ପୁଣି ଆସଲା ନୂଆ ନିୟମ। ପୋଷ୍ଟ ଅଫିସ ରେ ଖାତା ଥିଲେ ନିଶ୍ଚୟ ଦେଖନ୍ତୁ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..
ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ପୋଷ୍ଟ ଅଫିସ୍ ସବୁବେଳେ କିଛି ନା କିଛି ନୂଆ ଯୋଜନା ମାନ ଭେଟି ଦେଇଥାଏ। ଯାହା ଫଳରେ ପୋଷ୍ଟ ଅଫିସ୍ ରେ ବିଭିନ୍ନ ସୁବିଧା ମାନଙ୍କରେ ପୋଷ୍ଟ ଅଫିସ୍ ରେ ଥିବା ବିଭିନ୍ନ ସ୍କିମ ରେ ଗ୍ରାହକ ମାନଙ୍କର ଜମା ଟଙ୍କାର ସୁରକ୍ଷା ଏବଂ ଏହାର ଗ୍ୟାରେଣ୍ଟି ସୁବିଧା ଆଦି ମିଳିଥାଏ। କିନ୍ତୁ ଏବେ ପୋଷ୍ଟ ଅଫିସ ରେ ଥିବା ସେଭିଂ ଆକାଉଣ୍ଟ୍ କୁ ନେଇ ଆସିଚି ଏକ ବଡ଼ ଖବର।
ଦେଶର ସର୍ବାଧିକ ଭରସା ଯୋଗ୍ୟ ସଂସ୍ଥା ତଥା ପୋଷ୍ଟ ଅଫିସ୍ ଦେଶର ଗ୍ରାହକ ମାନଙ୍କର ସେଭିଂ ଆକାଉଣ୍ଟ୍ ସହିତ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ଆଣିଛି। ଯଦି କୌଣସି ଗ୍ରାହକ ଏହି ନିୟମକୁ ପାଳନ ନ କରନ୍ତି ତେବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ଅର୍ଥାତ୍ ପୋଷ୍ଟ ଅଫିସ୍ ର ସଞ୍ଚୟ ଖାତାରେ ଏଣିକି ୫୦୦ ଟଙ୍କା ରଖିବାକୁ ଖାତା ଧାରକ ବାଧ୍ୟ। ଯଦି ଆପଣଙ୍କ ସଞ୍ଚୟ ଖାତାରେ ୫୦୦ ଟଙ୍କା ତଳକୁ ରହିଥାଏ ତେବେ ପୋଷ୍ଟ ଅଫିସ୍ ଆପଣଙ୍କ ଖାତା ବା ଆକାଉଣ୍ଟ୍ କୁ ବନ୍ଦ କରିଦେବ। ଡାକ ବିଭାଗ ପକ୍ଷରୁ ଉଭୟ ବ୍ୟକ୍ତିଗତ ଏବଂ ଜଏଣ୍ଟ ଆକାଉଣ୍ଟ୍ ଉପରେ ୪ ପ୍ରତିଶତ ସୁଧ ଦେଇଥାଏ।
ତେବେ ସଞ୍ଚୟ ଖାତା ରେ ସର୍ବନିମ୍ନ ବାଲାନ୍ସ ୫୦୦ ଟଙ୍କା ରଖିବାକୁ ଏବେ ବାଧ୍ୟତାମୂଳକ କରା ଯାଇଛି। ଖାଲି ଏତିକି ନୁହେଁ ପୋଷ୍ଟ ଅଫିସ ତରଫରୁ ଏକ ମେସେଜ ଗ୍ରାହକ ମାନଙ୍କ ନିକଟକୁ ମଧ୍ୟ ପଠା ଯାଉଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଏବେ ପୋଷ୍ଟ ଅଫିସ ର ଥିବା ଆକାଉଣ୍ଟ୍ ର ସର୍ବନିମ୍ନ ବାଲାନ୍ସ ମେଣ୍ଟେନ କରିବା ବାଧ୍ୟତା ମୂଳକ ଅଟେ।
ଆଉ ଯଦି ଆପଣ ମେଣ୍ଟେନାନ୍ସ ଚାର୍ଜ ଦେବାକୁ ଚାହୁଁ ନାହାଁନ୍ତି ତେବେ ଦୟାକରି ୧୧ ଡିସେମ୍ବର ୨୦୨୦ ପୂର୍ବରୁ ଆପଣଙ୍କ ପୋଷ୍ଟ ଅଫିସ ର ସେଭିଂ ଆକାଉଣ୍ଟ୍ ଖାତା ରେ ସର୍ବନିମ୍ନ ୫୦୦ ଟଙ୍କା ଜମା କରି ଦିଅନ୍ତୁ। ସେହିଭଳି ଆପଣଙ୍କ ସେଭିଂ ଆକାଉଣ୍ଟ୍ ଖାତା ରେ ଯଦି ୫୦୦ ଟଙ୍କାରୁ କମ୍ ବାଲାନ୍ସ ରହିଥାଏ ତେବେ ମେଣ୍ଟେନାନ୍ସ ଚାର୍ଜ ବାବଦକୁ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ ଏହା ଖାତରୁ କାଟି ଦିଆଯିବ। ଯଦି ସଞ୍ଚୟ ଖାତା ରେ ୧୦୯ ଟଙ୍କାରୁ ବି କମ୍ ଥିବ ତେବେ ସେତେବେଳେ ଅଫିସ୍ ତରଫରୁ ଆପଣଙ୍କ ଆକାଉଣ୍ଟ୍ କୁ ବନ୍ଦ କରି ଦିଆଯିବ।
ତେବେ ଆପଣଙ୍କ ଜାଣିବା ପାଇଁ ଆମେ କହି ରଖୁଛୁ ଯେ ପୋଷ୍ଟ ଅଫିସ୍ ରେ ଉଭୟ ପର୍ଶନାଲ ଏବଂ ଜଏଣ୍ଟ ଆକାଉଣ୍ଟ୍ ଉପରେ ଆପଣଙ୍କୁ ୪ ପ୍ରତିଶତ ସୁଧ ମିଳିଥାଏ। ଯଦି ଆପଣଙ୍କ ଆକାଉଣ୍ଟ୍ ର ବାଲାନ୍ସ ପାଞ୍ଚ ଶହ ଟଙ୍କାରୁ ଅଧିକ ନଥିବ ତେବେ ଏଥିରୁ କୌଣସି ସୁଧ ଆପଣଙ୍କୁ ମିଳିବ ନାହିଁ। ତେଣୁ ଏଥିପ୍ରତି ଆପଣ ନିଶ୍ଚୟ ଦୃଷ୍ଟି ଦିଅନ୍ତୁ ଏବଂ ଉପଯୁକ୍ତ ସମୟ ପୂର୍ବରୁ ଆପଣଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ଭାବରେ ପାଞ୍ଚ ଶହ ଟଙ୍କା ଜମା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।