ଶେଷରେ ” ପରୀ ” ମୃତ୍ୟୁ ର ମହାଖୁଲାସା – ସୈତାନ ନିଜେ କହିଲା ସେଦିନ ରାତିର ଲୋମ ହର୍ଷଣକାରୀ ଦୃଶ୍ୟ ଭିଡ଼ିଓ ଦେଖିଲେ କହିବେ ଏମିତି ବି….
ନୟାଗଡ଼ ଜିଲ୍ଲାର ପରି ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ଏବେ ଏହା ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହାର ଅଭିଯୁକ୍ତ ଏବେ ସତ ଓଗାଲିଛି। ସତ ମାନିଛି ସୈତାନ ଜଣଙ୍କ।ତେବେ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା ରେ ଏହା ଏକ ବଳିଷ୍ଠ ପ୍ରମାଣ ପାଲଟିଛି। ଅଭିଯୁକ୍ତ କିଭଳି କରିଥିଲା ହତ୍ୟା? କ୍ୟାମେରା ଆଗରେ ଅଭିଯୁକ୍ତର ସ୍ୱୀକାରୋକ୍ତି ଏବେ ଏକ ବଡ଼ ସତକୁ ସାମ୍ନାକୁ ଆଣିଛି।ଆପଣ ଜାଣିଛନ୍ତି ପରି ମୃତ୍ୟୁ ମାମଲା ର ତଦନ୍ତ ଭାର ରାଜ୍ୟ ସରକାର ଏସ ଆଇ ଟି ଟିମ୍ ଉପରେ ନ୍ୟସ୍ତ କରିଥିଲେ।
ଏହାର ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ଏହାର ପ୍ରାଥମିକ ରିପୋର୍ଟ ଓଡ଼ିଶା ହାଇକୋର୍ଟ ରେ ଦାଖଲ ହୋଇ ଥିଲା। ଏହାପରେ ଏହାକୁ ନେଇ ଏକ ରିପୋର୍ଟ୍ ସାମ୍ନାକୁ ଆସିଥିଲା ଯେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଛି।ତେବେ ଏହାକୁ ନେଇ ସ୍ବତନ୍ତ୍ର ତଦନ୍ତ କାରୀ ଦଳର ତତ୍ପରତା ବୃଦ୍ଧି ପାଇଥିଲା। ପରୀ ସହ ଦୁଷ୍କର୍ମ ଘଟଣା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିବା ପରେ ଏହି ଘଟଣା ଏକ ଭିନ୍ନ ମୋଡ ନେଇଥିଲା।ପରେ ପୁଣି ଏବେ ଅରୁଣ ବୋଥ୍ରାଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ଯିଏକି ପରି ମୃତ୍ୟୁ ମାମଲା ର ତଦନ୍ତ ପାଇଁ ଗଠନ ହୋଇଥିବା ଦଳର ମୁଖ୍ୟ ଅଟନ୍ତି।
ତେବେ ଅରୁଣ ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ଜଣେ ଯୁବକଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ଅରୁଣ ଙ୍କ ନାମରେ ହୋଇଥିଲା।ତାପରେ ବିରୋଧୀ ସରକାରଙ୍କୁ ଘେରିଥିଲେ।ଆଉ ଏବେ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତର ସ୍ୱିକାରୋକ୍ତି ସାମ୍ନାକୁ ଆସିଛି। କିଭଳି ସେ ହତ୍ୟା କରିଥିଲା ତାହା ନିଜେ ସ୍ୱିକାର କରିଛି । ଯାହାର ଏକ ଭିଡ଼ିଓ ନିକଟରେ ଭାଇରାଲ୍ ହୋଇଛି। ଗିରଫ ହେବା ପୂର୍ବରୁ ହତ୍ୟାକାଣ୍ଡ କେମିତି କରିଥିଲା, ତାହା ସ୍ୱିକାର କରିଛି ଅଭିଯୁକ୍ତ। ଆପଣ ମଧ୍ୟ ଏହି ଭିଡିଓ ରୁ ସ୍ପଷ୍ଟ ହୋଇଯିବେ ଯେ କଣ ରହିଥିଲା ସଂପୂର୍ଣ୍ଣ ଘଟଣା।
ତେବେ ଏହି ଅଡିଓ ରେ ଶୁଣିବାକୁ ମିଳୁଛି ଯେ ମୁଁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲି ଆଉ ତାପରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲି । ହତ୍ୟା କରିଥିଲି କିନ୍ତୁ ତାପରେ ଆଉ ଦୁଷ୍କର୍ମ କରିନଥିଲି । ହତ୍ୟା ପରେ ମୁଁ ଅନୁତାପ କରିଥିଲି। ହତ୍ୟା ପରେ ପୋଖରୀ ନିକଟରେ ମୃତଦେହ ପକାଇ ଦେଇଥିଲି। ଏହିଭଳି ଅନେକ କଥା ଅଭିଯୁକ୍ତ ସ୍ୱୀକାର କରିଛି।ମୃତଦେହକୁ କିଭଳି ଅଖା ଭିତରେ ପୂରାଇ ପୋଖରୀ ନିକଟ ରେ ପକାଇ ଦେଇଥିଲା ତାହା ମଧ୍ୟ ଏଥିରେ କହିଛିି ଅଭିଯୁକ୍ତ।
କେଉଁ ସ୍ଥାନରେ ପରୀ ସହ ଘଟାଇଥିଲା ଜଘନ୍ୟ କାଣ୍ଡ ଏବଂ କଣ ତାର ଉଦ୍ଦେଶ୍ୟ ରହିଥିଲା ତାର ସ୍ପଷ୍ଟ କାହାଣୀ ଅଭିଯୁକ୍ତ ଏଠାରେ ନିଜେ ସ୍ପଷ୍ଟ କରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।