ସକାଳେ ପେଟ ସଫା ( Constipation ) କେମିତି ହେବ ଘରୋଇ ଉପଚାର – Health Tips

ଆମେ ଜାଣିଛୁ କି ଆମର ଶରୀରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଗୁଡ଼ିକ ସବୁବେଳେ ଦେଖା ଯାଇଥାଏ। ତେବେ ଆମେ ଜାଣିଛୁ କି ଆମ ଶରୀରରେ ଯଦି କଷ୍ଟ ଅନୁଭବ ହୋଇଥାଏ ତାହେଲେ ଆମକୁ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବା ପାଇଁ ମିଳିଥାଏ। ଗ୍ୟାସ୍, ଏସିଡିଟି, କଷ୍ଟ କାଠିନ୍ୟ, ପେଟ ଫୁଲିବା ଭଳି ସମସ୍ୟା ଆଜିକାଲି ଲୋକଙ୍କ ପାଖରେ ବିଶେଷ ଭାବରେ ସବୁବେଳେ ଦେଖିବାକୁ ମିଳିଥାଏ।

ବିଶେଷକରି ସକାଳୁ ପେଟ ସଫା ନ ହେବା କିମ୍ବା ଭଲ ଭାବରେ ଝାଡ଼ା ନ ହେବା ଭଳି ସମସ୍ୟା ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ। ଆଉ ଯଦି ଏପରି ସମସ୍ୟା ସବୁଦିନ ଲାଗି ରହିଥାଏ ତେବେ ଆପଣଙ୍କୁ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ରହିଥାଏ।

ପେଟ ଜନିତ ସମସ୍ୟା ଆପଣଙ୍କର କେବେବି କମି ନଥାଏ ।ତାହା ସହିତ ଆପଣଙ୍କର ଏହି ସମସ୍ୟା ବହୁତ ଦିନ ଧରି ଲାଗି ରହିଥିଲେ ଅର୍ଶ ପରି ବଡ଼ ରୋଗ ଦେଖାଯାଏ। ତେବେ ସେହିଭଳି ସମସ୍ୟା ରୁ ଆମେମାନେ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣେଇ ଥାଉ। ଆଉ ଡାକ୍ତରଙ୍କର ପରାମର୍ଶ ମଧ୍ୟ ଲୋଡ଼ିଥାଉ। କିନ୍ତୁ ଆଜି ଆମେ ସମସ୍ୟା ର କାରଣ ଓ ନିରାକରଣ ବିଷୟରେ ଆପଣଙ୍କୁ ଜଣେଇବୁ।

କାରଣ –

ଏହି ସମସ୍ୟା ବଢିବାର ମୁଖ୍ୟ କାରଣ ହେଉଛି ଆପଣ ଯଦି ଦିନରେ ବହୁତ କମ ପାଣି ପିଉଛନ୍ତି କିମ୍ବା ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କ ଠାରେ ଏହି ପେଟ ଜନିତ ସମସ୍ୟା ଦେଖା ଦେଇଥାଏ ।ଏହା ସହିତ ଏହାର ଏକ ମୁଖ୍ୟ କାରଣ ଏହିଯେ ଆପଣ ଯଦି ଧୂମ୍ରପାନ କିମ୍ବା ମଦ୍ୟପାନ ଅର୍ଥାତ ମଦ ଅଧିକ ପିଉଛନ୍ତି ତେବେ ଆପଣଙ୍କର ପେଟ ସଫା ହୋଇନଥାଏ ।

ପେଟ ସଫା ନହେଲେ ଆମର ପେଟ ସବୁବେଳେ ଫୁଲି ରହିବା ପରି ଲାଗିରହେ, ଦିନଯାକ ବିରକ୍ତି ଲାଗେ ଏବଂ କୌଣସି କାମରେ ମନ ଲାଗି ନଥାଏ ।ଏହି ସମସ୍ୟା ଅଧିକ ଦିନ ଲାଗି ରହିଲେ ଅର୍ଶ ହେବାର ଚାନ୍ସ ରହିଛି,ଏହି ଅର୍ଶ ଥରେ ହେଲା ମାତ୍ରେ ତାହା ସମ୍ପୂର୍ଣ ଭଲ ହେବାପାଇଁ ଆମକୁ ନାକେଦମ ହେବାପାଇଁ ପଡିଥାଏ ।

ନିରାକରଣ –

ପ୍ରଥମେ ଆପଣ ଶୁଇବା ରାତିରେ ଯଉଁ ଉଷୁମ କ୍ଷୀର ପିଉଛନ୍ତି ସେଥିରେ ଏକ ଚାମୋଚ ଦେଶୀ ଘିଅ ଭଲରେ ମିଶାଇ ପିଅନ୍ତୁ ।ତାହା କିଛିଦିନ ଲଗାତାର ଭାବରେ କଲେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।

ଦ୍ୱିତୀୟରେ ଆପଣ ତ୍ରିଫଳା ଗୁଣ୍ଡ ଯଦି କ୍ଷୀରରେ ମିଶାଇ ଖାନ୍ତି ତେବେ ଆପଣଙ୍କ ଏହି ସମସ୍ୟା ଭଲ ହୋଇଯିବ ।

ତୃତୀୟରେ ଆପଣ ଦିନରେ ଯେତେଥର ଖାଉଛନ୍ତି ଖାଇ ସାରିବା ପରେ ଅଧା ଚାମୋଚ ଜୁଆଣି ସହିତ ଅଳ୍ପ ବିଟଲୁଣ ମିଶାଇ ତାହାକୁ ଚୁବାଇ ଖାଆନ୍ତୁ ।ଏହାଦ୍ୱାରା ଆପଣଙ୍କର ପେଟ ସଫା ଜନିତ ସମସ୍ୟା ଦୂର ହୋଇଯିବ ।