ପେଟ୍ରୋଲ ଲିଟର ୯୦ ଟଙ୍କା କାହିଁକି ? ନିଜ ସରକାରକୁ ପ୍ରଶ୍ନ କଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ, ୪୦ ଟଙ୍କାରେ ବିକିବାକୁ ବତାଇଲେ ସୂତ୍ର…

ଦିନକୁ ଦିନ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ୍ ଦର । ତେବେ କରନା ସଂକ୍ରମଣ ସମୟ ରେ ଅନେକ ଲୋକ ନିଜର ବୃତ୍ତି ହରାଇ ଘରେ ବସି ଥିବା ସମୟ ରେ ପେଟ୍ରୋଲ ଡିଜେଲ୍ ବୃଦ୍ଧି ଲୋକ ମାନଂକ ପରିବହନ ସେବା ପାଇଁ ଦାଉ ସାଧୁଛି । ଏହି ପ୍ରସଙ୍ଗ ରେ ଅନେକ ନେତା ରାଜନେତା ନିଜର ଭିନ୍ନ ପ୍ରକାର ମତ ରଖିଛନ୍ତି ।

ତେବେ ପେଟ୍ରୋଲ ଡିଜେଲ୍ ର ଏହି ଦର ବୃଦ୍ଧି ସାଧାରଣ ଓ ମଧ୍ୟମ ବର୍ଗ ର ଲୋକ ମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି । ତେବେ ସୂଚନା ଅନୁସାରେ ପେଟ୍ରୋଲ ଡିଜେଲ୍ ଦର ରେ ଅନେକ ରାଜନେତା ମାନେ ବିରୋଧ ମତ ପ୍ରଦାନ କରିଛନ୍ତି ।

ଏହା ସହିତ ବିଜେପି ନେତା ମାନେ ଏହି ନିଷ୍ପତି କୁ ବିରୋଧ କରିବାର ନଜର ଆସିଛନ୍ତି । ତେବେ ଏହି ସମ୍ପର୍କ ରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏହି ପେଟ୍ରୋଲ ଡିଜେଲ୍ ବୃଦ୍ଧି କୁ ନେଇ ସରକାର ଙ୍କ ଉପରେ ବର୍ସି ଅଛନ୍ତି । ତେବେ ସୁବ୍ରମଣ୍ୟମ ସ୍ୱାମୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ଟୁଇଟର ଜରିଆ ରେ ସରକାର ଙ୍କ ର ଏହି ନିଷ୍ପତି ରେ ନିଜର ମନ୍ତବ୍ୟ ରଖିଛନ୍ତି । ତେବେ ବର୍ତ୍ତମାନ ପେଟ୍ରୋଲ ର ଦର ବୃଦ୍ଧି ହୋଇ ୯୦ ଟଙ୍କା ରେ ପହଞ୍ଚି ଅଛି ।

ସରକାର ଙ୍କ ଏହି ପ୍ରସଙ୍ଗ ରେ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ଏହା ସରକାର ଙ୍କ ର ଦେଶ ବାସୀ ଙ୍କ ଠାରୁ ଶୋଷଣ ଅଟେ । ସେ କହିଛନ୍ତି ଯେ ରିଫାଇନରି ରେ ତେଲ ର ମୂଲ୍ୟ ୩୦ ଟଙ୍କା ଥାଏ । ଏହା ପରେ ବିଭିନ୍ନ ଟ୍ୟାକ୍ସ ଲଗାଇ ଏହାର ମୂଲ୍ୟ ୬୦ ଟଙ୍କା ହୋଇଥାଏ । ତେବେ ଏହାକୁ ୪୦ ଟଙ୍କା ରେ ବିକ୍ରି କରିବା ଉଚିତ୍ । କିନ୍ତୁ ସରକାର ଏହାକୁ ୯୦ ଟଙ୍କା ରେ ବିକ୍ରି କରି ସାଧାରଣ ଜନତା ମାନଙ୍କୁ ଅତିରିକ୍ତ ଶୋଷଣ କରୁଛି ।

ତେବେ ପେଟ୍ରୋଲ ଦର ମଙ୍ଗଳ ବାର ଦିନ ଲିଟର ପିଛା ୮୩.୭୧ ଟଙ୍କା ରେ ପହଞ୍ଚି ଥିବା ବେଳେ ଡିଜେଲ ଲିଟର ପିଛା ୭୩.୮୭ ଟଙ୍କାରେ ପହଁଚି ଅଛି । ମୁମ୍ବାଇରେ ଏହି ପେଟ୍ରୋଲ ର ଦର ୯୦.୩୪ ଟଙ୍କା ଥିବା ବେଳେ ଡିଜେଲର ଦାମ୍ ମଧ୍ୟ ଲିଟର ପିଛା ୮୦.୫୧ ଟଙ୍କା ରହିଛି। କୋଲକାତାରେ ମଧ୍ୟ ପେଟ୍ରୋଲ ର ମୂଲ୍ୟ ଲିଟର ପିଛା ୮୫.୧୯ ଟଙ୍କା ରହିଛି  ଏହି ମୂଲ୍ୟ ଚେନ୍ନାଇ ରେ ୮୬.୫୧ ଟଙ୍କା ରହିଛି ।

ତେବେ ରବିବାର ଦିନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ନେଇ ନିଷ୍ପତି ପରେ ପେଟ୍ରୋଲ ଡିଜେଲ୍ ଦର ରେ ସ୍ଥିରତା ଆସିବ । ତେବେ ବର୍ତ୍ତମାନ ଅନ୍ତ ରାଷ୍ଟ୍ରୀୟ ବଜାର ରେ ଅଶୋଧିତ ତୈଳ ର ଦାମ୍ ବୃଦ୍ଧି ଯୋଗୁ ଭାରତ ବଜାର ରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।