ଥାର୍ଡ ପାର୍ଟି ଆପ ( ଫୋନ୍ ପେ , ଗୁଗଲ ପେ , ପେଟିଏମେ ) ବ୍ୟବହାର କରୁଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ନୂଆ ବର୍ଷ ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ……

ପେଟିମ୍ , ଗୁଗଲ ପେ , ଫୋନ୍ ପେ ଆଦି ବ୍ୟବହାର କରୁଛନ୍ତି କି ? ଯଦି ଆପଣ ଏମିତି ଥର୍ଡ ପାର୍ଟି ଆପ ବ୍ୟବହାର କରୁଛନ୍ତି ଆଉ ଏହି ଜରିଆ ରେ ପେମେଣ୍ଟ କରୁଛନ୍ତି ତେବେ ଜାଣନ୍ତୁ ନୂଆ ନିୟମ । ଆଗାମୀ ଦିନ ରେ ୟୁପିଆଇ ଆପ କୁ ନେଇ ଆପଣ ଅସୁବିଧା ରେ ପଡି ପାରନ୍ତି। ଥାର୍ଡ ପାର୍ଟି ପେମେଣ୍ଟ ମାଧ୍ୟମ ରେ ୟୁନିଫାଏଡ ପେମେଣ୍ଟ ବା ଇଣ୍ଟରଫେସ୍ ପେମେଣ୍ଟ କରୁଥିବା ଲୋକ ମାନଙ୍କ ପାଇଁ ଆସିଛି ଏମିତି ବଡ଼ ଖବର ।

ନେସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ୨୦୨୧ ମସିହା ଜାନୁଆରି ମାସ ୧ ତାରିଖ ରୁ ଥାର୍ଡ ପାର୍ଟି ଆପ ପ୍ରୋଭାଇଡ ବଦଳ ରେ ୩୦% ଟ୍ୟାକ୍ସ ଲାଗୁ କରି ତାହା ଗ୍ରାହକ ମାନଙ୍କ ଠାରୁ ଆଦାୟ କରିବାକୁ ନିଷ୍ପତି ନେଇଛି ।

ଥାର୍ଡ଼ ପାର୍ଟି ଆପ ର ସ୍ବଚ୍ଛତା ବଜାୟ ରଖିବା ପାଇଁ NPCI ଏମିତି ନିଷ୍ପତି ନେଇ ଥିବାର କୁହା ଯାଉଛି । ଆଗାମୀ ଦିନ ରେ ଏଥିରୁ ମିଳୁ ଥିବା ଫାଇଦା କୁ ବନ୍ଦ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି NPCI ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇ ଅଛି । ତେବେ ଏହି ନିଷ୍ପତି ଦ୍ଵାରା କୌଣସି ଗୋଟିଏ ପେମେଣ୍ଟ ର ଏକାଧିକ ରହିବ ନାହିଁ ବୋଲି କୁହା ଯାଉଛି । ଦେଶ ରେ ଗୋଟିଏ ମାସ ରେ ପ୍ରାୟ 200 କୋଟି ଟଙ୍କା ର ୟୂପିଆଇ କାରବାର ହେଉଛି ବୋଲି ଜଣା ପଡିଛି।

ଏହି କାରବାର ବିଭିନ୍ନ ପେମେଣ୍ଟ ଆପ ମାଧ୍ୟମ ରେ ହେଉଛି ବୋଲି ଜଣା ପଡିଛି । ଆଗାମୀ ଦିନରେ ୟୁପିଆଈ କାରବାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହା ଦ୍ବାରା ଅନଲାଇନ୍ ଠକେଇ ବଢିବାର ସମ୍ଭାବନା ରହିଥିବା ଯୋଗୁ ଥାର୍ଡ ପାର୍ଟି ଆପ ର କାରବାର ଉପରେ NPCI ଲଗାମ ଲାଗୁ କରି ଥିବାର ସୂଚନା ମିଳିଛି ।

ଜାନୁଆରୀ 1 ତାରିଖ ପରେ ଏହି ଆପ ଜରିଆ ରେ ତୋଟାଳ ଭଲୁମ୍ ରୁ ବେଶୀ ରୁ ବେଶୀ 30 ପ୍ରତିଶତ କାରବାର କରି ପାରିବେ ।ଏହା ସହିତ 2021 ମସିହା ଜାନୁଆରି ମାସ 1 ତାରିଖ ରୁ ଅନଲାଇନ୍ ରେ ଚେକ୍ ଜରିଆ ରେ ଠକେଇ ରୋକିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରାଯାଉ ଅଛି। 5 ଲକ୍ଷ ଟଙ୍କା ରୁ ଅଧିକ ସମସ୍ତ ଚେକ୍ ପଯେତିଭ ୱେୟ ଚେକ୍ ବ୍ୟବସ୍ଥା ଜରିଆ ରେ କ୍ଲିଆର ହେବ ।

ଚେକ୍ କାଟିବା ସମୟ ରେ ଗ୍ରାହକ ନିଜେ ବ୍ୟାଙ୍କ୍ କୁ ଚେକ୍ ଭଙ୍ଗାଇ ଥିବା ବ୍ୟକ୍ତି ସମ୍ପର୍କ ରେ କ୍ଳିଆର କରିବେ । ଉଭୟ ଚେକ୍ ଦେଇଥିବା ଓ ଭଙ୍ଗାଇ ଥିବା ବ୍ୟକ୍ତି ସମ୍ପର୍କ ରେ ତଥ୍ୟ ମିଶାଇବା ପରେ ହିଁ ବ୍ୟଙ୍କ୍ କ୍ଳିଆର୍ କରିବ। NPCI ଦ୍ଵାରା ଥାର୍ଡ ପାର୍ଟି ଆପ ରେ 30% ଗ୍ୟପ ରଖିବା ଦ୍ଵାରା ୟୂପିଆଈ ଲେନେଦେନ୍ ମାମଲା ରେ ଏକାଧିକ ର ହୋଇ ପାରିବ ନାହିଁ କି ଏହା ଦ୍ଵାରା ଥାର୍ଡ ପାର୍ଟି ଆପ କୁ ସତ ପ୍ରତିଶତ ରୋକା ଯାଇ ପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।