Exclusive: ଚାହୁଁ ଚାହୁଁ 11 ଦିନ ବିତିଗଲା ! ପିଣ୍ଟୁ ଥରେ ଆସି ଦେଖିଯାଅ, ଏଠି ବାର ଲୋକ ବାର କଥା କହୁଛନ୍ତି ମତେ…ଏମିତି କହି କାନ୍ଦି କାନ୍ଦି ଗଲେ ସ୍ତ୍ରୀ..

ଦିନ ପରେ ଦିନ ଗଡ଼ିଯାଏ। ହେଲେ ନିଜର ଲୋକଟିଏ ସବୁଦିନ ପାଇଁ ନିଜ ଭିତର ହିଁ ରହି ଯାଇଥାଏ। ବେଳେବେଳେ ନିଜ ଭୁଲ ପାଇଁ ଅନୁତାପ କରିବାକୁ ପଡ଼ିଥାଏ। ତ କେତେବେଳେ ମନ କହେ ସେହି ନିଜର ମଣିଷଟିଏ ପୁଣିଥରେ ଫେରି ଆସନ୍ତାନି ମନ ଭରି କାନ୍ଦି ଦିଅନ୍ତି। କାନ ଧରି ଭୁଲ ମାଗି ଦିଅନ୍ତି। ହେଲେ ସମୟ ସୁଅରେ ଦିନ ପରେ ଦିନ ଗଡ଼ିଯାଏ। ହେଲେ କେବେବି ସେହି ନିଜର ମଣିଷ ଟିଏ ଫେରି ଆସି ପାରେ ନାହିଁ।

ଆଉ ଏବେ ସେହିପରି ଅନୁତାପ କରୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ। ଅନେକ ଲୋକ ଅନେକ କିଛି କହୁଛନ୍ତି। ସବୁ ସହି ଏବେ ଜୀବନର ଦୋଛକିରେ ଛିଡ଼ା ହୋଇଛନ୍ତି ପିଣ୍ଟୁଙ୍କ ସ୍ତ୍ରୀ। ପିଣ୍ଟୁଙ୍କ ମୃତ୍ୟୁ ପାଇଁ କିଏ ତାଙ୍କ ପରିବାରକୁ ଦାୟୀ କରୁଛି ତ ଆଉ କିଏ ନିଶା ଦ୍ରବ୍ୟ କୁ କାରଣ ଦେଉଛି।

କିଏ କହୁଛି ପରିବାର ଲୋକେ ପାଖରେ ନଥିଲେ, ଆଉ ଏହି କାରଣରୁ ପୁରାପୁରି ଭାଙ୍ଗି ପଡ଼ିଥିଲେ ପିଣ୍ଟୁ। ଯାହାକୁ ନେଇ ସିଧାସଳଖ ପିଣ୍ଟୁ ଙ୍କ ସ୍ତ୍ରୀ ଙ୍କୁ ଇଙ୍ଗିତ କରାଯାଉଛି। ଆଉ ଦିନ ପରେ ଦିନ ଗଡ଼ି ଯାଇଛି। ଆଉ ପିଣ୍ଟୁ ଙ୍କ ମୃତ୍ୟୁ କୁ ପୁରି ଯାଇଛି ୧୨ ଦିନ।

ସ୍ୱାମୀ ଙ୍କ ଫଟୋ ନିକଟରେ ଠିଆ ହୋଇ ଅନେକ କିଛି ମନ ଭିତରେ ବଖାଣିଛନ୍ତି। ଅନେକ ସ୍ମୃତି କୁ ସାଉଁଟିଛନ୍ତି ଏବଂ ନିଜର ଭୁଲ ପାଇଁ ତାଙ୍କ ଆଗରେ ଗୁହାରି କରିଛନ୍ତି। ପାଖରେ ମଧ୍ୟ ଛିଡ଼ା ହୋଇଛି ସାନ ପୁଅ ଏବଂ ବଡ଼ ପୁଅ ଯାହା ଭିଡିଓ ରେ ଦେଖିବାକୁ ମିଳିଛି। ଆଉ ଯେଉଁ ପୁଅକୁ ପିଣ୍ଟୁ କଥା ଦେଇଥିଲେ ମୁଁ ଭଲ ହୋଇ ନିଶ୍ଚିତ ଫେରିବି। ଆଉ ସବୁ ଦିନ ପାଇଁ ସେହି ଦୁଇ ପୁଅକୁ ପିଣ୍ଟୁ ଛାଡ଼ି ଚାଲି ଯାଇଥିଲେ।

ଆଉ ଏବେ ଏକମାତ୍ର ସାହାରା ମା। ମା ଙ୍କ ପାଖରେ ଛିଡ଼ା ହୋଇ ବାପାଙ୍କ ପ୍ରତିଟି କଥାକୁ ମନେ ପକାଉଛନ୍ତି ଦୁଇ ପୁଅ। ତେବେ ଭୁବନେଶ୍ୱର ର ଏକ ମଣ୍ଡପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଗତକାଲି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦ୍ୱାଦଶ କାର୍ଯ୍ୟ ଶେଷ ହୋଇଛି।

ସାଥି କଳାକାର ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୋଜନ ସମାରୋହ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା ଏହି ମଣ୍ଡପରେ। ଏଥିରେ ବହୁତ ଅଭିନେତା ଓ ଅଭିନେତ୍ରୀ ଙ୍କ ସହ କଳାକାର ପରିବାରର ବହୁ ସଦସ୍ୟ ସାମିଲ ହୋଇ ପିଣ୍ଟୁ ଙ୍କ ଅମର ଆତ୍ମା ପାଇଁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।