ପଡୋଶୀ ଙ୍କୁ ବୃଦ୍ଧ ମହିଳା ଜଣଙ୍କ ଦାନ କଲେ ୫୫ କୋଟି, ଆଉ କାରଣ ଜାଣି ଆପଣ ବି ସ୍ତବ୍ଧ ହୋଇଯିବେ….ମହିଳାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ……

ସାଧାରଣତଃ ଆମେ ଦେଖିଥାଉ ପରିବାର ମଧ୍ୟରେ ସମ୍ପତ୍ତି କୁ ନେଇ ବିବାଦ, ଝଗଡ଼ା ଲାଗି ରହିଥାଏ। ବିବାଦ ପାଇଁ ଅନ୍ୟ କାରଣ ବି ଥିଲେ ମଧ୍ୟ ସମ୍ପତ୍ତି ପାଇଁ ମୁଖ୍ୟତଃ ଏହା ହୋଇଥାଏ। କୌଣସି ବ୍ୟକ୍ତି କାହାକୁ ଗୋଟିଏ ଇଞ୍ଚ୍ ଜମି କିମ୍ବା ଗୋଟିଏ ଟଙ୍କା ବି ଏମିତି ଦେବାକୁ ଚାହାନ୍ତି ନାହିଁ। କିନ୍ତୁ ଜର୍ମାନୀରେ ଘଟିଛି ଏକ ଅଜବ ଘଟଣା। ଏଠାରେ ଜଣେ ମହିଳା ତାଙ୍କ ପଡୋଶୀ ଙ୍କୁ ୫୫ କୋଟି ଟଙ୍କାର ସମ୍ପତ୍ତି ଦାନ କରି ଦେଇଛନ୍ତି।

ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ।ଆଉ ଆପଣ ଭାବୁଥିବେ ଯେ ମୁଁ ସେହି ମହିଳାଙ୍କ ପଡୋଶୀ ହୋଇଥାନ୍ତି କି, ମୋ ନାମରେ ବି ସେହି ସମ୍ପତ୍ତି ହୋଇ ଯାଇଥାନ୍ତା।

ଘଟଣା ଟି ପ୍ରକୃତରେ ଏହା ଯେ ଜର୍ମାନୀର ବର୍ଲିନ ରେ ରହୁଥିବା ଜଣେ ବୃଦ୍ଧ ମହିଳା ରେନେଡ ତାଙ୍କର ସମ୍ପତ୍ତି ସବୁକୁ ଅନ୍ୟ ମାନଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ମରିବା ପୂର୍ବରୁ ତାଙ୍କର ୫୫.୩୫ କୋଟି ଟଙ୍କାର ସମ୍ପତ୍ତି ପଡୋଶୀ ମାନଙ୍କୁ ଦାନ ଦେଇ ଦେଇଥିଲେ।ତେବେ ଦାନ ଦେଇଥିବା

ଏହି ବୃଦ୍ଧ ମହିଳାଙ୍କର ଡିସେମ୍ବର ୧୧ ,୨୦୧୯ ରେ ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ ଏହି ବୃଦ୍ଧ ମହିଳା ରେନେଡ ତାଙ୍କ ସ୍ଵାମୀ ଆଲଫ୍ରେଡ୍ ବେସେନ୍ ଙ୍କ ସହ ୱାଲ୍ଡରସ ଏଲ୍ଫେଡିନ ଜିଲ୍ଲାରେ ରହୁଥିଲେ। ତାଙ୍କ ସ୍ଵାମୀ ଷ୍ଟକ ମାର୍କେଟ ରେ ଟଙ୍କା ବିନିଯୋଗ କରୁଥିଲେ ଏବଂ ସେଥିରୁ ଅନେକ ଲାଭ ମଧ୍ୟ କରୁଥିଲେ।

ତେଣୁ ଖର୍ଚ୍ଚ ପରେ ଅଧିକ ଟଙ୍କାକୁ ସେମାନେ ସଞ୍ଚୟ କରି ଦେଇଥିଲେ। ସ୍ଵାମୀଙ୍କ ମୃତ୍ୟୁ ପରେ ଏହି ବୃଦ୍ଧ ମହିଳା ଜଣଙ୍କ ଏକାକୀ ରହି ଆସୁଥିଲେ। କିନ୍ତୁ ତାଙ୍କର ମଧ୍ୟ ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା।ତେବେ ସ୍ଥାନୀୟ ଗଣମାଧ୍ୟମ ର ରିପୋର୍ଟ୍ ଅନୁସାରେ ରେନେଡ ଙ୍କ ସମସ୍ତ ସମ୍ପତ୍ତି ର ମାଲିକ ବା ଉତ୍ତରାଧିକାରୀ ହେଉଛନ୍ତି ତାଙ୍କ ସାନ ଭଉଣୀ। କିନ୍ତୁ ସେ ବି ରେନେଡ ଙ୍କ ପୂର୍ବରୁ ମରି ସାରିଛନ୍ତି।

ତେଣୁ ଯେତେବେଳେ ପ୍ରଶାସନ କୁ ତାଙ୍କର ସମ୍ପତ୍ତି ବିଷୟରେ ସୂଚନା ମିଳିଲା ସେତେବେଳେ ଦେଖାଗଲା କି ମୃତ୍ୟୁ ପୂର୍ବରୁ ସେ ତାଙ୍କ ସମସ୍ତ ପଡୋଶୀ ଙ୍କ ନାମରେ ତାଙ୍କର ସମସ୍ତ ସମ୍ପତ୍ତି ଭାଗ କରି ଦେଇ ଯାଇଛନ୍ତି।କିନ୍ତୁ ଏଥିପାଇଁ ତାଙ୍କ ପଡୋଶୀ ମାନଙ୍କ ପାଇଁ କିଛି ସର୍ତ୍ତ ସେ ଦଲିଲ ରେ ଉଲ୍ଲେଖ କରିଛନ୍ତି। ତାଙ୍କ ପଡୋଶୀ ମାନେ ଏହି ଟଙ୍କାକୁ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟବହାର କରି ପାରିବେ ନାହିଁ।ସେହି ଅର୍ଥ ତାଙ୍କ ଅଞ୍ଚଳର ବିକାଶ ନିମନ୍ତେ ହିଁ ଖର୍ଚ୍ଚ ହେବ ବୋଲି ସେ ଉଲ୍ଲେଖ କରି ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।