ପାରାଲିସିସ୍‌ ( Paralysis ) ଲକ୍ଷଣ ଓ ଚିକିତ୍ସା | Dr. Vinitha Wills

ବର୍ତ୍ତମାନ ଯୁଗରେ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ରୋଗ ର ସମସ୍ୟା ମାନ ଦେଖା ଦେଉଛି। ଆଉ ସେହି ସବୁ ରୋଗ ର ନିର୍ଦିଷ୍ଟ ଲକ୍ଷଣ ଆଉ କାରଣ ମଧ୍ୟ ରହିଥାଏ । ତାହେଲେ ଆଜି ଆସନ୍ତୁ ଜାଣିବା ପାରାଲିସିସ କଣ ।ତେବେ ସାଧାରଣତଃ ପାରାଲିସିସ ହେଉଛି ବ୍ରେନ ଷ୍ଟୋକ ର ଅନ୍ୟ ନାମ ଏହାକୁ ଆମେ ପକ୍ଷାଘାତ ଭାବେ ଜାଣିଥାଉ ।

ସାଧାରଣତଃ ଯେତେବେଳେ ମସ୍ତିଷ୍କ ର କୋଷ ଗୁଡିକରେ ରକ୍ତ ସଞ୍ଚାଳନା କମି ଯାଏ ବା ମସ୍ତିଷ୍କ ର ଧମଣୀ ଯଦି ଫାଟି ଯାଏ ତାହେଲେ ସେତେବେଳେ ଆମକୁ ପାରାଲିସିସ ବା ପକ୍ଷାଘାତ ବୋଲି ଲୋକମାନେ କହିଥାନ୍ତି । ଏହା ପୃଥିବୀ ର ଶ୍ରେଷ୍ଠ ପଞ୍ଚମ କାରଣ ମୃତ୍ୟୁ ବୋଲି କୁହାଯାଏ । ତାପରେ ଆମକୁ ଜାଣିରଖିବା ଦରକାର 1.8 ନିୟୁତ ଲୋକ ଭାରତ ବର୍ଷ ରେ ଏହି ପାରାଲିସିସ ର ସ୍ୱୀକାର ହେଇଥାନ୍ତି ।

70 ରୁ 80 ଭାଗ ଲୋକ ଏହି ରୋଗ ରେ ବିକଳାଙ୍ଗ ହେଇଯାଥାନ୍ତି ଓ 50 ରୁ 60 ଭାଗ ଲୋକ ଏହି ରୋଗ ପାଇଁ ମୃତ୍ୟୁ ବରଣ କରିଥାନ୍ତି ।ତେଣୁ ଆମେ ଜାଣିବା ଉଚିତ ପାରାଲିସିସ କେତେ ପ୍ରକାର ହେଇଥାଏ, ତାହାର ଲକ୍ଷଣ କଣ ଚିକିତ୍ସା କଣ ।

ସାଧାରଣତଃ ମସ୍ତିଷ୍କ ର କୋଷ ରକ୍ତ ସଂଚାଳନ କମିଯାଏ ବା ରକ୍ତ ସଂଚାଳନ ହେଇଥିବା ସମୟରେ ରକ୍ତ ଶିରା ଟି ଫାଟିଯାଏ ଉଚ୍ଚ ରକ୍ତ ଚାପ ଯୋଗୁଁ ତେଣୁ ସେହି କୋଷ ଗୁଡିକୁ ଅକ୍ସିଜେନ ଓ ଗ୍ଲୁକୋଜ ମାତ୍ରା କମିଯାଏ ଓ ସେହି କୋଷ ଗୁଡିକ ନଷ୍ଟ ହେଇଯାଏ । ତେଣୁ ସେହି କୋଷ ଗୁଡିକ ର ଯେଉଁ କାର୍ଯ୍ୟ ତାହା ଧୀରେ ଧୀରେ ବନ୍ଦ ହେଇଯାଏ ଯାହା ଫଳ ରେ ପାରାଲିସିସ ହେଇଥାଏ ।

ପାରାଲିସିସ ହେବାର କାରଣ କଣ :-

ପାରାଲିସିସ ହେବାର ଦୁଇ ପ୍ରକାର ର କାରଣ ହେଇଥାଏ ଯଥା (1) ରେ ମୋଡି଼ଫୈବୁଲ ପାରାଲିସିସ ଓ (2) ରେ ନନ ମୋଡି଼ଫୈବୁଲ ପାରାଲିସିସ ଏହି ଦୁଇଟି କାରଣ ପାଇଁ ପାରାଲିସିସ ହେଇଥାଏ ।

ପାରାଲିସିସ ର ଲକ୍ଷଣ କଣ :-

ସାଧାରଣତଃ ଯେଉଁ ଜିନିଷ ଆମ ଶରୀରରେ ହଠାତ ଦେଖା ଯାଉଛି ତାହାକୁ ପାରାଲିସିସ କୁହାଯାଏ । ଏହାର ଲକ୍ଷଣ ହେଉଛି, ହଠାତ ମୁଣ୍ଡ ବୁଲାଇବା, ଅନ୍ଧାର ଦେଖା ଯିବା, ପାଟି ଖନା ମାରିବା ହାତ ଗୋଡ଼ ପରିଚାଳନା ର ଗୋଟେ ପାର୍ଶ୍ଵ ରେ କମିଯିବା ବା ଚାଲିବାରେ ଅସୁବିଧା ହେବା ତା ଛଡା ବ୍ୟକ୍ତି ଚେତା ଶୂନ୍ୟ ହେଇଯିବା ଭଳି ଦେଖା ଯିବା ହେଉଛି ଏହାର ମୁଖ୍ୟ କାରଣ ।

ପାରାଲିସିସ ର ଚିକିତ୍ସା :-

 

ଯଦି ଲୋକଟି ର ଇକମିକ ଷ୍ଟୋକ ହେଇଥାଏ ତାହାଲେ ଯଦି ସେ 4 ରୁ 4.30 ଘଣ୍ଟା ମଧ୍ୟରେ ହସ୍ପିଟାଲରେ ପହଞ୍ଚି ଗଲେ ତାହାଲେ ତାକୁ ଥ୍ରୋମ୍ବାଲାଇସ କରାଯାଏ ଓ ଏହା କରି 60 ରୁ 70 ଭାଗ ଲୋକଙ୍କୁ ପୂର୍ବବସ୍ଥା କୁ ଫେରାଇ ଆଣିହୁଏ ଓ ତାହାର କିଛି ଆଗକୁ ଅସୁବିଧା ହୋଇନପାରେ ।

ପାରାଲିସିସ ର ନିରାକରଣ :-

ତେବେ ଏହିଭଳି ରୋଗ କ୍ଷେତ୍ର ରେ ଆମେ ପ୍ରାଥମିକ ପଦକ୍ଷେପ ନେବା ଦରକାର ।ଯେମିତିକି ଏହି ସମୟରେ ସୁଷମ ଖାଦ୍ୟ ଖାଦ୍ୟ ଖାଇବା, ଅଧିକ କ୍ୟାଲୋରୀ ଥିବା ଖାଦ୍ୟ କୁ ବର୍ଜନ କରିବା ।ଯାହା ଫଳ ରେ ମଧୁମେୟ ପରି ଅନେକ ରୋଗ ନିୟନ୍ତ୍ରଣ ହେଇପାରିବ । ତା ଛଡା ଏହା କରିବା ଦ୍ୱାରା ମଧ୍ୟ ପାରାଲିସିସ କୁ ମଧ୍ୟ ଦୂରେଇ ଦେଇ ହେବ ।ଏହା ଥିଲା ପାରାଲିସିସ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ।