ପିଲା ବିଛଣାରେ ପରିସ୍ରା କରୁଛି କି? ଜାଣନ୍ତୁ ଏହାର ଚିକିତ୍ସା -Dr. deepa trivedi…
ତେବେ ଏକ ଶିଶୁ ବିଛଣା ରେ ପରିସ୍ରା କରିବା ସାଧାରଣ କଥା ହୋଇ ଥାଏ | କିନ୍ତୁ ଏମିତି କିଛି ପିଲା ଅଛନ୍ତି ଯେଉଁ ମାନେ କି ବଡ଼ ହେବା ପରେ ମଧ୍ୟ ବିଛଣା ରେ ପରିସ୍ରା କରି ଥାଆନ୍ତି ଆଉ ଏହା ଧୀରେ ଧୀରେ ବାପା ମା ଙ୍କର ବଡ଼ ସମସ୍ୟା ରେ ପାଲଟି ଯାଇଥାଏ | ତେବେ ପିଲା ଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖା ଯାଉ ଥିଲେ ବାପା ମା ମାନେ କିପରି ଏହାକୁ ରୋକିବେ ଯାହାକି ଏକ ବିଶେଷଜ୍ଞ ଙ୍କ ମତ ଅନୁସାରେ ଆଲୋଚନା କରିବା | ଯଦି ଆପଣ ଆପଣଙ୍କ ପିଲା ଙ୍କର ଖାଦ୍ୟପେୟ ଉପରେ ଧ୍ୟାନ ଦେବେ ତେବେ ଏହାକୁ ରୋକି ପାରିବେ |
ବିଛଣା ରେ ପରିସ୍ରା ହେବାର କାରଣ କଣ ରହିଛି :-
ତେବେ ଆପଣଙ୍କ ପିଲାର ଯଦି ଏଭଳି ସମସ୍ୟା ଦେଖା ଯାଉଛି ତାହେଲେ ଏହି ସମସ୍ୟା କୁ ନେଇ ଡାକ୍ତର ଙ୍କ ନିକଟରେ ଚିକିତ୍ସା କରିବା ଉଚିତ ନଚେତ ଆପଣଙ୍କ ପିଲା ଙ୍କର ପରିସ୍ରା ସମୟ ରେ ପରିବର୍ତ୍ତନ କରନ୍ତୁ | ପ୍ରଥମ କଥା ହେଉଛି ଆମକୁ ଆଗେ ଏହା ଜାଣିବାକୁ ପଡ଼ିବ କି ଆମ ପିଲା କୌଣସି ରୋଗ ରେ ପୀଡିତ ଅଛି କି ଯେପରି ଶିଶୁ ମୂତ୍ର ରୋଗ, ଫାଇମୋସିସ କିମ୍ବା ତାହାର ସ୍ନାୟୁ ରୋଗ ସମସ୍ୟା ଅଛି କି ଏସବୁ ଜାଣିବା ପାଇଁ ପଡ଼ିବ |
ଯଦି ଜଣେ ଶିଶୁ 7 ବର୍ଷ ପରେ ମଧ୍ୟ ବିଛଣା ରେ ପରିସ୍ରା କରୁଛି ତାହେଲେ ଜାଣି ରଖନ୍ତୁ କି ଏହା ସ୍ୱାସ୍ଥ୍ୟଗତ ସମସ୍ୟା ଅଟେ | ଯଦି ଆପଣଙ୍କ ପିଲା ସୁସ୍ଥ ଅଛି ତାହେଲେ ତାର ମାନସିକ ସ୍ତର ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯାହାକି ସେ ରାତିରେ କଣ ଖାଉଛି ଏହା ଉପରେ ଧ୍ୟାନ ଦିଅନ୍ତୁ | ଏହା ସହିତ ପିଲା ମାନଙ୍କୁ ଖାଦ୍ୟ ରେ ଜଳୀୟ ଅଂଶ କମ କରନ୍ତୁ ଯେମିତି କି କ୍ଷୀର ବା ଜଳୀୟ ଅଂଶ ଖାଦ୍ୟ କମ କରାଇ ଦିଅନ୍ତୁ |
ଏହାର ଚିକିତ୍ସା କଣ :-
ପ୍ରଥମେ ଆପଣଙ୍କ ପିଲା ଙ୍କର ପରିସ୍ରା କରିବାର ସମୟ ପରିବର୍ତ୍ତନ କରନ୍ତୁ ଏବଂ ସେ କିପରି ରାତିରେ କମ ପାଣି ପିଇବ ଏହା ପ୍ରତି ଧ୍ୟାନ ରଖନ୍ତୁ | ପ୍ରତିଦିନ ପିଲା କିପରି ବିଛଣା ରେ ପରିସ୍ରା ନ କରେ ସେଥିପାଇଁ ପିଲା ଙ୍କୁ କିଛି ପୁରସ୍କାର ମଧ୍ୟ କରନ୍ତୁ ଏମିତି କଲେ ପିଲା ଆଉ ବିଛଣା ରେ ପରିସ୍ରା କରି ନଥାଏ | ଏହାଛଡା,
(1) ରାତିରେ ଶିଶୁ କୁ କମ ପାଣି ପିଇବାକୁ ଦିୟନ୍ତୁ |
(2) ଶୋଇବା ପୂର୍ବରୁ ଶିଶୁକୁ ପରିସ୍ରା କରାଇ ଶୋଇବାକୁ କୁହନ୍ତୁ |
(3) ମସଲା ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରଖନ୍ତୁ |
(4)ଏହା ବ୍ୟତୀତ ଶିଶୁକୁ ମୋବାଇଲ ବା ଟିଭି ଦେଖିବା ଠାରୁ ଦୁରେଇ ରଖନ୍ତୁ |