ପିଲାଙ୍କ କୃମି ଦୋଷ ( Deworming ) କାରଣ ଓ ନିରାକରଣ | Dr. srilata

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଗୋଟେ ମନୁଷ୍ୟ ସବୁବେଳେ ସୁସ୍ଥ ଜୀବନ ହିଁ ବିତାଇବା ପାଇଁ ଚାହିଁ ଥାଏ | କାରଣ ରୋଗ ହିଁ ମଣିଷ ର ସବୁଠୁ ବଡ଼ ଶତ୍ରୁ ହୋଇ ଥାଏ, ଯେତେ ଟଙ୍କା ଥିଲେ ମଧ୍ୟ ଯଦି ମଣିଷ ଟିକୁ ରୋଗ ହୋଇ ଥାଏ ତାହେଲେ ସେ ଦୁର୍ବଳ ହିଁ ହୋଇ ପଡ଼େ | ତେବେ ସବୁ ରୋଗ ମଧ୍ୟରୁ କୃମି ରୋଗ ହେଉଛି ଅନ୍ୟତମ |

ବିଶେଷ କରି ପିଲାଙ୍କ କୃମି ରୋଗ ହେଉଛି ଅନ୍ୟତମ ପ୍ରତିବର୍ଷ ସରକାରଙ୍କ ତରଫରୁ ଗୋଟିଏ ଦିନକୁ ଜାତୀୟ କୃମିନାଶକ ଦିବସ ଭାବରେ ପାଳନ କରା ଯାଇଥାଏ,ବର୍ଷକୁ ସାଧାରଣତଃ ଦୁଇଥର ଅଗଷ୍ଟ ଓ ଫେବୃୟାରୀ ମାସର ନିର୍ଦ୍ଦିଷ୍ଟ ଦିନ ପାଳନ କରାଯାଏ | ଏହି ଦିନ 1ବର୍ଷରୁ 19 ବର୍ଷର ପ୍ରତ୍ୟେକ ପିଲାଙ୍କୁ କୃମିନାଶକ ବଟିକା ଦିଆଯାଏ ଯାହାକି ପୁଣି ମାଗଣା ରେ ଯୋଗାଇ ଦିଆ ଯାଇଥାଏ |

ପିଲାଙ୍କ ଠାରେ କୃମି ଦୋଷର ଲକ୍ଷଣ :-

ଛୋଟ ପିଲା ମାନଙ୍କୁ କୃମି ରୋଗ ହେଲେ ତାଙ୍କ ଶରୀର ରେ ଅନେକ ପ୍ରକାର ର ସମସ୍ୟା ଦେଖା ଯାଇ ଥାଏ | ସେଥି ମଧ୍ୟରୁ ଲକ୍ଷଣ ଗୁଡ଼ିକ ହେଉଛି, କୁ ପୋଷଣ, ଭୋକ ନ ଲାଗିବା, ଦୁର୍ବଳ ଓ ଉଦବେଗ ଅନୁଭବ ହେବା, ବାନ୍ତି ହେବା, ରକ୍ତ ହୀନତା, ଓଜନ କମ ହେବା, ତରଳ ଝାଡ଼ା ହେବା ଭଳି ଅନେକ ସମସ୍ୟା ଦେଖା ଯାଇ ଥାଏ |

କୃମି ଦୋଷ ର ପ୍ରଭାବ :-

କୃମି ହେଲେ ସାଧାରଣତଃ ଛୋଟ ଛୋଟ ପିଲା ମାନେ ପିଚା ଭିତରେ କୁଣ୍ଡାଇବାକୁ ଲାଗନ୍ତି ଯାହା ଦ୍ୱାରା ଆମେ ଏଥିରୁ ଅନୁମାନ କରି ପାରିବା ଯେ ପିଲା ର ଝାଡ଼ା ରେ କୃମି ଆସୁଛି | ତେବେ ଆମ ଶରୀର ରେ କୃମି ନିୟନ୍ତ୍ରିତ ହେଲେ ରକ୍ତ ହୀନତା ହେବ ନାହିଁ, ଅର୍ଥାତ ଆମର ଲୋହିତ ରକ୍ତ କଣିକା ର ପରିମାଣ ବୃଦ୍ଧି ହେବ | ଆମର ପୋଷଣ ସ୍ତର ରେ ଉନ୍ନତି ହେବ ଏହା ସହିତ ପିଲା ମାନଙ୍କୁ ପାଠ ପଢା ପ୍ରତି ଆଗ୍ରହ ହେବ ଏବଂ ନିୟମିତ ଭାବେ ପିଲା ମାନେ ବିଦ୍ୟାଳୟ କୁ ଯାଇ ପାରିବେ |

କୃମି ଦୋଷ କିପରି ପିଲାଙ୍କୁ ଦୂରେଇ ରଖିବେ :-
ପ୍ରଥମେ ନିଜ ପରିବେଶ ର ଚତୁର୍ପାଶ୍ୱ କୁ ସଫା ସୁତୁରା ରଖିବା ଅର୍ଥାତ ପରିଷ୍କାର ରଖିବା, ନିୟମିତ ଜୋତା ଓ ଚପଲ ବ୍ୟବହାର କରିବା | ନିଜ ନଖ କୁ ପରିଷ୍କାର ରଖିବା ସହିତ ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇବା ଏବଂ ସ୍ନାନ ସମୟ ରେ ମଧ୍ୟ ସ୍ୱଚ୍ଛ ଭାବେ ଗାଧୋଇବା | ଖାଦ୍ୟ ପଦାର୍ଥ କୁ ସର୍ବଦା ଘୋଡେଇ ରଖିବା ଏବଂ ପନିପରିବା ଖାଇବା ପୂର୍ବରୁ ତାହାକୁ ଭଲ ଭାବରେ ଧୋଇ ରଖିବା | ସର୍ବଦା ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ଖୋଲାରେ ମଳତ୍ୟାଗ କରିବା ନାହିଁ | ଏହା ସହିତ ସବୁବେଳେ ଶୌଚାଳୟ ବ୍ୟବହାର କରିବା ଏବଂ ଖାଲି ପାଦରେ ଚାଲିବା ନାହିଁ |

କୃମି ରୋଗ ଚିକିତ୍ସା :-
କୃମି ରୋଗ ଚିକିତ୍ସା ପାଇଁ କୃମିନାଶକ ବଟିକା ଖାଇବା ଦ୍ୱାରା ପିଲାଙ୍କ ପୂର୍ଣ୍ଣାଙ୍ଗ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇପାରିବ | ତେବେ କୃମି ବଟିକା ଖାଇଲା ବେଳେ ଏହା ସାଧାରଣତଃ ଛୋଟ ପିଲା ଙ୍କ ତଣ୍ଟି ରେ ଲାଗି ଯାଏ ଏଣୁ ଏହାକୁ ଚକଲେଟ ପରି ଖାଇବା ଉଚିତ | କୃମି ନାଶକ ବଟିକା ଆଲବେଣ୍ଡାଜଲ ଖାଇବା ଦ୍ୱାରା ଏହାର କୌଣସି ପ୍ରତିକୂଳ ପ୍ରଭାବ ଆମ ଶରୀର ଉପରେ ପଡ଼ି ନଥାଏ ଏହା ସମ୍ପୂର୍ଣ୍ଣ ନିରାପଦ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।