ଦେଖନ୍ତୁ breaking news- ପିଣ୍ଟୁ ନନ୍ଦ ଙ୍କୁ ମିଳିଲା ଏକା ସାଙ୍ଗରେ ଦୁଇଟି ଲିଭର..ସେହି ବ୍ୟକ୍ତି ଙ୍କ ନାମ ଜାଣିଲେ ଖୁସିହେବେ ! ଦୟାକରି ତାଙ୍କର ଆରୋଗ୍ୟ ପ୍ରାର୍ଥନା କରନ୍ତୁ

ଆଜି ଯକୃତ ପ୍ରତିରୋପଣ କରିବା ପାଇଁ ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ। ହଁ ଦିଲ୍ଲିର ଏଲବିଏସ୍ ହସପିଟାଲରେ ଏବେ ଚିକିତ୍ସିତ ହେବେ ପିଣ୍ଟୁ ନନ୍ଦ। ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ଏବେ ଡିସାର୍ଜ କରାଯାଇଛି ଏବଂ ସିଧା ଆଜି ୯ ଟା ୪୫ ମିନିଟ୍ ରେ ଭୁବନେଶ୍ବର ଏୟାରପୋର୍ଟ ରୁ ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ। ଆଉ ସେଠାରେ ଯାଇ ତାଙ୍କର ଟ୍ରିଟମେଣ୍ଟ ଆଗକୁ ବଢ଼ାଇବେ।

ଦିଲ୍ଲୀର ଏଲ୍ଏଲବିଏସ୍ ହସପିଟାଲ ରେ ସେ ତାଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ କରାଇବେ। ସବୁଠାରୁ ବଡ଼ କଥା ହେଉଛି ଯେ ପିଣ୍ଟୁ ନନ୍ଦ ଙ୍କୁ ଯକୃତ ଡୋନର ମିଳୁ ନଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଦୁଇ ଜଣ ଯକୃତ ଡୋନରଙ୍କୁ ଖୋଜା ଯାଇଛି। ଆଉ ସେହି ଦୁଇ ଜଣ ଯକୃତ ଡୋନର ମଧ୍ୟ ପିଣ୍ଟୁ ନନ୍ଦ ଙ୍କ ସହିତ ଦିଲ୍ଲୀ ଯିବେ।

ଆଉ ସେଠାରେ ପହଞ୍ଚିଲା ପରେ ଯେଉଁ ବ୍ୟକ୍ତି ର ରିପୋର୍ଟ ପଜିଟିଭ୍ ଆସିବ ସେ ହି ପିଣ୍ଟୁ ନନ୍ଦ ଙ୍କୁ ଯକୃତ ଡୋନେଟ୍ କରିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଯେତେବେଳେ ପିଣ୍ଟୁ ନନ୍ଦ ଙ୍କ ଲିଭର ରୁ ରକ୍ତ ବାହାରୁଥିଲା ସେତେବେଳେ ସମସ୍ତେ ଚିନ୍ତା ରେ

ଥିଲେ। ତେବେ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଯକୃତ ରୋଗରେ ପୀଡ଼ିତ ଥିବାରୁ ଖୁବଶୀଘ୍ର ତାଙ୍କୁ ଦିଲ୍ଲୀ ନେଇ ଯକୃତ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଥିଲେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତର। ତେବେ ଡ଼ାକ୍ତର ଙ୍କ କହିବା ଅନୁଯାୟୀ ଆସନ୍ତା ୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ସଙ୍କଟାପନ୍ନ ହୋଇ ପାରେ।ତେବେ ଅର୍ଥ ଏଥି ପାଇଁ ବାଧକ ସାଜିଛି। ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଏକ ବଡ ଏମାଉଣ୍ଟ ର ଅର୍ଥ ରାଶି ର ଆବଶ୍ୟକତା ରହିଛି।

ଏହି ଅପରେସନ ଲାଗି ପାଖା ପାଖି ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଆବଶ୍ୟକତା ରହିଛି। ଯାହାକୁ ନେଇ ଚିନ୍ତିତ ହୋଇ ପଡିଥିଲେ ପରିବାର ଲୋକେ। ହେଲେ କିଛି ସହୃଦୟ ବ୍ୟକ୍ତି ସାହାଯ୍ୟ କରିଥିବାରୁ ଆଜି ଟଙ୍କା ଯୋଗାଡ ହୋଇ ପାରିଛି। ହେଲେ ଲିଭର ଡୋନେଟ୍ କରିବା ପାଇଁ କେହି ବି ଲୋକ ମିଳି ନଥିଲେ। ଆଉ ଏବେ ଦୁଇ ଜଣ ଲିଭର ଡୋନେଟ୍ କରିବେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ଆଉ ସେଥିପାଇଁ ପିଣ୍ଟୁ ନନ୍ଦ ଙ୍କୁ ମଧ୍ୟ ଆଜି ଭୁବନେଶ୍ବର ରୁ ଦିଲ୍ଲୀ ସ୍ଥାନାନ୍ତରଣ କରାଯାଉଛି। ଆଉ ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ।