ଦେଖନ୍ତୁ EXCLUSIVE ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ପୂର୍ବରୁ ସାଙ୍ଗ ସହିତ ଶେଷ ଡ୍ୟାନ୍ସ ଏବଂ reels …ଭିଡିଓ ଦେଖିଲେ ଆଖରୁ ଲୁହ ଆସିଯିବ….

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଓଲିଓଡ଼ ଜଗତ ର ସବୁଠୁ ଭଲ କଳାକାର ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗହଣ ରେ ନାହାଁନ୍ତି ସେ ଆମକୁ ସବୁଦିନ ପାଇଁ ପର କରି ଦେଇ ଆରପାରିକୁ ଚାଲି ଯାଇଛନ୍ତି | ମାସେ ଉପରେ ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ହୋଇ ଜୀଵନ ମୃତ୍ୟୁ ସହ ସଂଘର୍ଷ କରି ଶେଷ ରେ ହାଇଦ୍ରାବାଦ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଆଖି ବୁଜି ଦେଇଛନ୍ତି | ତାଙ୍କ ବିୟୋଗ ରେ ସାରା ଓଡ଼ିଶା ର ଦର୍ଶକ, ଫିଲ୍ମ ଜଗତ ଓ ପରିବାର ରଡ଼ ଯେମିତି ଶୋକର ଛାୟା ଖେଳି ଯାଇଛି |

ତେବେ 1996 ମସିହା ରେ ସେ ଫିଲ୍ମ ଜଗତରେ ପାଦ ଥାପି ଥିଲେ ଏବଂ ଫିଲ୍ମ ଜଗତରେ ପାଦ ଥାପି ପ୍ରଥମ ଚଳଚ୍ଚିତ୍ର କୋଇଲି ରେ ସେ ଅଂଶ ଗ୍ରହଣ କରି ଥିଲେ | ଫିଲ୍ମ କୋଇଲି ରେ ତାଙ୍କୁ ଏତେ ଟା ସଫଳତା ମିଳି ନଥିଲେ ମଧ୍ୟ ପିଣ୍ଟୁ ନନ୍ଦ ଙ୍କ ଆଲବମ ଏ ଗୌର ଏବଂ ରାଣ୍ଡି ପୁଅ ଅନନ୍ତ ତାଙ୍କୁ ବେସ ପରିଚୟ କରିଥିଲା |

ତେବେ ଓଡ଼ିଆ ଚଳଚ୍ଚିତ୍ର ର ଆଗଧାଡିର ଜଣେ ବରିଷ୍ଠ ଖଳନାୟକ ଆଜି ଆଉ ନାହାଁନ୍ତି, ସେ ଗୋଟେ ପରେ ଗୋଟେ ଚଳଚିତ୍ର କରିଥିଲେ ଏବଂ ତାହା ବେସ ହିଟ ମଧ୍ୟ ହୋଇ ଥିଲା | ମା ଗଜବାୟାଣୀ, ବାହୁଡ଼ିବେ ମୋ ଜଗାବଳିଆ, ସାଥିରେ, ରଖିବ ଯଦି ସେ ମାରିବ କିଏ, ଓଃ ମାଇଁ ଲଭ, ରକତେ ଲେଖିଛି ନାଁ, କାଳୀ ଶଙ୍କର ଭଳି ଫିଲ୍ମ ରେ ନିଜ କଳା ର ଯାଦୁ ପିଣ୍ଟୁ ଦେଖାଇ ଥିଲେ | ସେ ଖଳନାୟକ ଚରିତ୍ର ହେଉ କିମ୍ବା କମେଡି ହେଉ ସେ ଯେକୌଣସି ଚରିତ୍ର ରେ ବି ଫିଟ ହୋଇ ଯାଉ ଥିଲେ |

ତେବେ ବର୍ତ୍ତମାନ ସମୟରେ ପିଣ୍ଟୁ ଙ୍କର ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକି ତାଙ୍କ ମୃତ୍ୟୁ ର କିଛି ଦିନ ପୂର୍ବର ଭିଡ଼ିଓ ଅଟେ | ଆଉ ଏହି ଭିଡ଼ିଓ ଟିରେ ପିଣ୍ଟୁ ନନ୍ଦ ଙ୍କର କିଛି ସ୍ମୃତି ଲୁଚି ରହିଛି ଯେଉଁଥିରେ କି ସୁଟିଂ ସେଟ ରେ ସେ ଡ୍ୟାନ୍ସ କରୁ ଥିବାର ଦେଖିବା ପାଇଁ ମିଳିଛି |

କେବଳ ତାହା ନୁହେଁ ବରଂ ସୁଟିଂ ସେଟ ରେ ପିଣ୍ଟୁ ନନ୍ଦ ଏତେ ମଜାମସ୍ତି କରିଛନ୍ତି କି ତାହା ଏବେ ଯିଏ ବି ମନେ ପକାଉଛି ତା ଆଖିରେ ଲୁହ ଚାଲି ଆସୁଛି | ଏଭଳି ଅନେକ ଭିଡ଼ିଓ ଫଟୋ ରହିଛି ଯାହା ଏବେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ବିଶ୍ୱାସ କରି ହେଉ ନାହିଁ କି ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି | ତେବେ ପିଣ୍ଟୁ ନନ୍ଦ ଙ୍କୁ ହରାଇ ଓଡ଼ିଆ ସିରିଏଲ ଜଗତ ଠାରୁ ଆରମ୍ଭ କରି ଯାତ୍ରା ଜଗତ ଏବଂ ଫିଲ୍ମ ଜଗତ କାନ୍ଦୁଛି |