ପିଲାଙ୍କ ଭବିଷ୍ୟତ ପାଇଁ ଦେଢ଼କୋଟି ଟଙ୍କାରେ ସ୍ୱାମୀ ଙ୍କୁ ପ୍ରେମିକା ହାତକୁ ଟେକି ଦେଲେ ସ୍ତ୍ରୀ, ଏହି ନାରୀ ପାଇଁ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

ବର୍ତ୍ତମାନର ଆଧୁନିକ ସମଜରେ ପ୍ରତ୍ୟେକ ଦିନ କିଛିନା କିଛି ଘଟଣାମାନ ସାମ୍ନାକୁ ଆସିଥାଏ। ପୂର୍ବରୁ କୌଣସି ଘଟଣା ଏତେଟା ଲୋକ ଲୋଚନାକୁ ଆସିପାରୁନଥିଲ। କାରଣ ସେତେବେଳେ ସୋସିଆଲ ମିଡିଆର ପ୍ରଭାବ ବହୁତ କମ ଥିଲା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆର ପ୍ରଭାବ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୋଟିଏ ସେକେଣ୍ଡ ରେ ଖବର ଭାଇରଲ ହୋଇଯାଉଛି। ତେବେ ଏପରି ଏକ ଖବର ବିଷୟରେ ଆଜି ଆପଣମାନଙ୍କୁ ଜଣାଇବାକୁ ଯାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ।

ଯଦି ଆପଣ ମାନେ ବଲିଉଡ ସିନେମା ‘ଜୁଦାଇ’ ଦେଖି ଥିବେ ତାହାଲେ ବସ୍ତାଵ ଜୀବନରେ ମଧ୍ୟ ଠିକ ସେଭଳି ଏକ କାହାଣୀ ସାମ୍ନାକୁ ଆସିଛି। ଜଣେ ପତ୍ନୀ ନିଜ ସ୍ୱାମୀଙ୍କୁ ୧ କୋଟି ଟଙ୍କାରେ ବିକ୍ରି କରିଥିବା ଖବର ଏବେ ସାମ୍ନାକୁ ଆସିଛି।ଖବରଟି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ପ୍ରକୃତ ଘଟଣା କଣ।

ତେବେ ଘଟଣାଟି ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ଠାରେ। ସୂଚନା ମୁତାବକ ଜଣେ ନାବାଳିକା ନିଜ ବାପଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ବାପା ଯେଉଁ ଅଫିସରେ କାର୍ଯ୍ୟ କରନ୍ତି ସେହି ଅଫିସରେ ଜଣେ ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ଆଛି। ତାଙ୍କ ବାପାଙ୍କ ବୟସ ଠାରୁ ମହିଳା ଜଣଙ୍କ ବୟସରେ ବଡ଼। ସେଥିପାଇଁ ପ୍ରତ୍ୟେକ ଦିନ ବାପା ମାଆଙ୍କ ମଧ୍ୟରେ ଝଗଡା ଲାଗି ଘରେ ଅଶାନ୍ତି ସୃଷ୍ଟି ହେଉଛି। ଭାଇ ଭଉଣୀଙ୍କ ପାଠ ପଢାରେ ବାଧା ଦେଖାଦେଉଛି। ଏହାର କିଛି ସମାଧାନ ପାଇଁ ସେ ନିବେଦନ କରିଥିଲେ।

କୋର୍ଟ ନାବଳିକାର ଅଭିଯାଗକୁ ତଦାରଖ କରି ଉଭୟ ସ୍ୱାମୀ ଏବଂ ପତ୍ନୀଙ୍କୁ କାଉନସେଲିଂ ପାଇଁ ନୋଟିସ ଦେଇଥିଲେ। ଏହା ପରେ କାଉନସେଲିଂରୁ ଜଣା ପଡିଲା ଯେ, ଉଭୟ ସ୍ୱାମୀ ପ୍ରେମିକା ଏକାଠି ରହିବାକୁ ଚାହାନ୍ତି। କିନ୍ତୁ ସ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି। ପରେ ସ୍ତ୍ରୀ ନିଜର ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ ।

କହିଥିଲେ ଯେ ବାହାଘରର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଅଛି। ତାଙ୍କୁ ମଧ୍ୟ ତାଙ୍କ ସ୍ବାମୀ ଭଲ ଭଲ ପାଆନ୍ତି ନାହିଁ। ସେ କହିଥିଲେ ପ୍ରତିଦିନ ଝଗଡା କରିବା ଅପେକ୍ଷା ସବୁ ଦିନ ଅଲଗା ହୋଇ ରହିବା ଭଲ ଏବଂ ପିଲାଙ୍କର ଭବିଷ୍ୟତ ଦେଖିବାର ଅଛି।

ଏହା ପରେ ପତ୍ନୀ ଏକ ସର୍ତ୍ତ ରଖି ନିଜ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ହାତକୁ ଟେକି ଦେଇଥିଲେ। ସର୍ତ୍ତଟି ଥିଲା ଏହା ଯେ, ପ୍ରେମିକା ନାମରେ ଥିବା ଏକ ପ୍ଲଟ୍ ସହ ୨୭ ଲକ୍ଷ ଟଙ୍କା ଦାବି ରଖିଥିଲେ। ଏହା ପରେ ମହିଳା ଜଣଙ୍କ ବିନା ବାଧାରେ ପତ୍ନୀ ଜଣଙ୍କ ସର୍ତ୍ତରେ ରାଜି ହୋଇଥିଲେ। ଅତ୍ୟନ୍ତ ଖୁସିରେ ପ୍ରେମିକାଙ୍କୁ ନିଜର କରିଥିଲେ। ତେବେ ଆପଣମନେ ହିଁ ବୁଝିପାରୁଥିବେ ବର୍ତ୍ତମାନର ସମାଜ କେଉଁ ଆଡକୁ ଗତି କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।