Papu Pom Pom ଙ୍କ ନୂଆ କମେଡି ” ତୋର କୁଞ୍ଚୁ କୁଞ୍ଚିଆ ବାଳ ରେ ନନୀ ” ଦେଖିଲେ ହସି ହସି ଗଡ଼ିଯିବେ… ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ ଏହି ଭିଡ଼ିଓ

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଯେଉଁ ମାନେ ଫିଲ୍ମ ରେ ଅଭିନୟ କରି ଆମର ମନରଞ୍ଜନ କରାଇ ଥାଆନ୍ତି | ତେବେ ସେ ଫିଲ୍ମ ହେଉ ଅବା ଅଲଗା କିଛି ସୋ ହେଉ ଯେଉଁଠି କମେଡି ନାହିଁ ସେଠି ସବୁକିଛି ଅଧୁରା ହିଁ ଲାଗିବ, ଯଦି କିଛି କାର୍ଯ୍ୟକ୍ରମ ବି ଆୟୋଜନ ହେଉଛି ତେବେ କିଛି କମେଡି ରହିଲେ ତାହା ଖୁବ ମନରଞ୍ଜନ କରାଇ ଥାଏ | ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ ହାସ୍ୟ ଅଭିନେତା ଯେଉଁ ମାନେ ତାଙ୍କ ଅଭିନୟ ଦ୍ୱାରା ଆମକୁ ଖୁବ ହସାଇ ଥାଆନ୍ତି |

ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ହାସ୍ୟ ଅଭିନେତା ପପୁ ପମପମ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ନମ୍ବର ୱାନ କମେଡିଆନ ଭାବରେ ପରିଚିତ | ସେ ତାଙ୍କ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କ ମୁହଁରେ ହସ ଫୁଟାଇ ଥାଆନ୍ତି, କେବଳ ସେତିକି ନୁହେଁ ବରଂ ସେ ଅନେକ ଫିଲ୍ମ ରେ ହିରୋ ଭାବରେ ମଧ୍ୟ କାମ କରିଛନ୍ତି

ତେବେ ଆପଣ ତ ଜାଣିଛନ୍ତି ଏହି ସେଲିବ୍ରେଟି ମାନେ ଅନେକ ଷ୍ଟେଜ ସୋ କୁ ମଧ୍ୟ ଯାଇ ଥାଆନ୍ତି ସେଭଳି ଭାବେ ପପୁ ପମପମ ଙ୍କୁ ମଧ୍ୟ ଏକ ଷ୍ଟେଜ ସୋ ରେ ଦେଖିବା ପାଇଁ ମିଳିଛି | ଏବେ କାଳୀପୂଜା ପାଇଁ ଅନେକ ମେଳା ରେ ଷ୍ଟେଜ ପ୍ରଗ୍ରାମ ହେଉଛି ଯେଉଁଥିରେ ଅନେକ ବଡ଼ ବଡ଼ କଳାକାର ଆସି ଲୋକ ମାନଙ୍କ ଭଲ ପାଇବାକୁ ସାଉଁଟି ଥାଆନ୍ତି ସେଭଳି ଭାବେ ପପୁ ପମପମ ଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଛି |

ତେବେ ପପୁ ପମପମ ପ୍ରଥମେ ଏହି ଷ୍ଟେଜ ରେ ତାଙ୍କର ଏକ ନିଜ ଗୀତ ଗାଇ ଦର୍ଶକ ମାନଙ୍କୁ ଝୁମାଇ ଥିଲେ | ସେ ଗାଇ ଥିବା ଗୀତ ଟି ହେଉଛି ତୋର କୁଞ୍ଚୁ କୁଞ୍ଚିଆ ବାଳ ରେ ନନୀ ଛନ୍ଦି ହୋଇ ଗଲା ମନ | ତେବେ ଏହି ଗୀତ ଟିକୁ ସେ ନିଜେ ହିଁ ଗାଇ ଥିଲେ ଆଉ ଏବେ ଷ୍ଟେଜ ରେ ସେ ଏହି ଗୀତ ଟିକୁ ଗାଇ ମାହଲ ଟିକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛନ୍ତି | ଏହି ଗୀତ ରେ ଦୁଇଟି ଯୁବତୀ ମଧ୍ୟ ଷ୍ଟେଜ ରେ ପଫମାନ୍ସ କରି ଦେଖାଇ ଥିଲେ ଆଉ ଦର୍ଶକ ମଧ୍ୟ ପପୁ ପମପମ ଙ୍କର ଗୀତ ର ତାଳେ ତାଳେ ଝୁମି ଥିଲେ | କେବଳ ସେତିକି ନୁହେଁ ବରଂ ପପୁ ନାଚ ଗୀତ ସହିତ ଅନେକ କମେଡି କଥା ମଧ୍ୟ କହି ଥିଲେ ଯାହାକୁ ଶୁଣିଲେ ଆପଣ ହସି ହସି ଗଡ଼ି ଯିବେ | ତେବେ ପପୁ ପମପମ ଙ୍କର ଏଭଳି ଏକ କମେଡି ଭିଡ଼ିଓ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ତାଙ୍କର ଫ୍ୟାନ୍ସ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।