ଦେଖନ୍ତୁ ଭିଡ଼ିଓ । ଦୀର୍ଘ ୫ ମାସପରେ ” ପରୀ ” କେଶ ରେ ନୂଆ ଖୁଲାସା ! ପରିକୁ ନ୍ୟାୟ ପାଇଁ ଆପଣଙ୍କ ଗୋଟିଏ ସେୟାର ଆବଶ୍ୟକ….

ପରି ମୃତ୍ୟୁ ମାମଲା । ଆଜି ଏସାଇଟି କୁ ଡେମୋ ଦେଖାଉଛି ପରି ହତ୍ୟାକାରୀ ସରୋଜ ସେଠୀ । ଯଦୁପୁର ରେ କିପରି ଭାବେ ହତ୍ୟା କରିଥିଲା ପରି କୁ ଏହି ପିଶାଚ ଏହି ଦୃଶ୍ୟ କୁ ପୁଣି ଥରେ ସାମ୍ନା କୁ ଆଣିଛି ଏସାଇଟି । ପରୀ ସେଦିନ କିପରି ଆସିଥିଲା ପରୀ ସହ କିପରି ସେ ଘଟାଇ ଥିଲା ଜଘନ୍ୟ କାଣ୍ଡ ପରି କୁ ହତ୍ୟା କରିବା ପାରେ କିପରି ଶବ କୁ ନେଇ ଅଖା ବସ୍ତା ରେ ପୁରାଇ ଥିଲା ଆଉ ଶବ କୁ ନେଇ ପୋଖରୀ ପାଖ ବୁଦା ରେ ନେଇ । କିପରି ଘଟଣା କୁ ରଫା ଦଫା କରିବା ପାଇଁ ଚେଷ୍ଟା କରିଥିଲା ସମ୍ପୂର୍ଣ ଘଟଣା କୁ ତଦନ୍ତ କରିଛି ଏସାଇଟି ।

ପୂର୍ବରୁ ସରୋଜ ସେଠୀ ପରୀ କୁ ହତ୍ୟା କରିଛି ବୋଲି ସ୍ପଷ୍ଟ କରିଥିଲା ଏସାଇଟି ଏହା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ହାତ ରେ ଲାଗୁଚି ଏସାଇଟି ର। ଏହା ପରେ ପରୀ ର ଲେଗିନ୍ସ କୁ ଗାଁ ପୋଖରୀ ରୁ ଉଦ୍ଧାର କରିଛି ପୋଲିସ ।

ହତ୍ୟା ସମୟ ରେ ପରି ନାକ ରୁ ରକ୍ତ ବାହାରି ଥିଲା ଆଉ ସେହି ରକ୍ତ କୁ ଟାଓଲେ ରେ ପୋଛି ଥିଲା ସରୋଜ ସେଠୀ ଯେଉଁ ଟାଓଲେ କୁ ସରୋଜ ର ଯଦୁପୁର ଘର ସାମ୍ନା ରୁ ଉଦ୍ଧାର କରିଛି ଏସାଇଟି ଟିମ୍ । ଆଉ ଏହାରି ଭିତରେ ସରୋଜ ଆଜି ଏସାଇଟି ଟିମ୍ କୁ ସବୁ ଘଟଣା ର ଡେମୋ ଦେଖାଉଛି।

ତେବେ ଆଜି ସକାଳେ ଏସାଇଟି ଟିମ୍ ସରୋଜ ସେଠୀ କୁ ନେଇ ଯଦୁପୁର ରେ ପହଞ୍ଚି ଥିଲା ଆଉ ଯଦୁପୁର ରେ ତାଙ୍କୁ ସିଧା ପରୀ ର ଶବ ମିଳିଥିବା ସ୍ଥାନ କୁ ନେଇ ଯାଇଥିଲା ଏସାଇଟି ଟିମ୍ ଓ ସେଠାକୁ କାହାକୁ ମଧ୍ୟ ଯିବାକୁ ଅନୁମତି ନଥିଲା ଏମିତି କି ଗଣ ମାଧ୍ୟମ କୁ ମଧ୍ୟ ସେଠାକୁ ଯିବାକୁ ଅନୁମତି ନଥିଲା ।

ସେଠାରେ ସରୋଜ ସେଠୀ ପରୀ କୁ କିପରି ମାରି ଥିଲେ ଏହାର ଡେମୋ ଦେଖାଇ ଥିଲା ।ତେବେ ସରୋଜ ର ଯଦୁପୁର ଘର ସାମ୍ନା ରୁ ଯେଉଁ ଟାଓଲ ଉଦ୍ଧାର କରିଛି ଏସାଇଟି ଟିମ୍ ସେହି ଟାଓଲ କୁ ଲ୍ୟାବୋଟରି କୁ ପଠା ଯିବ ଓ ସେଠାରୁ ଟେଷ୍ଟ ହେବା ପରେ ପରି ର ପରିବାର ଲୋକ ମାନଙ୍କୁ ମଧ୍ୟ ଏହି ବିଷୟ ରେ ଅବଗତ କରାଯିବ।

ତେବେ ଆଜି ସରୋଜ ସେଠୀ ଙ୍କ ର ଆଜି ତିନି ଦିନିଆ ରିମାଣ୍ଡ ଶେଷ ହୋଇଛି ଆଉ ତାଙ୍କୁ ଆଜି କୋର୍ଟ ରେ ହାଜିର୍ କରାଯିବ। ତେବେ ଏହି ଭିତରେ ଏସାଇଟି ଟିମ୍ ଅଧିକ ରୁ ଅଧିକ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି । ତେବେ ପୋଖରୀ ରୁ ଯେଉଁ ଲେଗନସୀ ମିଳିଛି ଏହା ଏସାଇଟି ଟିମ୍ ପାଇଁ ଏକ ବଡ଼ ପ୍ରମାଣ ହେବ । ଏବେ ସେହି ଲେଗ୍ନିସ ଟି ପରି ର କି ନୁହ ତାହା ସ୍ପଷ୍ଟ ହେବା ବାକି ରହିଛି । ଏହା ସହିତ ସରୋଜ ସେଠୀ ଙ୍କ ଘରୁ ମଧ୍ୟ ଏକ ରକ୍ତ ଲଗା ଗାମୁଛା ଉଦ୍ଧାର କରାଯାଇ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।