ପରିଶ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ପରିଣାମ ଭୟଙ୍କର ହୋଇପାରେ…
ଆମେ ଜୀବନରେ ଏମିତି ଅନେକ କାମ କରିଥାଉ ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଛୋଟ ଛୋଟ ଭୁଲ୍ ପ୍ରତି ଆମେ ଦୃଷ୍ଟି ଦେଇ ନଥାଉ। ତାହା ଭୁଲ୍ ବୋଲି ମଧ୍ୟ ଜାଣି ନଥାଉ। ଯାହା ପରେ ଆମ ପାଇଁ କ୍ଷତିକାରକ ହୋଇଥାଏ। ଯେଉଁଭଳି ଆମେ ପ୍ରତିଦିନ ପରିସ୍ରା କରୁ, କିନ୍ତୁ ପରିସ୍ରା କରିବା ସମୟରେ ଆମେ କିଛି ଭୁଲ୍ କରିଥାଉ। ଆଉ ସେ ବିଷୟରେ ଆମର ଧାରଣା ମଧ୍ୟ ନଥାଏ ଯେ ଆମେ କଣ ଭୁଲ୍ କରୁଛୁ।
ତେବେ ଆସନ୍ତୁ ଜାଣିବା ଆଜିର ଲେଖାରେ ପରିସ୍ରା କରିବା ସମୟରେ କେଉଁ ସବୁ ସାବଧାନତା ଅବଲମ୍ବନ କରିବା ଦ୍ୱାରା ଏବଂ କେଉଁ ସବୁ ଭୁଲ୍ ଉପରେ ଦୃଷ୍ଟି ଦେବା ଦରକାର୍। ପରିଶ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ପରିଣାମ ଭୟଙ୍କର ହୋଇପାରେ…
କାରଣ ଏହା ଭବିଷ୍ୟତ ରେ ଆମ ଶରୀର ଉପରେ ଖରାପ୍ ପ୍ରଭାବ ପଡିଥାଏ।ତେବେ ଆମେ ଆଜି ଏହି ଲେଖାରେ ପରିସ୍ରା ସମ୍ବନ୍ଧୀୟ କିଛି ଏମିତି କଥା ଉପରେ ଆଲୋଚନା କରିବା ଯାହା ଆପଣଙ୍କୁ ଜାଣିବା ନିହାତି ଦରକାର୍। ନହେଲେ ଭବିଷ୍ୟତରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।
୧) ପରିସ୍ରା କୁ ଅଟକାନ୍ତୁ ନାହିଁ- ବହୁତ ଲୋକ ଏହି ଭୁଲ୍ କୁ କରିଥାନ୍ତି ଯେ ପରିସ୍ରା ଲାଗିଲେ ମଧ୍ୟ ଏହାକୁ ଅଟକାଇ ଦିଅନ୍ତି। ଏମିତି କରିବା ଦ୍ୱାରା ଏହା ଆପଣଙ୍କ ଗଲ ବ୍ଲାଡ଼ର ଉପରେ ଖରାପ ପ୍ରଭାବ ପକାଇ ଥାଏ ଓ ଏହି ଭଳି କିଛି ଥର କରିବା ଦ୍ୱାରା ଆପଣଙ୍କ କିଡନି ମଧ୍ୟ ଖରାପ ହେବାର ସମ୍ଭାବନା ରହିଥାଏ। ତେଣୁ ଆପଣ ପରିସ୍ରା ଲାଗିବା ମାତ୍ରେ ହିଁ ପରିସ୍ରା କରନ୍ତୁ। ଭୁଲର ବି ଆପଣ ଏହାକୁ ଅଟକାନ୍ତୁ ନାହିଁ। ପ୍ରାୟତ ରାତିରେ ଏହିଭଳି ଭୁଲ୍ ହୋଇଥାଏ। ତେଣୁ ଆପଣ ରାତିରେ ଅଳ୍ପ ପାଣି ପିଅନ୍ତୁ।
୨) ଯଥେଷ୍ଟ ପାଣି ପିଅନ୍ତୁ- ଜଣେ ସୁସ୍ଥ ବ୍ୟକ୍ତି ପାଇଁ ଦୈନିକ ୩ ରୁ ୪ ଲିଟର ପାଣି ଆବଶ୍ୟକ ହୋଇଥାଏ। ତେଣୁ ଆପଣ ନିଶ୍ଚିତ ଏତିକି ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ। ନହେଲେ ଶରୀରରେ ଜଳର ଅଭାବ କାରଣରୁ ପରିସ୍ରା ହଳଦିଆ ରଙ୍ଗର ହୋଇଥାଏ।ଆଉ କ୍ରମାଗତ ଭାବରେ ଏପରି ଘଟିଲେ ଆପଣଙ୍କ ଶରୀରରେ ବହୁତ ପ୍ରକାର ରୋଗ ସୃଷ୍ଟି ହେବା ଆରମ୍ଭ ହୋଇ ଯାଇଥାଏ। ତେଣୁ ଆପଣ ଦିନ ସମୟରେ ଅଧିକ ପାଣି ପିଅନ୍ତୁ ଏବଂ ୬ ରୁ ୭ ଥର ପରିସ୍ରା ଯାଆନ୍ତୁ।
୩) ଚିପା ବସ୍ତ୍ର ପିନ୍ଧନ୍ତୁ ନାହିଁ- ଆପଣ ଶରୀରରେ ଜାକି ହୋଇ ରହୁଥିବା ବା ଚିପା ବସ୍ତ୍ର ପରିଧାନ କରିବା ଦ୍ଵାରା ଏହା ଆପଣଙ୍କ ପରିଶ୍ରା କରିବାରେ ଓ ଝାଳ ବାହାରିବାରେ ବହୁତ ଅସୁବିଧା ହୋଇଥାଏ। ଯାହା ଫଳରେ ଏହା ଆପଣଙ୍କ ଶରୀରରେ ବହୁତ୍ ଖରାପ୍ ପ୍ରଭାବ ପକାଏ। ତେଣୁ ଆପଣ ଏଥିପ୍ରତି ସଚେତନ ରୁହନ୍ତୁ ଏବଂ ଢିଲା ଓ ପତଳା ବସ୍ତ୍ର ପରିଧାନ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।