“ପରୀ” ଘଟଣାରେ ନୂଆ ମୋଡ ! ପ୍ରମାଣ ଯୋଗାଡ଼ କରିବାପରେ ଦୁର୍ବଳ ହେଉଛି SIT । କ’ଣ କରିବେ ମୁଖ୍ୟ ଅରୁଣ ବୋଥ୍ରା ?

ପରୀ ହତ୍ୟା ମାମଲାରେ ଚାଲିଥିବା ତଦନ୍ତରେ ଏବେବି ପୂର୍ଣ୍ଣଚ୍ଛେଦ ପଡ଼ି ନାହିଁ। ଏବେବି ଏହାକୁ ନେଇ ଚାଲିଛି ତଦନ୍ତ ପ୍ରକ୍ରିୟା। ତେବେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍ ଦ୍ବାରା ଅଭିଯୁକ୍ତ ପ୍ରମାଣିତ ହୋଇଥିବା ସରୋଜ ସେଠୀ କୁ ନେଇ ମଧ୍ୟ ଟିମ୍ କୌଣସି ନିଷ୍କର୍ଷ ରେ ପହଞ୍ଚି ପାରୁନାହିଁ। ବରଂ ତାଙ୍କୁ ନେଇ ଦିନକୁ ଦିନ ନୂଆ ମୋଡ଼ ନେବାକୁ ଲାଗିଛି ଏହି କେଶ୍। ଏବେବି ଯେମିତି ରହସ୍ୟମୟ ହୋଇ ରହିଛି ଏହି ହତ୍ୟା ମାମଲା।

ପରୀର ବାପା ମାଆ , ପଡୋଶୀ, ଗାଆଁ ଲୋକ ଙ୍କ କହିବା ଅନୁସାରେ ତଦନ୍ତ ମଧ୍ୟ କରିନାହିଁ ପୋଲିସ୍ କି ସେମାନଙ୍କୁ ପଚରା ଉଚରା ବି କରିନାହିଁ। ଯାହା ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ପୋଲିସ୍ ର ତଦନ୍ତ ପ୍ରକ୍ରିୟାର ନିରପେକ୍ଷତା କୁ ନେଇ।

ତେବେ ବର୍ତ୍ତମାନ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ଚିନ୍ତା ବଢାଇ ଦେଇଛି ତାଙ୍କର ଦୁର୍ବଳ ପ୍ରମାଣ ସବୁ ଯାହା ସେ ଅଭିଯୁକ୍ତ ସରୋଜ ସେଠୀ ଙ୍କ ପାଇଁ ଯୋଗାଡ଼ କରିଥିଲେ।ତେବେ ଆପଣମାନେ ଜାଣିଛନ୍ତି ଯେ ପରି ହତ୍ୟାକୁ ପ୍ରାୟ ୫ ମାସ ବିତି ସାରିବା ପରେ ଯାଇ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଛି SIT।କିନ୍ତୁ ଏବେ ଉକ୍ତ ଅଭିଯୁକ୍ତଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠୁଛି। କାରଣ ତାଙ୍କର ପ୍ରମାଣ ସବୁ ଦୁର୍ବଳ ହେବାରେ ଲାଗିଛି।

ସରୋଜ ସେଠୀଙ୍କୁ ଅଭିଯୁକ୍ତ କୁହା ଯାଉଥିବା ବେଳେ ଏବେ ରିପୋର୍ଟ୍ ଆସିବା ପରେ ପରୀର ଫ୍ରକରେ ଯେଉଁ ସିମେନ ଦାଗ ଲାଗିଥିଲା ତାହା କାହାର ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ଏବଂ ଡି ଏନ୍ ଏ ପଦ୍ଧତିରେ ମଧ୍ୟ ସରୋଜର ରକ୍ତ ନମୂନା ପରୀକ୍ଷା କରାଯାଇ ଥିଲା। କିନ୍ତୁ ଏହାର ରିପୋର୍ଟ ମଧ୍ୟ ସନ୍ତୋଷ ଜନକ ହୋଇନାହିଁ।ତେବେ ଆପଣ ମାନେ ଜାଣିଛନ୍ତି ଘଟଣାଟି ପାଞ୍ଚ ମାସ ପୁରୁଣା ହୋଇଥିବା କାରଣରୁ ଏହାର ସଠିକ ପ୍ରମାଣ ମିଳିବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା କ୍ରମେ ଅଭିଯୁକ୍ତ ହୋଇଥିବା ସରୋଜ ସେଠୀ ଙ୍କ ବିରୁଦ୍ଧରେ SIT ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗାଡ଼ କରୁଚି।ଯେମିତି କି ପ୍ରଥମେ ପରୀର ଫ୍ରକରୁ ସିମେନ ର ଦାଗ ମିଳିବା ପରେ ଏବେ ସରୋଜ ସେଠୀ ର ଘରୁ ରକ୍ତ ଲାଗିଥିବା ଗାମୁଛା ମିଳିଛି।

ଆଉ ଏହାପରେ ଏହି ଗାମୁଛାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠା ଯାଇଛି। ତେବେ ପଠା ଯାଇଥିବା ଏହି ଗାମୁଛା କୁ ସାବୁନ୍ ରେ ବହୁତ୍ ଥର ଧୁଆ ଯାଇ ଥିବାରୁ ଏହାର ଉଚିତ୍ ରିପୋର୍ଟ୍ କଣ ଆସିବ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଚି।ତେବେ ଏଠି ଗୋଟିଏ କଥା କୁହାଯାଇ ପାରେ ଯେଉଁ ସବୁ ପ୍ରମାଣ କୁ ନେଇ ଅରୁଣ ବୋଥ୍ରା ବଳିଷ୍ଠ ପ୍ରମାଣ ଅଛି ବୋଲି କହୁଥିଲେ ଏବେ ସେସବୁ ଉଚିତ୍ ସାବସ୍ତ୍ୟ ନହୋଇ ପାରିବା କାରଣରୁ ତଦନ୍ତ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।