ଦେଖନ୍ତୁ EXCLUSIVE :ଭିଡିଓ ମୁଁ ପିଣ୍ଟୁ କୁ ଜନ୍ମ ଦେଇଛି କେମିତି ସମ୍ଭାଳିବ ମା ଆଖିର ଲୁହ ..ଏହି ଭିଡିଓ ଦେଖିବା ପରେ ଆପଣ ବି କାନ୍ଦି ପକାଇବେ …

ଦିନକୁ ଦିନ ଅଧିକ ଗୁରୁତର ହେଉଛନ୍ତି ଓଲିଉଡ଼ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ।ଯକୃତ ରୋଗରେ ପୀଡ଼ିତ ଥିବାରୁ ଖୁବଶୀଘ୍ର ତାଙ୍କୁ ଦିଲ୍ଲୀ ନେଇ ଯକୃତ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି ତାଙ୍କ ଚିକିତ୍ସା କରୁଥିବା ଡାକ୍ତର। ତେବେ ଡ଼ାକ୍ତର ଙ୍କ କହିବା ଅନୁଯାୟୀ ଆସନ୍ତା ୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ସଙ୍କଟାପନ୍ନ ହୋଇ ପାରେ।ତେବେ ଅର୍ଥ ଏଥି ପାଇଁ ବଧାକ ସାଜିଛି।

ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଏକ ବଡ ଏମାଉଣ୍ଟ ର ଅର୍ଥ ରାଶି ର ଆବଶ୍ୟକତା ରହିଛି।ଏହି ଅପରେସନ ଲାଗି ପାଖା ପାଖି ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଆବଶ୍ୟକତା ରହିଛି। ଯାହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ପରିବାର ଲୋକେ।

ତେବେ ପିଣ୍ଟୁଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ସହାୟତା ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି। ସୋସିଆଲ ମିଡିଆରୁ ମଧ୍ୟ ସାହାଯ୍ୟ ଲୋଡ଼ିଛନ୍ତି ପରିବାର ଲୋକେ।ଓଲିଉଡ କଳାକାର ମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇ ଛନ୍ତି।

ଏହା ସହିତ କଳାକାର ମାନେ ଆର୍ଥିକ ସହାୟତା ପାଇଁ ଫ୍ୟାନସ୍ ମାନଙ୍କୁ ଅନୁରୋଧ କରିଥିବାର ମଧ୍ୟ ଦେଖିବାକୁ ମିଳୁଛି। ପିଣ୍ଟୁ ନନ୍ଦ ନିଜେ ନିଜ ପାଇଁ ଫ୍ୟାନ ମାନଙ୍କୁ ସହାୟତା ମାଗିଛନ୍ତି। ହସ୍ପିଟାଲ୍ ରୁ ଚିକିତ୍ସିତ ଅବସ୍ଥା ରେ ଏକ ଭିଡିଓ ଜାରି କରି ଅଭିନେତା ପିଣ୍ଟୁ ନନ୍ଦ ନିଜ ପାଇଁ ମଧ୍ୟ ନିଜେ ସହାୟତା ମାଗିଛନ୍ତି।

ଆଉ ଯାହା କୁହାଯାଉଛି କି ପିଣ୍ଟୁ ନନ୍ଦ ଲିଭର ସିରସିସ ରୋଗ ରେ ଅକ୍ଲାନ୍ତ ହୋଇ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ କୁ ନିଆଯାଉଛି ।

ଆଉ ସେଠାରେ ଚିକିତ୍ସା ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଆଉ ଯେଉଁଥିପାଇଁ ସିନେ ଏସୋସିଏସନ ତରଫରୁ ଏକ ବୌଠକ ଡ଼କା ଯାଇଥିଲା ।ଆଉ ଯାହାର ସଭାପତି ଭାବରେ ସିଦ୍ଧାନ୍ତ ମହାପାତ୍ର ରହିଥିଲେ ତେବେ ତାଙ୍କ ସହିତ ଅନ୍ୟ କଳାକାର ମାନେ ମଧ୍ୟ ସେଠାରେ ଯୋଗ ଦେଇଥିଲେ ।ଆଉ ସମସ୍ତେ କିଛି ନା କିଛି ସହାୟତା କରିବେ ବୋଲି ମଧ୍ୟ କହିଥିଲେ।

ଆଉ ଏବେ ଏକ ଖବର ସାମ୍ନାକୁ ଆସିଛି କି, ପିଣ୍ଟୁ ନନ୍ଦ ଙ୍କ ମାଉସୀ ଆଉ ତାଙ୍କ ସମ୍ପର୍କୀୟ ହସପିଟାଲ କୁ ଯାଇଥିଲେ ଦେଖା କରିବା ପାଇଁ। ଆଉ ପିଣ୍ଟୁ କୁ ଦେଖି ଆସି ତାଙ୍କ ମାଉସୀ କାନ୍ଦି ପକାଇଥିଲେ। ଆଉ ଓଡ଼ିଶା ବାସୀଙ୍କୁ ତାଙ୍କ ମାଉସୀ ଅନୁରୋଧ କରିଥିଲେ କି ଯଦି କିଛି କିଛି ରାଶି ସହାୟତା ପ୍ରଦାନ କରିବା ପାଇଁ।