥିଲେ।

ସୋନୁ ବହୁତ ପ୍ରକାର ସହାୟତାର ହାତ ବଢ଼ାଇଇଛନ୍ତି। ଗୋଟିଏ ମନିକଂଟ୍ରୋଲ ରିପୋର୍ଟ ଅନୁସାରେ ସୋନୁ ତାଙ୍କର ୨ ଟି ଦୋକାନ ଏବଂ ୬ ଟି ଫ୍ଲାଟ୍ ବନ୍ଧା ପକେଇ ୧୦ କୋଟି ଟଙ୍କା ଋଣ କରିଛନ୍ତି । ସେ ନିଜର ବହୁ ମୂଲ୍ୟ ସମ୍ପତିକୁ ବନ୍ଧା ପକେଇଛନ୍ତି। ସେହି ସମ୍ପତିର ମାଲିକ ସୋନୁ ସୁଦ ଏବଂ ତାଙ୍କ ପତ୍ନୀ ସୋନାଲି। ସୋନୁଙ୍କ ଦୋକାନ ଗ୍ରାଉଣ୍ଡ ଫ୍ଲୋର ରେ ଅଛି ଏବଂ ତାଙ୍କର ଫ୍ଲାଟ୍ ଟି ଶିବସାଗର କୋଅପରରଟିଭ ହାଉସିଂ ସୋସାଇଟିର ରହିଅଛି। ଏହି ପ୍ରପର୍ଟି ସବୁ ଦେଇକି ଋଣ ଆଣିଛନ୍ତି ।

ସୋନୁ ବିପଦ ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି । ଯାହାଙ୍କୁ ଆମେ ଭଗବାନ ବି କହିପାରିବା। ଆଉ ଗୋଟିଏ ତଥ୍ୟ ଦସ୍ତାବିଜ ଅନୁସାରେ ୧୦ କୋଟି ଟଙ୍କା ଋଣ ପାଇଁ ୫ ଲକ୍ଷ ପଞ୍ଜିକରଣ ଶୁକ୍ଳ ଦିଆଯାଇଛି। କିନ୍ତୁ ତାଙ୍କ ପାଖରୁ ଏ ୫ ଲକ୍ଷ ଟଙ୍କାକୁ ନେଇ କିଛି ସ୍ପଷ୍ଠ ହୋଇନାହିଁ । ସୋନୁ ଲାକଡାଉନ ସମୟରୁ ସେ ଏମିତି ସାହାଯ୍ୟ କରିଚାଲିଛନ୍ତି ।ଯାହା ଆଜି ପର୍ଯ୍ୟନ୍ତ ଲାଗି ରହିଛି । ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଯାହା ଦ୍ୱାରା କାହାର ଅସୁବିଧା ଆଉ କାହାର କଣ ଆବଶ୍ୟକ ସେଥରୁ ଜାଣିପାରନ୍ତି।

ଆଉ ବି ମଧ୍ୟ ଯାହା ଆବଶ୍ୟକ ବ ଅଭାବ ପଡେ ସମସ୍ତେ ଟ୍ୱିଟର ମାଧ୍ୟମରେ ସାହାଯ୍ୟ ମାଡ଼ିଥାନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।