” ପରୀ ” ମାଆଙ୍କ ସହିତ ଫୋନ କରି କଥା ହେଲେ ନିର୍ଭୟା ଓକିଲ ସୀମା, ସେ କହିଲେ ବ୍ୟସ୍ତ ହୁଅନା ” ପରୀ ” ଙ୍କୁ ମୁଁ ନିଶ୍ଚିତ ନ୍ୟାୟ ଦେବି, ନିର୍ଭୟା ଓକିଲ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ….
ଓଡିଶାର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା ପ୍ରତିଦିନ କିଛି ନା କିଛି ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ପରୀ ହତ୍ୟାର ଦୀର୍ଘ ୫ ମାସ ବିତି ଯାଇଥିଲେ ମଧ୍ୟ ଏହାର ପ୍ରକୃତ ଦୋଷୀ ଯିଏ ଦଣ୍ଡ ମିଳିପାରିନାହିଁ। ପରୀର ମାଆ ବାପା ଏବେ ଥକି ପଡିଲେଣି। ସେମାନଙ୍କର ମନ ମଧ୍ୟରେ ଗୋଟିଏ ଆଶା ପରୀକୁ କିପରି ନ୍ୟାୟ ମିଳିବ। ପ୍ରକୃତ ଦୋଷୀକୁ ଦଣ୍ଡମିଳୁ ବୋଲି ସାରା ଓଡିଶା ଚାହିଁ ରହିଛି। ତେବେ ବର୍ତ୍ତମାନ ପରୀ ହତ୍ୟା କୁ ନେଇ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି।
ତେବେ ପରୀ ମାଆଙ୍କ ସହିତ ନିର୍ଭୟା ଓକିଲ ମୋବାଇଲରେ କଥା ହେବାର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପରୀର କେସ ଲଢ଼ିବା ପାଇଁ ଅନୁରୋଧ କରାଯାଇଥିଲା ଏବଂ ସମ୍ବିତ ନନ୍ଦ ମଧ୍ୟ ନିର୍ଭୟା ଓକିଲ ସୀମାଙ୍କୁ ଟ୍ୱିଟ କରିଥିଲେ।
ଏହା ପରେ ସୀମା ପରୀ କେସ ର ସଂପୂର୍ଣ୍ଣ ତଥ୍ୟ ମାଗିଥିଲେ। ଏହା ବ୍ୟତୀତ ଶିବ ଶଙ୍କର ମଧ୍ୟ ନିର୍ଭୟା ଓକିଲ ସୀମାଙ୍କୁ ମଧ୍ୟ ବାରମ୍ବାର ଅନୁରୋଧ କରିଥିଲେ। ଅନେକ ବୁଦ୍ଧିଜୀବୀ, ଆଇନ ଯିବି ଏପରିକି ସବୁ ଯୁବବର୍ଗର ମାନେ ପରୀକୁ କିପରି ନ୍ୟାୟ ମିଳିବ ସେନେଇ ଚେଷ୍ଟା ଜାରିି ରଖିଛନ୍ତି। ଶିବ ଶଙ୍କର ଜରିଆରେ ପରୀ ମାଆଙ୍କ ସହ ନିଭୟା ଓକିଲ ଫୋନରେ କଥା ହେଇଥିଲେ। ବର୍ତ୍ତମାନ ନିର୍ଭୟା ଓକିଲ ସୀମା ପରୀ ହତ୍ୟା ମାମଲାକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରୁଛନ୍ତି।
ନିର୍ଭୟା ଓକିଲ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ମୁଁ ପରୀ ମାନଙ୍କ ସହିତ କଥା ହୋଇଛି ଏବଂ ଏହିଭଳି ଅମାନୁଷିକ କାର୍ଯ୍ୟ କରିଥିବା ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ ଏବଂ ମୋର ପ୍ରୟାସ ଜାରୀରହିବ। ଜଷ୍ଟିସ ଫର ପରୀ, ଏହା ବ୍ୟତୀତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଗ କରି କହିଥିଲେ , ନବୀନ ଜୀ ଏହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା।
ବର୍ତ୍ତମାନ ପରୀର ମାଆ ବାପା ଟିକେ ଆଶସ୍ତି ଅନୁଭବ କରିଥିଲେ। ନିଭୟା ଓକିଲଙ୍କ କଥା ଶୁଣି ବର୍ତ୍ତମାନ ସମସ୍ତଙ୍କ ମନ ମଧ୍ୟରେ ନୂତନ ଆଶା ସଂଚାର ହେଇଛି। ସମସ୍ତେ ଜାଣନ୍ତି ଯେ, ନିର୍ଭୟା ଦୋଷୀଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ଦୋଷୀକୁ ଦଣ୍ଡ ମିଳିଥିଲା। ଏହା ସମ୍ଭବ ହେଇଥିଲା କେବଳ ନିଭୟା ଓକିଲ ସୀମା ପାଇଁ। ନିଭାୟା ଓକିଲଙ୍କ ଏଭଳି ଟ୍ୱିଟ ଦେଖି ପରୀକୁ ନ୍ୟାୟ ସୁନିଶ୍ଚିତ ମିଳିବ ବୋଲି ସମଗ୍ର ଓଡିଶାବାସୀ ଚାହିଁ ବସିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।