ପସନ୍ଦ କରନ୍ତୁ ନିଜର ଜନ୍ମବାର ଏବଂ ଜାଣନ୍ତୁ ନିଜର ଆଗାମୀ ଗୁପ୍ତ ଭବିଷ୍ୟତ ବିଷୟରେ…..

ପ୍ରତ୍ୟେକଟି ମଣିଷର ଚିନ୍ତାଧାରା, କାର୍ଯ୍ୟ କରିବାର ଶୈଳୀ, ପ୍ରକୃତି, ଭାବନା ଶକ୍ତି, ପସନ୍ଦ ନାପସନ୍ଦ ଅଲଗା ଅଲଗା ହୋଇଥାଏ। ଏଥିପାଇଁ ସେମାନଙ୍କର ରାଶି, ନକ୍ଷତ୍ର, ଲଗ୍ନ , ଜନ୍ମତିଥି ଏପରିକି ଜନ୍ମବାର ମଧ୍ୟ ବହୁତ କ୍ଷେତ୍ରରେ ଦାୟୀ ରହିଥାଏ।ତେବେ ମଣିଷର ଜନ୍ମବାର ରୁ ମଧ୍ୟ ତା ବିଷୟରେ ବହୁତ କିଛି ଅନୁମାନ କରା ଯାଇଥାଏ ବା ଜାଣିହୁଏ।

ଯାହା କୁ ନେଇ ଆଜି ଆମେ ଏହି ଲେଖାରେ ଜାଣିବା ଯେ ଜଣେ ମଣିଷର ଜନ୍ମ ବାର ରୁ କିପରି ଭାବରେ ତାର ଆଗାମୀ ସମୟରେ ଘଟିବାକୁ ଯାଉଥିବା ଘଟଣା ଏବଂ ତାର ପ୍ରକୃତି ସହିତ ଭବିଷ୍ୟତ ବିଷୟରେ ଜାଣିବା। କେଉଁ ବାର କଣ ସୂଚନା ଦେଇଥାଏ?

ରବିବାର- ପ୍ରଥମତଃ ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି କାହାକୁ କେବେ ଧୋକା ଦିଅନ୍ତି ନାହିଁ। ଏମାନେ ଧନୀ ଏବଂ ସମୃଦ୍ଧିଶାଲି ହୋଇଥାନ୍ତି। ଆରମ୍ଭ କରିଥିବା କାର୍ଯ୍ୟକୁ ଏମାନେ ଯେମିତି ବି ହେଉ ପୂର୍ଣ୍ଣ କରନ୍ତି।

ସୋମବାର- ଏହି ବାର ଏକ ରାଜ ଯୋଗର ବାର ହୋଇ ଥିବାରୁ ଆପଣ ଆପଣଙ୍କ ଜୀବନରେ ଅନେକ ସଫଳତା ପାଇଥାନ୍ତି। ଆପଣଙ୍କ ପାଖରୁ ଅନେକ ପ୍ରେରଣା ପାଇଥାନ୍ତି ଆଗକୁ ବଢ଼ିବା ପାଇଁ। ଆପଣ ନିଜର କର୍ମ ଏବଂ ଭାଗ୍ୟ ଉଭୟକୁ ବିଶ୍ୱାସ କରନ୍ତି ଓ ଆଗକୁ ଚାଲନ୍ତି।

ମଙ୍ଗଳବାର- ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ଅନେକ ସୁଖ ଭୋଗ କରିଥାନ୍ତି ଏବଂ ଉଚ୍ଚ ରେ ରହିଥାନ୍ତି ଓ ସମ୍ମାନର ଅଧିକାରୀ ଅଟନ୍ତି। ଆପଣଙ୍କ ଯୁବାବସ୍ଥା ବହୁତ ସୁଖ ସ୍ୱାଛନ୍ଦ ରେ କଟିଥାଏ।ଏହି ସମୟକୁ ଆପଣ ଭଲଭାବରେ ଉପଭୋଗ କରିଥାନ୍ତି।

ବୁଧବାର- ବୁଧବାର ଦିନ ଜନ୍ମିତ ହୋଇଥିବା ବ୍ୟକ୍ତି ମାନେ ଭଗବାନ ବିଷ୍ଣୁ ଙ୍କ ର କୃପାଦୃଷ୍ଟୀ ଲାଭ କରିଥାନ୍ତି। ଏମାନେ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ଅଲଗା ଅନ୍ଦାଜ ର ହୋଇଥାନ୍ତି । ଏମାନେ ଅନେକାଂଶରେ ଅନ୍ୟ ମାନଙ୍କ ନିକଟରେ ଚର୍ଚ୍ଚା ର ପରିସର କୁ ଆସିଥାନ୍ତି।

ଗୁରୁବାର- ଗୁରୁବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପ୍ରାୟତଃ ସମ୍ମାନର ଅଧିକାରୀ ହୋଇଥାନ୍ତି। ଏମାନେ ସବୁ ସ୍ଥିତିରେ ନିୟନ୍ତ୍ରଣ ରକ୍ଷା କରି କାର୍ଯ୍ୟ କରନ୍ତି ଏବଂ ପଇସାର ଅଭାବ ପ୍ରାୟତଃ ଏମାନଙ୍କ ପାଖରେ ନଥାଏ। ଟଙ୍କା ପଇସା ଯିବା ଆସିବା ସ୍ଥିତିରେ ରହିଥାଏ।

ଶୁକ୍ରବାର- ଆପଣଙ୍କ ଭାଗ୍ୟରେ ବି ରାଜଯୋଗ ଲେଖା ହୋଇଥାଏ। ଆପଣଙ୍କୁ ସବୁ ଜିନିଷ ମିଳିଥାଏ। ଆପଣ ବଡ଼ବଡ଼ ବ୍ୟବସାୟ ଏବଂ ଶିଳ୍ପ ର ମାଲିକ ହୋଇଥାନ୍ତି ଏବଂ ସବୁବେଳେ ନିଜର ଜୀବନକୁ ସୁଖ ସ୍ୱାଛନ୍ଦ୍ୟ ରେ ଅତିବାହିତ କରିଥାନ୍ତି।

ଶନିବାର- ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ମଧ୍ୟ ବହୁତ୍ ଖାସ୍ ଅଟନ୍ତି। ଆପଣ ଆପଣଙ୍କ ହିସାବରେ ପରିସ୍ଥିତି କୁ ଦେଖି କାର୍ଯ୍ୟ କରିଥାନ୍ତି। ଆପଣ ସବୁବେଳେ ନିଜକୁ ସକାରାତ୍ମକ ଚିନ୍ତା ଧାରା ରେ ରଖିଥାନ୍ତି। ସବୁ ଶନିବାର ଦିନ ଯଦି ଆପଣ ଶନିଦେବ ଙ୍କୁ ଓସ୍ତ ଗଛ ମୂଳରେ ପାଣି ଦେବେ,ଏହା ଅନେକ ଶୁଭ ଫଳ ଆପଣଙ୍କୁ ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।