ପୋଲିସ୍ ନିକଟରେ ଅଭିଯୋଗ କଲା ପୋଲିସ୍ । ପୋଲିସ୍ ଅଧିକାରୀ ଙ୍କ କଳା କାରନାମାର ହେଲା ପର୍ଦାଫାଶ……
ଯଦି ଜଣେ ସୁରକ୍ଷା ର ବ୍ୟବସ୍ଥା ରେ ରହି ଅନ୍ୟ ମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ହଇରାଣ ହରକତ କରିବେ ତେବେ ଲୋକ ସୁରକ୍ଷା ପାଇବା ପାଇଁ ଯେଉଁଠିକୁ ଯିଏ ଏହା ଆଜିର ଦୁନିଆରେ ସବୁଠାରୁ ବଡ଼ ପ୍ରଶ୍ନ। ସମସ୍ତେ ଜାଣନ୍ତି ପୋଲିସ ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ଲୋକେ ଅସୁବିଧାର ସମ୍ମୁଖୀନ ହେଲେ ପୋଲିସ ନିକଟକୁ ଦୋୖଡି ଯାଆନ୍ତି। କିନ୍ତୁ ଯଦି ପୋଲିସ୍ ତାର ଫାଇଦା ଉଠାଇବ ତେବେ ଏହା ଠାରୁ ବିଡମ୍ବନା ଆଉ କିଛି ନାହିଁ କହିଲେ ଚଳେ।
ନିକଟରେ ସେହିଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ର କ୍ୟାପିଟାଲ ଥାନା ରେ।ଏଠାରେ ଜଣେ ପୋଲିସ ଅଧିକାରୀ ଙ୍କ ନାମ ରେ ଯୁବତୀ ଜଣଙ୍କ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।
ତେବେ ଘଟଣା କ୍ରମ ଏହା ଥିଲା କି ଜଣେ ଯୁବତୀଙ୍କୁ ପ୍ରେମ, ପରେ ପ୍ରତାରଣା ସହ ଧମକ ଦେବା ଅଭିଯୋଗ ଆସିବା ପରେ ଫେରାରେ ଥିଲେ କ୍ୟାପିଟାଲ ଥାନା ର ସବ୍ ଇନ୍ପେକ୍ଟର ରାକେଶ । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ହୋଇଥିଲା ଚଢ଼ଉ। ଆଜି ତାକୁ ରାଉରକେଲାରୁ ଅଟକ ରଖିଛି ମହିଳା ଥାନା ପୋଲିସ। ସେପଟେ ଆଜି ପୀଡିତାଙ୍କ କୋର୍ଟରେ ବୟାନ ରେକର୍ଡ ହୋଇଛି ।
ସିଆରପିସି ଧାରା ୧୬୪ରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି ।ଗତ ୬ତାରିଖରେ ରାକେଶଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଥିଲେ ଯୁବତୀ । ଅଭିଯୋଗ ଥିଲା ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଜୋର ଜବରଦସ୍ତ ଗର୍ଭପାତ କରିଥିଲେ ରାକେଶ।
ଏହାପରେ ସେ ଆଉ ଯୁବତୀ ଜଣଙ୍କୁ ଧରା ଛୁଆଁ ଦେଇ ନଥିଲେ। ଏହାକୁ ନେଇ ଅଭିଯୋଗ ଆସିବା ପରେ ପୋଲିସ୍ ଯାଞ୍ଚ୍ ଆରମ୍ଭ କରିଛି।ଏବେ ରାକେଶ ନାମରେ ଯୁବତୀ ଆଣିଥିବା ଅଭିଯୋଗକୁ ନେଇ ଚାଲିଛି ତଦନ୍ତ ।ପଳାତକ ସବଇନିସପେକ୍ଟର ପୋଲିସ ହାତରେ ଅଟକ। ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଓ ଧମକ ଦେଇ ଫେରାର ଥିଲେ କ୍ୟାପିଟାଲ ଥାନାର ସବ ଇନିସପେକ୍ଟର ରାକେଶ ସାମଲ। ଫେରାର ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ବଢିଥିଲା ରାକେଶଙ୍କ ଅଡୁଆ। ସେପଟେ ଆଜି ସିଆପିସିର ଧାରା ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି ।ପୋଲିସ ହାତରେ ପୋଲିସ ଅଟକ । କ୍ୟାପିଟାଲ ଥାନାର ନିଲମ୍ବିତ ସବଇନସପେକ୍ଟର ରାକେଶ ସାମଲଙ୍କୁ ଅଟକ ରଖିଛି କମିସନରେଟ ପୋଲିସ। ଏହାପରେ ଯାହା ଜଣା ପଡିଛି କି ରାକେଶ ଉକ୍ତ ଯୁବତୀଙ୍କୁ ଧୋକା ଦେବା ପାଇଁ ଚେଷ୍ଟା କରିଥିଲେ।
ଯୁବତୀଙ୍କ ସହିତ ପ୍ରେମର ମାୟା ଜାଲ ରଚାଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରି ତାଙ୍କୁ ଛାଡି ଦେବାର ହୀନ ପ୍ରୟାସ କରିଥିଲେ ଏହି ପୋଲିସ ବାବୁ।ତେବେ କମିଶନରେଟ୍ ପୋଲିସ୍ ପାଖକୁ ଅଭିଯୋଗ ଆସିବା ପରେ ପୋଲିସ ଏବେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଯୁବତୀ ଜଣଙ୍କୁ ଉଚିତ୍ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।