ଦେଖନ୍ତୁ ଭିଡ଼ିଓ ! ପରୀ ମୃତ୍ୟୁ ମାମଲାରେ ସରପଞ୍ଚ ଲକ୍ଷ୍ମୀ ପ୍ରସାଦ ଙ୍କ ବଡ ଖୁଲାସା, କଣ ସତରେ……

ଆପଣ ମାନେ ଜାଣିଛନ୍ତି କୁନି ଝିଅ ପରୀ ମୃତ୍ୟୁ ମାମଲାକୁ ନେଇ କିପରି ସାରା ରାଜ୍ୟରେ ଉତ୍ତେଜନା ଦେଖା ଦେଇଛି। ତା ପ୍ରତି ଅନ୍ୟାୟ ହୋଇଥିବା ନେଇ ଏବଂ ଏଥିରେ ରାଜନୈତିକ ଲୋକଙ୍କ ସଂପୃକ୍ତି କୁ ନେଇ ବଢୁଛି ବିବାଦ ଏବଂ ରାଜ୍ୟରେ ଦିନକୁଦିନ ସରଗରମ ହେଉଛି ସ୍ଥିତି। ଏହାକୁ ନେଇ ପରୀ ଗ୍ରାମର ସରପଞ୍ଚ କଣ କହୁଛନ୍ତି ଶୁଣନ୍ତୁ।

ସେ କହିଛନ୍ତି ଯେ ମୋ ଜୀବନ ପ୍ରତି ବିପଦ ରହିଛି। ମୁଁ ଏତିକି କହିବି ଆମେ ନ୍ୟାୟ ପାଇଁ ଲଢୁଛୁ , ନ୍ୟାୟ ପାଇଁ ବି ଲଢ଼ିବୁ। କିନ୍ତୁ ଏଥିରେ ଯଦି ମୋର କିମ୍ବା ମୋ ପରିବାରର କିଛି ବି କ୍ଷତି ଘଟିବ ସେଥିପାଇଁ କେବଳ ଦାୟୀ ରହିବେ ଡ଼ଃ ଅରୁଣ ସାହୁ।

ପରୀ ହେଉଛି ଜଣେ ଛୋଟ ଝିଅ। ତା ବାପା ହେଉଛନ୍ତି ଜଣେ ଅଟୋ ଚାଳକ।ତାର ଝିଅକୁ ନେଇ ତା ସେମାନେ ପଇସା ମାଗି ପାରିବେନି।ତେବେ ସେ ତ ଆଉ ଏହି ବିଷୟରେ କାହାକୁ ପଚାରିବେ। ଏହିଟି ନିହାତି ଅର୍ଗାନ ଚୋରି ହୋଇଛି, ଯେଉଁ ଅର୍ଗାନ୍ ଟି ହାଇ ପ୍ରୋଫାଇଲ୍ ଲୋକଙ୍କ ଘରେ କାହାର କାମରେ ଲାଗିଛି। ଯେଉଁ ପାଇଁ କି ଏହି ଘଟଣାଟି କୁ ଚପାଇ ଦେବା ପାଇଁ ପ୍ରୟାସ କରା ଯାଉଛି।

ନହେଲେ ଏସ ପି କଣ ଜାଣି ନାହାନ୍ତି, ଯେଉଁ ଦିନ ପରୀ ମୃତ୍ୟୁ ପରେ ରୋଡ ବ୍ଲକ୍ କରା ଯାଇଥିଲା ଏସ ପି କହିଲେ ମୁଁ ସେଦିନ ସେଠାରେ ସଂପୃକ୍ତ ନଥିଲି।ପରେ କହିଲେ କି ମୋ ପାଖରେ ଏଭିଦେନ୍ସ ଅଛି ମୁଁ ସେଦିନ ରୋଡ ବ୍ଲକ୍ କରିଦେଲି। ସେଦିନ ମୁଁ ଏସ ପି ସାର୍ ଙ୍କୁ ପଚାରିଥିଲି ଯଦି ସେଦିନ ଆପଣ ରୋଡ ବ୍ଲକ୍ କରି ଦେଇଥିଲେ ।

ତେବେ ଆପଣଙ୍କ ପାଖରେ ସୂଚନା ଥିବ, ପରୀର ହତ୍ୟାକାରୀ ବିଷୟରେ। କିଏ ପରିକୁ ହତ୍ୟା କରିଛି। ଆପଣ କହୁ ନାହାନ୍ତି କଣ ପାଇଁ।ତାପରେ ହସି ହସି ସେ କହିଲେ ଆପଣ ଏଥିରୁ ଓହରି ଯାଆନ୍ତୁ। ମୋତେ ସବୁ ସ୍ତରରେ ସବୁ ଜାଗାରେ, ପ୍ରାଶାସନିକ ସ୍ତରରେ ଅବହେଳା କରା ଯାଉଛି ପରୀ କୁ ନ୍ୟାୟ ନଦେବା ପାଇଁ।

ତେବେ ଏହିଭଳି ଭାବରେ ଗଣ ମାଧ୍ୟମ ଆଗରେ ବିବୃତି ରଖିଛନ୍ତି ପରୀ ଗାଆଁ ର ସରପଞ୍ଚ ଲକ୍ଷ୍ମୀ ପ୍ରସାଦ। ଆଉ ମଧ୍ୟ ସେ ଯେତେବେଳେ ସ୍ୱର ଉତ୍ତୋଳନ କରୁଛନ୍ତି ପଞ୍ଚାୟତ ର ସରପଞ୍ଚ ହିସାବରେ ସେତେବେଳେ ତାଙ୍କୁ ଚପାଇ ଦିଆ ଯାଉଛି। ଏମିତି କି ତାଙ୍କ ପାଖକୁ ଧମକ ମଧ୍ୟ ଆସୁଛି।

ତେଣୁ ତାଙ୍କ ପ୍ରତି ଏବଂ ତାଙ୍କ ପରିବାର ପ୍ରତି ବିପଦ ଥିବା କଥା ସେ ଉଲ୍ଲେଖ କରିଛନ୍ତି। ତାଙ୍କୁ ଅରୁଣ ସାହୁ ଅନେକ ଥର ଅନ୍ୟର କାନ କୁହା କଥାରେ ବିଶ୍ୱାସ କରି ଅବହେଳା କରନ୍ତି ବୋଲି କହିଛନ୍ତି ଏବଂ ଏଥିପାଇଁ ଥରେ ତାଙ୍କୁ ଏକ ମାସ ପର୍ଯ୍ୟନ୍ତ ଜେଲ୍ କୁ ମଧ୍ୟ ପଠାଇ ଦିଆ ଯାଇଥିବା କଥା ସେ ଉଲ୍ଲେଖ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।