ପରୀ ହତ୍ୟାକାଣ୍ଡ ରେ ଅରୁଣ ଙ୍କୁ ବଞ୍ଚାଇବା ପାଇଁ ପାଣ୍ଡିଆନ ଖେଳିଲେ ପ୍ରଦୀପ ଷଡ଼ଯନ୍ତ୍ର ! ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି, ଆପଣ ଙ୍କ ମତାମତ କମେଣ୍ଟ କରନ୍ତୁ….

ଗୋପାଳପୁର ବିଧାୟକ ଙ୍କୁ ଜନ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିସ୍କାର କରାଯିବା ପରେ ଏବେ ତାଙ୍କ ଉପରେ ଲାଗିଛି ଅନେକ ଆରୋପ। ତାଙ୍କ ପଛରେ ପଡିଛି କ୍ରାଇମବ୍ରାଞ୍ଚ।ତେବେ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ବିଧାୟକଙ୍କୁ ହଠାତ୍ ଘରୁ ଉଠାଇନେବା ପରେ ଘଟଣା କ୍ରମ କିଛି ଭିନ୍ନ ରୂପ ନେଇଛି। ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀ ଙ୍କ ପତ୍ନୀ ସୁଜାତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି।ସେ କହିଛନ୍ତି କି ମୋ ସ୍ବାମୀ କୁ ଜାଣି ଶୁଣି ଫସାଇବାକୁ ଉଦ୍ୟମ କରା ଯାଉଛି। ତାଙ୍କୁ ସମସ୍ୟା ଘେରକୁ ଚକ୍ରାନ୍ତ ପୂର୍ବକ ନିଆ ଯାଉଛି।

ବର୍ତ୍ତମାନ ରାଜରେ ହଇଚଇ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା କୁ ଘଣ୍ଟ ଘୋଡାଇବାକୁ ଯାଇ ଏବଂ ଏଥିରେ ସଂପୃକ୍ତ ରହିଛନ୍ତି ବୋଲି କୁହା ଯାଉଥିବା ମନ୍ତ୍ରୀ ଅରୁଣ ସାହୁ ଙ୍କୁ ବଞ୍ଚାଇବା କୁ ଯାଇ ଏବଂ ଲୋକଙ୍କ ନଜର ରୁ ଏହି ଘଟଣା ଉପରୁ ପରଦା ଉଠାଇବା ପାଇଁ ଏହିଭଳି ଏକ ମିଛ କେଶ୍ କରି ତାଙ୍କ ସ୍ୱାମୀଙ୍କ ଉପରେ ଦୋଷ ଲଦି ଦିଆ ଯାଉଛି, ଏହାକୁ ଆଉ କେହି କରି ନାହାନ୍ତି। ଏସବୁ କରୁଛନ୍ତି ଭି କେ ପାଣ୍ଡିଆନ। ତାଙ୍କରି ନିର୍ଦ୍ଦେଶରେ ଏସବୁ କରା ଯାଉଛି।ସେ ଏସବୁର ଧର୍ତ୍ତା କର୍ତ୍ତା ଅଟନ୍ତି ବୋଲି ସିଧା ସଳଖ କହିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ।

ତେବେ ସୂଚନା ଅନୁସାରେ ନିକଟରେ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ୍। ତାଙ୍କ ନାମରେ ଅଭିଯୋଗ ହୋଇଛି କି ସେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଲୋକଙ୍କୁ ଠକେଇ କରିଛନ୍ତି।

ଆଉ ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ସରକାରୀ ବାସଭବନରୁ ଉଠାଇ ନେଇଛି। ତେବେ ପଚରାଉଚରା ବେଳେ ଯାହା ସୂଚନା ମିଳିଛି ଟାଟା ମୋଟର୍ସ ଏମଡିର ପରିଚୟ ଦେଇ ଆକାଶ ୬୮ ଜଣଙ୍କୁ ନକଲି ନିଯୁକ୍ତି ପତ୍ର ଦେଇ ଠକିଥିଲେ ।

ଆଉ ଏନେଇ ଟାଟା ମୋଟର୍ସ ପକ୍ଷରୁ ଆକାଶ ପାଠକଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା ।ତେବେ କୋଟିପତି ପାଠକ ବାପା ପୁଅ ଗିରଫ ହୋଇଥିବା ବେଳେ ଏବେ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି।ତେବେ ଆର୍ଥିକ କାରବାର ନେଇ ଉଭୟ ବାପା ପୁଅଙ୍କୁ ଏସଆଇଟି ଟିମ୍ ପଚରାଉଚୁରା କରିବ ବୋଲି ଯାହା ସୂଚନା ମିଳିଛି।ତେବେ ଏସବୁ ଭିତରେ ପ୍ରଦୀପ ପାଣିଗ୍ରାହୀ ଙ୍କ ଝିଅ ବିବାହ ପ୍ରସଙ୍ଗ ମଧ୍ୟ ଅଟକି ରହିଛି।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।