PM କିଷାନ୍ ସମ୍ମାନ ନିଧି ଯୋଜନା : ଏହି ତାରିଖ ପୂର୍ବରୁ ପଞ୍ଜୀକରଣ କଲେ ସମସ୍ତଙ୍କୁ ମିଳିବ ୪ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ…
ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ କେନ୍ଦ୍ର ସରକାରଙ୍କ ତରଫରୁ ଗରିବ ଜନ ସାଧାରଣ, ବିଭିନ୍ନ ଶ୍ରେଣୀର ଲୋକ ଏବଂ କୃଷକ ଭାଇ ମାନଙ୍କ ପାଇଁ ଅନେକ କିଛି ଯୋଜନା ମାନ କରାଯାଇଛି। ଯେଉଁ ଯୋଜନାର ଲାଭ ମଧ୍ୟ ସେମାନେ ଉଠାଇ ପାରୁଛନ୍ତି। ସେହିଭଳି ଦେଶର ଚାଷୀ ଭାଇ ମାନଙ୍କ ପାଇଁ ଏକ ହିତକର ଯୋଜନା ‘ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା’ କେନ୍ଦ୍ର ସରକାରଙ୍କ ତରଫରୁ କରା ଯାଇଛି। ଏଥିରେ ପଞ୍ଜିକରଣ ପରେ ଏହି ଯୋଜନାର ସ୍କିମ୍ରେ ୨ ଏକରରୁ କମ୍ ଜମି ଥିବା କୃଷକ ଏବଂ ଭାଗ ଚାଷୀଙ୍କ ପରିବାରକୁ ସରକାର ପ୍ରତିବର୍ଷ ୩ଟି କିସ୍ତି ରେ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇଥାନ୍ତି।
ଏହାଛଡା ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା ରେ ପଞ୍ଜୀକରଣ କରିଥିବା କୃଷକଙ୍କ ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ପାଣ୍ଠି ମଧ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ପଞ୍ଜିକରଣ କରିବା ଆବଶ୍ୟକ ହୋଇଥିବା ବେଳେ ଯେଉଁ ଚାଷୀ ଭାଇ ମାନେ ପଞ୍ଜିକରଣ କରି ନାହାନ୍ତି ।
ସେମାନେ ଏହି ମାସ ଅର୍ଥାତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଥିରେ ପଞ୍ଜୀକରଣ କରି ପାରିବେ ଏବଂ ଏହି ଯୋଜନାର ଲାଭ ଉଠାଇ ପାରିବେ।ତେବେ ଏହି ତାରିଖ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସରକାର ୪ ହଜାର ଟଙ୍କା ଲେଖାଏଁ ଦେବେ। ଏକ ରିପୋର୍ଟ୍ ଅନୁସାରେ ଏହାର ଆପ୍ଲିକେସନ୍ ଗ୍ରହଣ କରିବା ପରେ ପ୍ରଥମେ ହୋଲି ପୂର୍ବରୁ ଆପଣଙ୍କୁ ୨ ହଜାର ଟଙ୍କା ଦିଆଯିବ ଏବଂ ପରେ ଅର୍ଥାତ୍ ଏପ୍ରିଲ୍ ବା ମେ ମାସରେ ଏହାର ଦ୍ଵିତୀୟ କିସ୍ତି ଟଙ୍କା ଦିଆଯିବ।
ଆପଣଙ୍କୁ କହି ରଖୁଛୁ କି ପ୍ରତିବର୍ଷ ଏହି ଯୋଜନାର ପ୍ରଥମ କିସ୍ତି ୧ ଏପ୍ରିଲ୍ ରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ୱର ଏବଂ ତୃତୀୟ କିସ୍ତି ୧ ଡିସେମ୍ୱର ରୁ ୩୧ ମାର୍ଚ୍ଚ ମଧ୍ୟରେ ଦିଆ ଯାଇଥାଏ।ତେବେ ଆସନ୍ତୁ ଜାଣିବା ଏଥିରେ ଆପଣ କିପରି ପଞ୍ଜିକୃତ କରିବେ। ଏଥିପାଇଁ ଆପଣଙ୍କୁ କେଉଁ ସବୁ ପ୍ରକ୍ରିୟା ଦେଇ ଯିବାକୁ ପଡିବ
ପଞ୍ଜିକରଣ ପ୍ରକ୍ରିୟା-
ଏଥିପାଇଁ ଆପଣଙ୍କୁ ପ୍ରଥମେ ପିଏମ୍ କିଷାନ୍ ୱେବ୍ସାଇଟ୍କୁ ଯିବାକୁ ପଡିବ।ତାପରେ ଆପଣଙ୍କୁ ଫାର୍ମର କର୍ଣ୍ଣରକୁ ଯିବାକୁ ପଡିବ। ଏହାପରେ ଏହି ପେଜ କୁ ଯାଇ ଆପଣଙ୍କୁ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍ ରେ କ୍ଲିକ୍ କରିବାକୁ ପଡ଼ିବ।ଏହାପରେ ଏଠାରେ ଆଧାର କାର୍ଡ ନମ୍ବର ଏଣ୍ଟର କରି ସେଠାରେ ଦିଆ ଯାଇଥିବା କାପ୍ଚା କୋଡ୍ କୁ ଏଣ୍ଟର୍ କରିବାକୁ ପଡ଼ିବ। ତାପରେ ଆପଣଙ୍କୁ ରାଜ୍ୟ ଚୟନ କରିବାକୁ ପଡ଼ିବ ଏବଂ ସେଠାରେ ଆପଣଙ୍କୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବିଷୟରେ ସୂଚନା ଦେବାକୁ ପଡ଼ିବ। ଏହାପରେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ୍ ସମ୍ବନ୍ଧୀୟ ତଥ୍ୟ ଦେଇ ଶେଷରେ ଫର୍ମଟି କୁ ସବ୍ମିଟ୍ କରିବାକୁ ହେବ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ-
୧) ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ନେବାକୁ ପଡ଼ିବ।
୨) ଆଧାର କାର୍ଡ।
୩) ଜମିର କାଗଜପତ୍ର।
୪)ସିଟିଜେନ୍ସିପ୍ ସାର୍ଟିଫିକେଟ୍।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।