DR..Lipika mohapatra– ପିରିୟଡସ୍ ସମୟରେ କେମିତି ରହିବେ ସଫା ସୁତୁରା ,, ପ୍ରତ୍ୟେକ ମହିଳା ମାନଙ୍କୁ ଏକଥାର ବିଶେଷ ଧ୍ୟାନ୍ନ ଦେବା ଦରକାର ….

ଋତୁସ୍ରାବର ପରିଚ୍ଛନ୍ନତା କହିଲେ ଆମେ Menstrual Hygiene ବୋଲି ବୁଝୁ ।ଝିଅମାନଙ୍କର ମହିଳାମାନଙ୍କର ଯେଉଁ ସମୟରେ ବ୍ଲିଡିଂ ହୁଏ ସେତେବେଳେ କିପରି ସ୍ୱଚ୍ଛତା ରଖିବେ , ଯେପରି ଆମେ ପ୍ରତିଦିନ ସକାଳୁ ଉଠି ବ୍ରସ ରେ ଦାନ୍ତ ସଫା କରିଥାଉ ।ଏହି ସମୟରେ ସ୍ୱଚ୍ଛତା ରହିଲେ ମାସ ସାରା ରେ ଜଣା ପଡିଥାଏ କି ଆମ ଦେହ ଟା ଭଲ ଅଛି ।ଋତୁସ୍ରାବ ଏକ ପ୍ରକୃତିକ ପ୍ରକ୍ରିୟା । ତେଣୁ ଏହାକୁ ସାମାଜିକ ଟାବୁ ବୋଲି ଧରନ୍ତି । ଝିଅ ମହିଳାମାନେ କଥା ହେବାକୁ ଲାଜ କରନ୍ତି ।କିନ୍ତୁ ଗାଇନେକୋଲଜିସ୍ଟ ଅନୁସାରେ ଯଦି ଆମେ ଏହାକୁ ଶିକ୍ଷା ଦେବା ତାହେଲେ ଏହା ଏକ ମେଜର ସ୍ଟେପ୍ ହେବ ଏବଂ ଏହା ବହୁତ ଆବଶ୍ୟକ ଆମ ସମାଜରେ ଏବଂ ସମସ୍ତଙ୍କୁ ସଚେତନ କରିବା ଆଭଶ୍ୟକ ।

ଯେପରି ଆମେ ଆମର ପ୍ରତିଦିନର କାର୍ଯ୍ୟ ନିୟମିତ ଭାବେ କରିଥାଉଁ ,ଠିକ୍ସ ସେହିପରି ଋତୁସ୍ରାବ ସମୟରେ କିପରି ନିଜକୁ ପରିସ୍କାର ପରିଚ୍ଛନ ଖିବା ତାହା ଜାଣିବା ଉଚିତ୍ ।ଏହା ଏତେ ମାତ୍ରାରେ ଆବଶ୍ୟକ ଯେ ଶରାର ସୁସ୍ଥ ହେବାର ଏହା ଏକ ଅଂଶ ଏବଂ ଲକ୍ଷଣ ।ପ୍ରଥମତଃ ଝିଅ ମହିଳାମାନେ ଜାଣିବା ଦରକାର କି ଋତୁସ୍ରାବ ସମୟରେ ବ୍ଲିଡିଂ ହେଉଥିବା ଜାଗାର ଗଠନ କିପରି ।ପରିସ୍ରା ଜାଗା ଓ ବ୍ଲିଡିଂ ଯେଉଁପଟେ ହୁଏ ସେ ଜାଗା ଟା ବହୁତ ପାଖାପାଖି ଥାନ୍ତି ।ତେଣୁ ପରିସ୍ରା ଜାଗା ଇନଫେକ୍ସନ ହେଲେ ବ୍ଲିଡିଂ ଜାଗା ଇନଫେକ୍ସନ ହେବ ।ଝଅମାନଙ୍କର ପିରସ୍ରା ନଳୀ ଟା ପୁରୁଷ ମାନଙ୍କ ସହ ତୁଳନା କଲେ ତାହ ପାଞ୍ଚ ଭାଗରୁ ଭାଗେ ।ତେଣୁ ଇନଫେକ୍ସନ ବହୁତ ଶୀଘ୍ର ମାଡିଯାଏ ।

ତେଣୁ ଋତୁସ୍ରା ପରିଚ୍ଛନ୍ନତାର 4ଟି ଉପାୟ ଅଛି -ପ୍ରଥମତଃ ପରିସ୍ରା ଇନଫେକ୍ସନ ବହୁତ କମିଯିବ ଯଦି ଆମେ ଏହି ହାଇଜିନ କୁ ମେନଟେନ୍ କରିବା । ଦ୍ୱିତୀୟତଃ ବ୍ଲିଡିଂ ହେବା ଜାଗର ଇନଫେକ୍ସନ କମିଯିବ ।ତୃତୀୟତଃ ଆମେ ଯଦି ସ୍ୱଚ୍ଛତା ନ ରହିବା ତେବେ ଟକ୍ସିନ ର ପ୍ରଭାବରେ ଆସିଲେ ସର୍ଭିକାଲ୍ କ୍ୟାନ୍ସର ହେବାର ସମ୍ଭାବନା ଥାଏ ।

ଗାଁ ଗହଳୀରେ ଏବଂ ସହରମନାଙ୍କରେ ମହିଳାମାନେ ଗୋଟିଏ କପଡା କୁ ବହୁତ ଦିନ ଧରି ବ୍ୟବହାର କରନ୍ତି ।ଯଦି ଆମେ ଘୋଟିଏ କପଡା ବା ପ୍ୟାଡକୁ 4-6 ଘଣ୍ଟା ଧରି ବ୍ୟବହାର କରିଥାଉ, ତେବେ ତାହା ବଦଳେଇବା ଆବଶ୍ୟକ ,ନଚେତ୍ ଇନଫେକ୍ସନ ହେବାର ବହୁତ ସମ୍ଭାବନା ଥାଏ ।ଏପରି କରିବା ଦ୍ୱାରା ଜ୍ୱର ଆସିଥାଏ ଏବଂ ଶରୀରର ତାପମାତ୍ରା ବୃଦ୍ଧି ହେତୁ ଲିଭର କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ ।

ତାହାକୁ ଆମେ କହୁ ଟକ୍ସିକ୍ ସ୍ଟକ୍ ସିନ୍ଡ୍ରୋମ୍ ।ତେଣୁ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଭାବେ ରହିବା ନିହାତି ଆବଶ୍ୟକ । ଯେପରିକି ଆମେ ପ୍ୟାଡଟିକୁ ବ୍ୟବହାର କରି ସାରିଲା ପରେ ଖୋଲାରେ ଫିଙ୍ଗି ନ ଦେଇ ତାହାକୁ ଏକ ପରିସ୍କାର ପେପରରେ ମୋଡି ବ୍ୟାଗରେ ରଖିବା ଉଚିତ୍ । ଏଣେତେଣେ ନ ଫିଙ୍ଗିବା ଉଚିତ୍ ।ଏହା ଦ୍ୱାରା ପରିବେଶ ଦୂଷିତ ହୋଇଥାଏ ।ଦୁର୍ଗନ୍ଧ ମଧ୍ୟ ହୁଏ ।

ପ୍ୟାଡଟିକୁ ବ୍ୟବହାର କରିବା ପୂର୍ବରୁ ଏବଂ ପରେ ହାତକୁ ଭଲଭାବରେ ଉଷୁମ ପାଣିରେ ସାବୁନରେ ଧୋଇ ଶୁଖିଲା କରି ପିନ୍ଦିବା ଉଚିତ୍ ।ଏହା ଦ୍ୱାରା ଇନଫେକ୍ସନ ହେବାର ସମ୍ବାବନା କମ୍ ଥାଏ ଏବଂ ରୋଗ ମଧ୍ୟ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।