ପୋଲିଓ ଟିକାକରଣ ବେଳେ 12ଜଣ ଶିଶୁଙ୍କୁ ଭୁଲ ବଶତଃ ଦିଆଯାଇଥିଲା ସାନିଟାଇଜର । ଏହାପରେ ଶିଶୁମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ ‍! କମେଣ୍ଟ କରନ୍ତୁ ଏହା ପାଇଁ ଦାୟୀ କିଏ ?

ବର୍ତ୍ତମାନ ସମୟରେ ସବୁଠୁ ବହୁତ ବଡ ଗୁରୁତ୍ବପୂର୍ଣ୍ଣ ଖବର, ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆ ଯାଇଛି ସାନିଟାଇଜର । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ମହାରାଷ୍ଟ୍ର ୟବତମାଲ ଜିଲ୍ଲାରେ । ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ , ୟବତମାଲ ଜିଲ୍ଲାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିଓ ଟୀକା କରଣ ସମୟରେ 12 ଜଣ ଶିଶୁ ଙ୍କୁ ଭୁଲ ବଶତଃ ସାନିଟାଇଜର୍ ବୁନ୍ଦା ଦିଆ ଯାଇଥିଲା । ଏହାପରେ ଶିଶୁ ମାନେ ଅସୁସ୍ଥ ଅନୁଭବ କରିବା ସହିତ ବାନ୍ତି ମଧ୍ୟ କରି ଥିଲେ । ତେବେ ଏହାପରେ ସେମାନଙ୍କୁ ତୁରନ୍ତ ୟବତମାଲ ସ୍ଥିତି ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରା ଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ସେପଟେ ଶିଶୁ ମାନେ ଅସୁ୍ସ୍ଥ ହେବା ପରେ ସେହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଟୀକା କରଣକୁ ସ୍ଥଗିତ ରଖା ଯାଇଛି । ପ୍ରାୟ 2000 ରୁ ଅଧିକ ଶିଶୁ ପୋଲିଓ ଟୀକା ନେବା ପାଇଁ ୟବତମାଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିଲେ ।

ସେପଟେ ଦ୍ବାୟିତ୍ବ ହୀନତା ପାଇଁ ସ୍ବାସ୍ଥ୍ୟ କର୍ମୀ ,ଡାକ୍ତର ଏବଂ ଆଶା କର୍ମୀଙ୍କ ବିରୋଧରେ କାର୍ୟ୍ୟାନୁ୍ଷ୍ଟାନ ନିଆ ଯିବ ବୋଲି ସୂଚନା ମିଳିଛି । ତେବେ ଏତେ ଦାୟିତ୍ବ ହୀନ କିଭଳି ହୋଇ ପାରୁଛନ୍ତି , ଖାସ୍ କରି ପୋଲିଓ ଟୀକା କରଣ ଯେତେବେଳେ ହେଉଛି ସେହି ଏତେ ଦାୟିତ୍ବ ହୀନ କିଭଲି ହୋଇ ପାରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି ?

ତେବେ ରବିବାର ଦିନ ସକାଳେ ଶିଶୁଙ୍କ ପାଇଂ ରାଷ୍ଟ୍ରିୟ ପୋଲିଓ ଅଭିଯାନ ହେଉଥିଲା । ଆଉ ୟବତମାଲ ଜିଲ୍ଲାର ଗୋଟିଏ ଗ୍ରାମପଞ୍ଚାୟତରେ ଡାକ୍ତର ଏବଂ ଆଶାକର୍ମୀ ଏବଂ ଅଙ୍ଗନୱାଡି ଦିଦିଙ୍କ ଦାୟିତ୍ବହୀନତା ଯୋଗୁଁ 12 ଜଣ ଶିଶୁଙ୍କୁ ପୋଲିଓ ଟିକା ବଦଳରେ ସାନିଟାଇଜର ବୁନ୍ଦା ଦିଆଯାଇଥିଲା ।ଯେତେବେଳେ ସେମାନଙ୍କୁ ବାନ୍ତି ହୋଇଥିଲା ସେତେବେଳେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏବଂ ବର୍ତ୍ତମାନ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ୟବତମାଲର CO ଶ୍ରୀକୃଷ୍ଣ ପାଞ୍ଚାଲ କହିଛନ୍ତି ଯେ ,ବର୍ତ୍ତମାନ ଅଙ୍ଗନୱାଡି କର୍ମଚାରୀ ଏବଂ ଆଶାକର୍ମଚାରୀଙ୍କୁ ସ୍ସପେଣ୍ଡ କରା ଯାଇଛି ଏବଂ ସଂମ୍ପୂର୍ଣ୍ଣ ଘଟଣାର ଯାଞ୍ଚ ପାଇଁ ଇନଭେଷ୍ଟିକେଶନ୍ ଜାରି ରହିଛି ।


ଟେବୁଲ ଉପରେ ଉଭୟ ସାନିଟାଇଜର ଏବଂ ପୋଲିଓ ଥିଲା କିନ୍ତୁ ସେମାନେ ପୋଲିଓ ବଦଳରେ ସାନିଟାଇଜର ଦେଇଥିଲେ । ସେଥିପାଇଁ ତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କୁ ସ୍ସପେଣ୍ଡ କରା ସରିଲାଣି ଏବଂ ତଦନ୍ତ ଜାରି ରହିଛି । ଆଉ ସୂଚନା ରହିଛି ତଦନ୍ତ ପରେ ଯିଏ ଦୋୀ ତାଙ୍କ ବିରୋଧରେ ଦୃଢା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏମିତି ସ୍ବାସ୍ଥ୍ୟକର୍ମୀଙ୍କ ଦାୟିତ୍ବ ହୀନତା ପାଇଁ ପିଲା ମାନଙ୍କର ଜୀବନ ମଧ୍ୟ ଯାଇପାରେ କିନ୍ତୁ ବର୍ତ୍ତମାନ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି ।

ତେବେ ଏହା ହେଉଛି ଗୋଟିଏ ପ୍ରକାର ସମ୍ବେଦନଶୀଳ ପ୍ରସଙ୍ଗ ,କାରଣ ଭାରତକୁ ପୋଲିଓ ମୁକ୍ତ କରିବା ପାଇଂ ଯୋଉଁ ଟୀକା କରଣ ବା ରାଷ୍ଟ୍ରିୟ ଟୀକା କରଣ ଅଭିଯାନ ଚାଲିଛି ସେହି ଅଭିଯାନରେ ଯଦି ଏଭଳି ଦାୟିତ୍ବହୀନତା ଦେଖିବାକୁ ମିଳେ ,ତାହେଲେ ଟୀକାକରଣକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଆସିବ, ବିଶ୍ବସନୀୟତା ମଧ୍ୟ ହରାଇବ ଏହି ଟୀକାକରଣ ବ୍ୟବସ୍ଥା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।