ପିଆଜ ଯୁସ୍ ରେ କରନ୍ତୁ କେଶ ସମସ୍ୟାର ସମାଧାନ କେବଳ ୨୦ ଦିନରେ ଦେଖନ୍ତୁ ତା’ର କମାଲ…..

କେଶ ବା ଚୁଟି ମଣିଷର ସୌନ୍ଦର୍ଯ୍ୟର ରାଜ୍ ଅଟେ।ଏହା ମଣିଷକୁ ଉଭୟ ମହିଳା ଏବଂ ପୁରୁଷଙ୍କୁ ଏକ ସୁନ୍ଦର ଚେହେରା ପ୍ରଦାନ କରିଥାଏ। ଲମ୍ବା ଓ ଘନ କେଶ ସମସ୍ତଙ୍କୁ ପସନ୍ଦ କାରଣ ଏହା ଆପଣଙ୍କ ସୌନ୍ଦର୍ଯ୍ୟ କୁ ଦୁଇ ଗୁଣୀତ କରିଥାଏ। ତେବେ ଆଜିର ଦୁନିଆରେ ଯୁବପିଢ଼ିଙ୍କର କେଶ ଝଡିବା ଏବଂ ଚନ୍ଦା ପଣ ଏକ ସାଧାରଣ ସମସ୍ୟା ଭାବେ ଦେଖା ଦେଇଛି। ଏହା ପଛର ମୁଖ୍ୟ କାରଣ ହେଲା ବିଭିନ୍ନ ରାସାୟନିକ ତତ୍ତ୍ବ ଥିବା ଶ୍ୟାମ୍ପୁ ବ୍ୟବହାର କରିବା, ନିୟମିତ ଭାବେ କେଶ ଷ୍ଟ୍ରେଟ ଓ କଲର କରାଇବା।

ତେବେ ଏଥିପାଇଁ ବିଭିନ୍ନ ଅନ୍ୟାନ୍ୟ କାରଣ ମଧ୍ୟ ଦାୟୀ ଅଟେ।ଯାହା ଆପଣଙ୍କୁ ଏହିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ କରିଥାଏ।

ତେବେ ଏଥିପାଇଁ ଆପଣଙ୍କୁ ପ୍ରାକୃତିକ ଉପାୟ ମାନ ଅବଲମ୍ବନ କରିବାକୁ ପଡ଼ିବ।ତେବେ ଆପଣଙ୍କୁ କିଛି ଏମିତି ଉପାୟ କରିବାକୁ ପଡ଼ିବ ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।ତେଣୁ ଘନ ଏବଂ ସୁନ୍ଦର କେଶ ପାଇବା ନିମନ୍ତେ ସରଳ ଉପଚାର କରିବାର ଆବଶ୍ୟକତା ରହିଛି ଯାହା ସହଜରେ ଘରେ ପ୍ରସ୍ତୁତ କରାଯାଇ ପାରିବ ଏବଂ ଚୁଟି ପାଇଁ ଭଲ ପ୍ରଭାବ ମଧ୍ୟ ପକାଇବ ।

ତେଣୁ ଆସନ୍ତୁ ଜାଣିବା ଚନ୍ଦା ପଣ ଏବଂ କେଶ ଝଡିବାରୁ ମୁକ୍ତି ପାଇବା ପାଇଁ କଣ କରିବା ଏବଂ ଏହାର ପ୍ରତିକାର ସ୍ୱରୂପ ଆପଣ ଏଥିପାଇଁ ଔଷଧ ସେବନ କରିବା କିମ୍ବା ନିରାକରଣ ପାଇଁ ଚିନ୍ତା କରିବା ପୂର୍ବରୁ ଘରୋଇ ଉପାୟରେ ଏହାର ଉପଚାର କରନ୍ତୁ ଯାହା ଅତ୍ୟନ୍ତ ଫାଇଦା ଆପଣଙ୍କୁ ଯୋଗାଇଥାଏ।

ପ୍ରସ୍ତୁତି- ଏଥିପାଇଁ ଆପଣଙ୍କୁ ଦୁଇଟି ନାଲି ପିଆଜ ନେବାକୁ ପଡିବ କାରଣ ଏଥିରେ ଆନ୍ତି ଅକ୍ସିଡ଼ାନ୍ଟ ଅଧିକ ପରିମାଣରେ ଥାଏ।ଏହି ପିଆଜକୁ ଛୋଟ ଛୋଟ ଖଣ୍ଡରେ ଗୋଲାକାର ଭାବରେ କାଟି ଆପଣଙ୍କୁ ରଖିବାକୁ ପଡ଼ିବ।ଏହାପରେ ଗ୍ୟାସ ଚୁଲାର ଆଞ୍ଚ କୁ ମଧ୍ୟମ ରଖି ଏକ ପାତ୍ରରେ ୨୫୦ ମିଲି ର ଶୁଦ୍ଧ ପାଣି ରେ ଏହି ପିଆଜକୁ ପକାଇବାକୁ ପଡ଼ିବ।ପରେ ଏହାକୁ ୧୨ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଏମିତି ଆଞ୍ଚରେ ରଖିବାକୁ ପଡିବ।

ଏହାପରେ ଆପଣ ଆଞ୍ଚ ବନ୍ଦ କରି ଏକ ଢାଙ୍କୁଣି ସାହାଯ୍ୟରେ ଏହି ପାତ୍ରକୁ ଘୋଡାଇ ରଖନ୍ତୁ।୧୦ ରୁ ୧୨ ଘଣ୍ଟା ବା ସାରା ରାତି ଏହିଭଳି ଭିଜି ରହିବାକୁ ଛାଡ଼ି ଦିଅନ୍ତୁ।ତାପରେ ଏଥିରେ ଅଧା ଫାଳ ଲେମ୍ବୁ କୁ ଚିପୁଡ଼ି ଦିଅନ୍ତୁ।

ବ୍ୟବହାର ପ୍ରଣାଳୀ-

ମିଶ୍ରଣ ପ୍ରସ୍ତୁତ ହେବାପରେ ଏହି ମିଶ୍ରଣ କୁ ଛାଙ୍କି ଦିଅନ୍ତୁ ଏକ ସ୍ପ୍ରେ ବୋତଲ କୁ। ଏବଂ ଏହାକୁ ଆପଣଙ୍କ ଚନ୍ଦା ହୋଇ ଯାଇଥିବା ସ୍ଥାନରେ ରାତିରେ ଲଗାନ୍ତୁ। ଚୁଟି ଝଡୁଥିଲେ ମଧ୍ୟ ଏହାକୁ ଲଗାଇ ପାରିବେ।ରାତିରେ ଲଗାଇ ସକାଳେ ମୁଣ୍ଡ ଧୋଇ ଦିଅନ୍ତୁ।ଏକ ସପ୍ତାହ ପରେ ଆପଣ ଏହାର ପ୍ରଭାବ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।