” ପରୀ ” ଘଟଣାର ନୂଆ ଖୁଲାସା ! ମନ୍ତ୍ରୀ ଅରୁଣ ସାହୁଙ୍କ ପରିବାର ରେ ଲାଗିଛି ” ପରୀ ” କିଡ଼ନୀ – ପୁରୀ ବିଧାୟକ
ଓଡ଼ିଶାର ପରୀ ମୃତ୍ୟୁ ଘଟଣା ଏବେ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଅନେକ ରାଜନୈତିକ ବୟାନ ବାଜି ଭିତରେ ଏବେ ଏହି ଘଟଣା ଏକ ଭିନ୍ନ ରୂପ ନେବାକୁ ବସିଲାଣି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବାସ୍ତବ ପକ୍ଷେ ପରୀ ମୃତ୍ୟୁ ଘଟଣାର ପ୍ରକୃତ ଦୋଷୀ କିଏ। କାରଣ ପରି ହତ୍ୟାକାରୀ କୁ ଧରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଗଠନ କରା ଯାଇଥିବା ଏସ ଆଇ ଟି ଟିମ୍ ଦ୍ବାରା ଅଭିଯୁକ୍ତ ପ୍ରମାଣିତ ହୋଇଥିବା ସରୋଜ ସେଠୀ କୁ ନେଇ ଏବେ ଅଡ଼ୁଆ ବଢ଼ିବାରେ ଲାଗିଛି।
କାରଣ SIT ମୁଖ୍ୟ ଅରୁଣ ବୋଥ୍ରା ଙ୍କୁ ବିବାଦ ଘେର କୁ ଟାଣିଛନ୍ତି ପରୀ ଗାଁ ର ଅଭିଯୁକ୍ତ ସାବସ୍ତ୍ୟ ହୋଇଥିବା ସରୋଜ ସେଠି। ତେବେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ରହିଥିବା ବେଳେ କିନ୍ତୁ ପରିର ବାପା ମାଆ କହୁଛନ୍ତି କି ପରୀର ଅଙ୍ଗ ଚୋରି ହୋଇଛି ।
ତାର ଶରୀରର ୭୫ ଭାଗ ଅଂଶ କୁଆଡେ ଗାଏବ ହୋଇ ଯାଇଛି। ତାକୁ ଚକ୍ରାନ୍ତ କରି ମରା ଯାଇଛି।ଆଉ ଏହି ଘଟଣାକୁ ଏକ ନୂଆ ମୋଡ଼ ଦେବାକୁ ଚେଷ୍ଟା କରା ଯାଉଛି। ତାର କିଡନୀ କାହାର ଏକ ଶରୀରରେ ଲାଗିଛି, ଯାହାକୁ ଚପାଇ ଦେବାକୁ ଚେଷ୍ଟା କରା ଯାଉଛି। ଆଉ ଏହି ସମାନ କଥା ପରୀ ଗାଆଁ ର ସରପଞ୍ଚ ମଧ୍ୟ କହିଛନ୍ତି। ଏପଟେ ଏହାର ରହସ୍ୟ ଖୋଲିବାକୁ ତଦନ୍ତକାରୀ ଟିମ୍ ପ୍ରାଣପ୍ରଣେ ଚେଷ୍ଟା କରୁଛି।
ତଦନୁସାରେ ହାଇକୋର୍ଟ କୁ ଦାଖଲ ହେଇଥିବା ବନ୍ଦ ଲଫାପା ରୁ ଏହି ଖବର ସାମ୍ନାକୁ ଗଣମାଧ୍ୟମ ଦ୍ବାରା ପ୍ରକାଶ ପାଇଛି ଯେ ପରୀ କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି।ଏପଟେ ଏବେ ଅଭିଯୁକ୍ତ ସାବସ୍ତ୍ୟ ହୋଇଥିବା ସରୋଜ ସେଠୀ ମଧ୍ୟ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ କିଛିଦିନ ତଳେ ସଙ୍ଗୀନ ଅଭିଯୋଗ ଆଣିଥିଲେ।
ତାଙ୍କ କହିବା ଅନୁସାରେ ଯାହା ସିଏ ଖୋଲାଖୋଲି ଗଣମାଧ୍ୟମ ରେ ବୟାନ ରଖିଛନ୍ତି ଯେ ଅରୁଣ ବୋଥ୍ରା କୁଆଡେ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଯାଚିଥିଲେ ପରୀ ଦୋଷକୁ ମୁଣ୍ଡାଇବାକୁ ଏବଂ ଦୋଷୀ ବୋଲି ମାନି ନେବାକୁ।ଫଳରେ ଘଟଣାର ତଦନ୍ତ ସମୟରେ ପରୀ ଘଟଣାରେ ସ୍ଥାନୀୟ ଉକ୍ତ ସ୍ଥାନୀୟ ଯୁବକ ସରୋଜ ସେଠି ଏବଂ ତାଙ୍କ ମା ଭଉଣୀ ଙ୍କୁ SIT ଟିମ ପଚରା ଉଚରା ପାଇଁ ଘରୁ ଉଠେଇ ନେଇଥିଲା।
ତେବେ ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।ସେ କହିଛନ୍ତି ଯେ ସେ କୁଆଡେ ସବୁଆଡେ ଶୁଣିବାକୁ ପାଉଛନ୍ତି ଯେ ପରୀ ର କିଡନୀ ଚୋରି ହୋଇ ଅରୁଣ ସାହୁ ଙ୍କ ପରିବାରରେ କାହା ଶରୀରରେ ଲାଗିଛି। ତେଣୁ ଘଟଣାର ଉପଯୁକ୍ତ ତଦନ୍ତ ହେଉ ଯାହା ଫଳରେ ପରି ହତ୍ୟାର ପ୍ରକୃତ ଦୋଷୀ ସାମ୍ନାକୁ ଆସି ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।