ପାଟି ଘା’ହେବା ସମସ୍ୟାର ଘରୋଇ ଉପାୟରେ ସମାଧାନ । ଆଜି ହିଁ କରନ୍ତୁ 100% ଗ୍ୟାରେଣ୍ଟି ଭଲ ହୋଇଯିବାର – Ramdev Health Tips

ଆମ ଶରୀରରେ ହେଉଥିବା ଅନେକ ପ୍ରକାରର ରୋଗ ମଧ୍ୟରୁ ପାଟି ଘା ଅନ୍ୟତମ।ଏହା ବିଭିନ୍ନ କାରଣରୁ ହୋଇଥାଏ ଏବଂ ଅନେକ ସମସ୍ୟା ସୃଷ୍ଟି କରିଥାଏ। ପାଟି ଘା କାରଣରୁ କୌଣସି ଜିନିଷକୁ ଖାଇବା ପୂର୍ବରୁ ଆମକୁ ଅନେକ ଥର ଭାବିବାକୁ ପଡ଼ିଥାଏ। କାରଣ ଏଥିପାଇଁ ହେଇଥିବା କଷ୍ଟ କାରଣରୁ ଆମକୁ ଡର ରହିଥାଏ।ତେବେ ଏହାର କାରଣରୁ ଜିଭ,ଦାନ୍ତ ମାଢି ଆଦିରେ ଘା ହେବା ପରି ଅନେକ ସମସ୍ୟା ଦେଖାଯାଏ।

ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଔଷଧ ସେବନ କରିବା ସହିତ ଅନେକ ଉପଚାର ମଧ୍ୟ କରିଥାଉ।ତେବେ ଆଜିର ଏହି ଲେଖାରେ ଆମେ ଏହାର କାରଣ ଏବଂ ନିରାକରଣ ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋଚନା କରିବା ଯାହା ଆପଣଙ୍କ ପାଇଁ ନିଶ୍ଚିତ ଉପାଦେୟ ରହିବ।

କାହିଁକି ହୋଇଥାଏ ପାଟି ଘା ?

ପ୍ରଥମତଃ ଜାଣି ରଖନ୍ତୁ ଯେ ଆମେ ରାତିରେ ଶୋଇବା ସମୟରେ ଆମର ପାଟିରେ ଭିଟାମିନ- ସି ର ଅଭାବ କାରଣରୁ ଏପରି ସମସ୍ୟା ହୋଇଥାଏ।ଏହି ଭିଟାମିନ ର ଅଭାବ ସହିତ ପାଟିକୁ ଭଲ ଭାବରେ ସଫା ନ ରଖିବା ଫଳରେ ଆମ ପାଟିରେ ବା ଜିଭରେ ଏପରି ଘା ସୃଷ୍ଟି ହେବାର ଦେଖାଯାଏ।

ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାର ନିରାକରଣ ପାଇଁ ଦରକାରୀ ଉପଚାର ସବୁ କଣ ରହିଛି ଏବଂ ଏହାର ପ୍ରସ୍ତୁତି କେମିତି କରିବେ?

ଆବଶ୍ୟକୀୟ ଉପକରଣ– ଖାଇବା ସୋଡା ଓ ଲୁଣ।

ପ୍ରସ୍ତୁତି– ଏହାର ପ୍ରସ୍ତୁତି ନିମନ୍ତେ ପ୍ରଥମେ ଆପଣଙ୍କୁ ଏକ ଚାମଚରେ ଅଳ୍ପ ପରିମାଣରେ ଖାଇବାସୋଡା ନେବାକୁ ପଡିବ ଏବଂ ଏଥିରେ ଅଳ୍ପ ପରିମାଣରେ ଲୁଣ ନେଇ ସେହି ପାତ୍ରରେ ରଖିବାକୁ ପଡିବ। ଏହାପରେ ଏକ ଛୋଟ ଗ୍ଲାସରେ ପାଣି ନେଇ ସେହି ପତ୍ରରେ ଥିବା ଖାଇବା ଶୋଡା ଓ ଲୁଣ ରେ ମିଶାଇବାକୁ ପଡ଼ିବ।ତାପରେ ଆପଣ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ବ୍ୟବହାର- ଖାଇବା ସୋଡ଼ା ଏବଂ ଲୁଣର ମିଶ୍ରଣକୁ ଆପଣଙ୍କୁ ପାଟିରେ ଅଳ୍ପ ପରିମାଣରେ ନେଇ ଭଲ ଭାବରେ କୁଳି କରିବାକୁ ପଡ଼ିବ। ଏହିପରି ଆପଣ ୪/୫ ଥର ପର୍ଯ୍ୟନ୍ତ କରି ପାରିବେ। ଯଦି ଏଥିପାଇଁ ଆପଣ ଉଷୁମ ପାଣି ବ୍ୟବହାର କରୁଛନ୍ତି ତେବେ ବହୁତ୍ ଭଲ ଫଳ ପାଇବେ। ଯଦି ଅଳ୍ପ ମାତ୍ରାରେ ହୋଇଛି ତେବେ ଏହାକୁ ଗୋଟିଏ ଦିନ କରନ୍ତି।ଆଉ ଯଦି ଅଧିକ ମାତ୍ରା ରେ ହୋଇଛି ତେବେ ଆପଣଙ୍କୁ ଏହି ଉପଚାର ୩/୪ ଦିନ ପର୍ଯ୍ୟନ୍ତ କରିବାକୁ ପଡ଼ିବ।

ବ୍ୟବହାର କରିବାର ପର ଦିନ ଆପଣ ଏହାର ଉପକାରୀ ପ୍ରଭାବ ବିଷୟରେ ଜାଣି ପାରିବେ। କାରଣ ଲୁଣ ଏବଂ ଖାଇବା ସୋଡା ସମ୍ପୂର୍ଣ୍ଣ ଭାବରେ ପାଟିରେ ହୋଇଥିବା ଏହି ବ୍ୟାକ୍ଟେରିଆକୁ ଦମନ କରିବାରେ ସାହାଯ୍ୟ କରିଥାଏ। ଏହି ଉପଚାର ଆପଣ ସହଜରେ କରି ପାରିବେ ଏବଂ ଏହାର ଫାଇଦା ମଧ୍ୟ ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।