Part- 1ଏହି କୁନି ପୁଅର କଥା ଶୁଣିଲେ ଆପଣ ବି ହସି ହସି ଗଡ଼ିଯିବେ… ଦେଖନ୍ତୁ Video
ଆଜିର ଦିନରେ ସୋସିଆଲ ମିଡ଼ିଆ ଲୋକମାନଙ୍କ ପାଇଁ ଅଧିକରୁ ଅଧିକ ଗୁରୁତ୍ବ ହୋଇ ଯାଇଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରିବା ମାତ୍ରେ ଲୋକମାନେ ସୋସିଆଲ ମିଡ଼ିଆରେ ଏକ୍ଟିଭ ରହିବାକୁ ପସନ୍ଦ କରୁଛନ୍ତି ।ଏମିତି କି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ।
ଏବଂ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଗୁଡିଏ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକେ ଏଠି ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଗୁଡ଼ିକ ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ କରି ପାରୁଛି।
ତେବେ ଆଜିକାଲି ସୋସିଆଲ ମିଡିଆରେ ଛୋଟ ପିଲା ମାନଙ୍କୁ ନେଇ ବହୁତ୍ ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଛୋଟ ପିଲା ମାନଙ୍କ ହରକତ ଦେଖିବା ପାଇଁ କାହାକୁ ବା ଭଲ ନ ଲାଗେ। ସେମାନେ ସରଳ ଭାଷାରେ ଯେଉଁ ଭଳି ମଜାଳିଆ କଥା କୁହନ୍ତି ସମସ୍ତଙ୍କ ମନକୁ ଛୁଇଁ ଯାଏ।
ସେମାନଙ୍କର ପ୍ରତ୍ୟେକଟି କଥା ଭାବନା ବାସ୍ତବରେ ଖୁବ୍ ଆକର୍ଷଣୟ ଓ ହୃଦୟସ୍ପର୍ଶୀ ହୋଇଥାଏ। ବେଳେ ବେଳେ ଏମାନଙ୍କର ସୃଜଶୀଳତା, କଥାବାର୍ତ୍ତା, ବୁଦ୍ଧି ଚିନ୍ତାଧାରା ଆଦି ଆମକୁ ବହୁତ ଆଶ୍ଚର୍ଯ୍ୟ କରିବା ସହିତ ଆନନ୍ଦିତ ମଧ୍ୟ କରିଥାଏ।
କୁନି କୁନି ପିଲାମାନଙ୍କର କାର୍ଯ୍ୟ କଳାପ ଦେଖିବାକୁ ଖୁବ୍ ମନଛୁଆଁ ହୋଇଥାଏ। ସେମାନଙ୍କର କଥା,ବାର୍ତ୍ତା,ନୃତ୍ୟ, ଗୀତ, ଖେଳ କୁଦ, ମଜା ମସ୍ତି ଆଦି ବହୁତ୍ ଆକର୍ଷଣୟ ହୋଇଥାଏ। ତେବେ ନିକଟରେ ଏମିତି ଏକ ଛୋଟ ଝିଅର ଭିଡିଓ ଭାଇରାଲ ହେଉଛି ଯାହା ଆପଣ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା କରିବେ।
ତେବେ ଆପଣମାନେ ଜାଣିଥିବେ ଛୋଟ ପିଲା ମାନେ ଯେତେବେଳେ ଅଝଟ ହୁଅନ୍ତି ପାଠ ନ ପଢି ଦୁଷ୍ଟାମୀ କରନ୍ତି ତାଙ୍କୁ ମା ମାନେ କିଭଳି ବାଡି ଦେଖାଇ ବୁଝାନ୍ତି ଓ ଡରାନ୍ତି। ସେହି ଭଳି ଏକ ଭିଡିଓ ଏବେ ସୋସିଆଲ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳୁଛି କୁନି ପିଲାଟି ପାଠ ପଢା ପାଇଁ ଅରାଜି ହେଉଛି। ସେଥିପାଇଁ ପିଲାଟିର ମା ତାଗିଦ୍ କରି କହୁଛି ତୁ ପଢ଼ିବୁନି ତ… ଏହା ପରେ କୁନି ପିଲାଟି ଅତି ଖନେଇ ଖନେଇ କହୁଛି ” ଛୁଆଙ୍କୁ ଏମିତି ରାଗିକି କହିଲେ ଭଲ ନୁହଁ, ବୁଝେଇ ସୁଝେଇ ଗେହ୍ଲା କରି କହିଲେ ସିନା ଛୁଆ ପଢିବ”। ଆଉ ଯେଉଁ କଥା ଶୁଣି ଏହି କୁନି ଝିଅର ମା ରାଗିବେ କଣ ବରଂ ହସି ହସି ତାଙ୍କ ପେଟ ଦରଜ ହୋଇ ଯାଇଥିବ।
ତେବେ ଏହି ଭିଡିଓଟି କେଉଁଠିକାର ଓ କେବକାର ତାହା ଜଣା ପଡିନାହିଁ। କିନ୍ତୁ ଏହି କୁନି ପିଲାର କଥାଟି ସମସ୍ତଂକ ଦୃଦୟକୁ ଛୁଇଁ ପାରୁଛି ଆଉ ଏ ମୋବାଇଲ୍ ରୁ ସେ ମୋବାଇଲକୁ ଘୂରି ବୁଲୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।