ଦେଖନ୍ତୁ EXCLUSIVE :ଭିଡିଓ ସାମ୍ନାକୁ ଆସିଲା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ସମୟର ଶେଶ ଭିଡିଓ ! ଦେଖନ୍ତୁ କେମିତି ଡାକ୍ଟର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି..।ଆଉ ଡାକୁଛନ୍ତି

ଏହି କିଛି ଦିନ ହେଲା କେବଳ ଗୋଟିଏ କଥା ଖୁବ ଚର୍ଚ୍ଚା ରେ ରହି ଥିଲା ଯାହାକି ହେଉଛି ପିଣ୍ଟୁ ନନ୍ଦ କିପରି ଚିକିତ୍ସା ହୋଇ ଖୁବ ଜଲଦି ଭଲ ହୋଇ ଘରକୁ ଫେରି ଆସନ୍ତୁ | ମାସ ମାସ ଧରି ସେ ଲିଭର ଜନିତ ରୋଗ ରେ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିଲେ ଆଉ ତାଙ୍କୁ ନେଇ ଖୁବ ସମାଲୋଚନା ମଧ୍ୟ ଚାଲି ଥିଲା | କିନ୍ତୁ ଏହି ସବୁକୁ ସାମ୍ନା କରି ସେ ଜୀଵନ ମୃତ୍ୟୁ ସହିତ ଲଢେଇ କରୁ ଥିଲେ କିନ୍ତୁ ଦୁଃଖର ବିଷୟ କି ଆଜି ରାତିରେ ସେ ଜୀଵନ ଯୁଦ୍ଧ ରେ ହାରି ଯାଇଛନ୍ତି |

ସମସ୍ତେ ଚେଷ୍ଟା କରୁ ଥିଲେ କି ପିଣ୍ଟୁ ନନ୍ଦ କିପରି ଚିକିତ୍ସା ହୋଇ ଖୁବ ଜଲଦି ସୁସ୍ଥ ହୋଇ ଯାଆନ୍ତୁ, କିନ୍ତୁ ଦୁଃଖ ର ବିଷୟ ହେଉଛି ଆଜି ଅଫେରା ରାଇଜ କୁ ଅଭିନେତା ପିଣ୍ଟୁ ନନ୍ଦ ଚାଲି ଯାଇଛନ୍ତି |

ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥା ରେ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି ଯାହାକି ଓଡ଼ିଆ ସିନେମା ଜଗତ ପାଇଁ ଏହା ଗୋଟିଏ ବହୁତ ବଡ଼ ଦୁଃଖର କଥା ଅଟେ | ଓଲିଓଡ଼ ଜଗତ ଏକ ବଡ଼ କଳାକାର କୁ ହରାଇ ଦେଇଛି, ତେବେ ମାସ ମାସ ଧରି ଚିକିତ୍ସା ଚାଲି ଥିଲା ଆଉ ଦିଲ୍ଲୀ ପରେ ତାଙ୍କୁ ହାଇଦ୍ରାବାଦ ନିଆ ଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି |

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 47 ବର୍ଷ ହୋଇ ଥିଲା ଯାହାକି 1978 ମସିହା ରେ ସେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରି ଥିଲେ ଆଉ ତାଙ୍କର ଦୁଇଟି ପୁଅ ମଧ୍ୟ ରହିଛନ୍ତି | ଦୀର୍ଘ ଦିନ ଧରି ଲିଭର ସିରସିଆ ରୋଗ ରେ ପୀଡିତ ହୋଇ ସେ ଚିକିତ୍ସିତ ହେଉ ଥିଲେ ଆଉ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ବୋଲି ଯାହା ଡାକ୍ତର କହି ଥିଲେ |

ସେଥିପାଇଁ ପୁରା ଓଲିଓଡ଼ ଇଣ୍ଡଷ୍ଟ୍ରି, ପ୍ରଶଂସକ ଏବଂ ସାଧାରଣ ଜନତା ସମସ୍ତେ ଏକାଠି ହୋଇ ଥିଲେ ଆଉ ତାଙ୍କର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ସାହାଯ୍ୟ କରାଯାଇ ଥିଲା | କିନ୍ତୁ ତାଙ୍କ ଲିଭର ଟ୍ରାନ୍ସ ପ୍ଲାଣ୍ଟ ହେବା ପୂର୍ବରୁ ଆଜି ସେ ଜୀଵନ ଯୁଦ୍ଧ ରେ ହାରି ଯାଇଛନ୍ତି ଯାହାକି ସମସ୍ତ ଙ୍କୁ ଛାଡ଼ି ଓଲିଓଡ଼ ର ଅଭିନେତା ପିଣ୍ଟୁ ନନ୍ଦ ଆରପାରିକୁ ଚାଲି ଯାଇଛନ୍ତି |

ତାଙ୍କ ବିୟୋଗ ରେ କେବଳ ତାଙ୍କ ପରିବାର ଲୋକ ଭାଙ୍ଗି ପଡ଼ି ନାହାଁନ୍ତି ବରଂ ପୁରା ଓଲିଓଡ଼ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଶା ର ଦର୍ଶକ ଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଛି | ତେବେ ଆମେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଏତିକି ପ୍ରାର୍ଥନା କରିବା ଯେ ଓଲିଓଡ଼ ର ନମ୍ବର ୱାନ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଅମର ଆତ୍ମା ର ସଦଗତି ହେଉ |