ପରୀ ହତ୍ୟାକାଣ୍ଡ ଘଟଣାରେ ନୂଆ ମୋଡ଼ । ମୁହଁ ଖୋଲିଲେ ନିର୍ଭୟାଙ୍କ ଓକିଲ। ଯାହା କହିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ଆପଣ ଶୁଣନ୍ତୁ ସେୟାର କରି ସମସ୍ତଙ୍କୁ ଶୁଣାନ୍ତୁ

ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା ରେ ଦିନକୁ ଦିନ ନୂଆ ମୋଡ଼ ଆସୁଛି। ସମସ୍ତେ ପରୀ କୁ ନ୍ୟାୟ ଦେବା ପାଇଁ ସଂଗ୍ରାମ କରୁଥିବା ବେଳେ ରାଜ୍ୟବ୍ୟାପୀ ଅସନ୍ତୋଷ ର ନିଆଁ ଜଳୁଛି। ଯାହାକୁ ଦେଖି ଲାଗୁଛି ରାଜ୍ୟ ବାସୀ ଏହି କୁନି ନିଷ୍ପାପ ଶିଶୁ ର ମୃତ୍ୟୁ ରେ କେତେ ବ୍ୟଥିତ ହୋଇଛନ୍ତି।

ଏହା ସେମାନଙ୍କୁ କେତେ ଆଘାତ ଦେଇଛି।ଏହି ଘଟଣା ରୁ ଗୋଟିଏ ଜିନିଷ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରେ ଯେ ଆମ ଦେଶରେ ନାରୀ ବା ମହିଳା ମାନଙ୍କ ପ୍ରତି କେତେ ସମ୍ମାନ ରହିଛି ଏବଂ ସେମାନେ ଏଠାରେ କେତେ ସୁରକ୍ଷିତ। ଦିନ ଦ୍ବିପହରରେ କାହାର ଜୀବନ ଯାଉଛି ତ ପୁଣି କିଏ ରାତିର ଅନ୍ଧକାରରେ ସବୁଦିନ ପାଇଁ ଉଭେଇ ଯାଉଛି।

ସତେ ଯେମିତି ନାରୀ ସୁରକ୍ଷା ଏକ ବଡ଼ ଧରଣର ଆହ୍ୱାନ ଦେବାରେ ଲାଗିଛି ସମଗ୍ର ଦେଶରେ।ତେବେ ନିର୍ଭୟା ଙ୍କ ଓକିଲ ସୀମା ଏବେ ସୋସିଆଲ ମିଡ଼ିଆରେ ଲାଇଭ ଆସି ଏମିତି କିଛି କଥା କହିଛନ୍ତି, ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସି ଯିବ।

ସୀମା କହିଛନ୍ତି କି ସରକାର ଯେତେ ମହିଳା ମାନଙ୍କ ପାଇଁ ସମ୍ବେ ଦନ ଦେଖାଇଲେ ସେମାନଙ୍କ ପ୍ରତି ଦରଦ ଭରା କଥା କହିଲେ କଣ ହେବ ଯଦି ସେମାନଙ୍କ ଉପରେ ଘଟୁଥିବା ଘଟଣାର ଉଚିତ୍ ତଦନ୍ତ ନହେଲା କିମ୍ବା ଏହାକୁ ନ୍ୟାୟ ଦିଆ ଯାଇ ନ ପାରିଲା ତେବେ ସେ ସବୁର ମୂଲ୍ୟ କଣ ରହିଛି।

ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ନିୟମ କାନୁନ ର ଭୟ ଦେଖାଇ ଏବଂ ସେମାନଙ୍କ ପ୍ରତି ସହାନୁଭୂତି ର ଡିଡିମ୍ବ ପିଟିଲେ ହେବନି ବରଂ ବାସ୍ତବରେ ସେମାନଙ୍କର ଏହିଭଳି ପରିସ୍ଥିତି କୁ ଅନୁଧ୍ୟାନ କରି ଏହାର ସମାଧାନ ସମେତ କିଭଳି ଉଚିତ୍ କାର୍ଯ୍ୟପନ୍ଥା ଏବଂ ଦୃଢ଼ ଆଇନ୍ ଅଣାଯାଇ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦିଆ ଯାଇ ପାରିବ ତାହା କରିବା ଅବଶ୍ୟ ଦରକାର୍।

ସୀମା କହିଛନ୍ତି କି ତାଙ୍କ ପାଖକୁ ପ୍ରତ୍ୟେକ ଦିନ ଶହ ଶହ ମହିଳା ଓ ଯୁବତୀ ମାନେ ଇମେଲ ଓ ମେସେଜ କରୁଛନ୍ତି କି ତାଙ୍କୁ ନ୍ୟାୟ ଦରକାର।ତାଙ୍କ ସହିତ ଅନ୍ୟାୟ ହେଉଛି।ତେଣୁ ସୀମା କହିଛନ୍ତି କି ଦେଶର ସମସ୍ତ ନାରୀ ମାନଙ୍କୁ ସେ ଏକା ନ୍ୟାୟ ଦେବା ସମ୍ଭବ ନୁହେଁ।ମାତ୍ର ଯଦି ଆମେ ସମସ୍ତେ ଏକାଠି ଲଢ଼ିବା ତାହେଲେ ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କମି ପାରିବ।

ତେବେ ବର୍ତ୍ତମାନର ପରୀ ଘଟଣା ନୟାଗଡ଼ ର ପଲ୍ଲୀରୁ ଯାଇ ଦିଲ୍ଲୀ ରେ ପହଞ୍ଚିଲାଣି।ତେବେ SIT ସରୋଜ କୁ ଗିରଫ କରି ସରୋଜ କୁ ପରୀ ର ପ୍ରକୃତ ହତ୍ୟାକାରୀ ବୋଲି ପ୍ରମାଣ କରିବା ସହିତ ସରୋଜ ଦ୍ୱାରା ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ ର ସିନ ରିକ୍ରିଏଟ୍ କରି ସାରିଥିବା ପରେ ମଧ୍ୟ ପରୀ ର ପରିବାର ଲୋକେ ଏହାକୁ ମାନିବା ପାଇଁ ରାଜି ନୁହନ୍ତି।ସେମାନେ କହିଛନ୍ତି କି ସରୋଜ ନିର୍ଦୋଷ ଅଟେ।

ବଡ଼ବଡ଼ିଆ ଙ୍କୁ ଲୁଚେଇବା ପାଇଁ SIT ସରୋଜ କୁ ଫସେଇ ଦେଉଛି।ସୀମା କହିଛନ୍ତି କି କୁନି ଝିଅର ଶରୀରରୁ ୭୫% ଅଙ୍ଗ ଚୋରି କରା ଯାଇଛି।ପରିର କିଡନୀ କାଢ଼ି ନେଇ ବିକ୍ରି କରା ଯାଇଛି।ମାତ୍ର ଏହି ଘଟଣାକୁ ଲୁଚେଇବା ପାଇଁ ସରୋଜ ସେଠି କୁ ମହୋରା ବନା ଯାଇଛି।ତେଣୁ ନିର୍ଭୟା ଙ୍କ ଓକିଲ ସୀମା ସିବିଆଇ ତଦନ୍ତ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।