ପଞ୍ଚମୁଖୀ ଶିବଙ୍କର ମହିମା ଏବଂ ଅଦ୍ଭୁତ ଚମତ୍କାରିତା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….
ପୃଥିବୀ ପୃଷ୍ଠରେ ଭାରତ ପରି ଦେଶ ବହୁତ ବିରଳ କାରଣ ଆମ ଦେଶରେ ପ୍ରତ୍ୟେକ ସ୍ଥାନରେ ଭଗବାନଙ୍କ ମନ୍ଦିର ଏବଂ ସେମାନଙ୍କର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ,ଆଉ ପୂଜାର୍ଚ୍ଚନା,ରୀତିନୀତି,ଭିନ୍ନ ଢଙ୍ଗୀରେ ହୋଇଥାଏ। ଆମ ଦେଶ ଏକ ହିନ୍ଦୁ ପ୍ରଧାନ ଦେଶ ତେଣୁ ଏଠାରେ ହିନ୍ଦୁ ମନ୍ଦିର ବହୁଳ ମାତ୍ରାରେ ଦେଖାଯାଇଥାଏ। ଭାରତ ଏଭଳି ଦେଶ ଯେଉଁଠି ସବୁ ଧର୍ମର ଲୋକ ଏବଂ ଦେବଦେବୀଙ୍କୁ ଗ୍ରହଣ କରିଥାଏ।
ତେବେ ଆମ ହିନ୍ଦୁ ଧର୍ମରେ ଭଗବାନଙ୍କ ବିଭିନ୍ନ ରୂପ ଏବଂ ସେମାନଙ୍କ ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଇଥାଏ। ସେହିପରି ହିନ୍ଦୁ ଧର୍ମରେ ପ୍ରାୟ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରିଥାଉ।
ସେମାନଙ୍କୁ ସାଧାରଣତଃ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ । ତେବେ ଭଗବାନଙ୍କ ଭିନ୍ନ ଭିନ୍ନ ରୂପ ସହ ସେମାନଙ୍କ ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଗୋଟିଏ ମନ୍ଦିର ସମ୍ପର୍କରେ ଏବଂ ଚମତ୍କାରିତା କଥା ବିଷୟରେ କହିବାକୁ ଯାଉଛୁ।
ଏବେ ଆପଣ ଏହି ମନ୍ଦିର ସମ୍ପର୍କରେ ଜାଣିଲେ ବିଶ୍ୱାସ କରିବେ ନାହିଁ ଆଉ ଆଶ୍ଚର୍ଯ୍ୟ ହୋଇ କହିବେ ଏମିତି ଚମତ୍କାର ଏବେ ବି ହଉଛି। ତେବେ ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ। ଅଯୋଧ୍ୟା ନାମ ଶୁଣିଲେ ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଭାବନା ଆସିଥାଏ କାରଣ ସେଠାରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ଆଜି ଭଗବାନ ଶିବଙ୍କର ସମ୍ପର୍କରେ ଜାଣିବେ ଯାହା ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭଗବାନ ଶିବଙ୍କର ବି ଅଯୋଧ୍ୟା ସହ ଗଭୀର ସମ୍ପର୍କ ରହିଛି ଆଉ ଶିବ ହଉଛନ୍ତି ନାଶ କର୍ତ୍ତା।
ଅଯୋଧ୍ୟାର ଶିବଙ୍କ କଥା ଭାବିଲେ ମନରେ ସେ ଛବି ଆଗକୁ ଚାଲିଆସେ। ଦେଶରେ ବିଭିନ୍ନ ସ୍ଥାନରେ ପଞ୍ଚମୁଖୀ ମହାଦେବ ମଦିର ରହିଛି ସେଥିମଧ୍ୟରୁ ଅଯୋଧ୍ୟାରେ ଏକ ମନ୍ଦିର ରହିଛି। ଏହା ଅଯୋଧ୍ୟା ର ଗୁପ୍ତାର ଘାଟ ଠାରେ ବହୁ ପୁରାତନ କାଳରୁ ରହିଅଛି ।ଏହି ମନ୍ଦିର ପ୍ରାୟ ୨୦୦୦ ବର୍ଷ ତଳର ମନ୍ଦିର ଯାହା ଅନୁସନ୍ଧାନରୁ ଜଣାଯାଇଛି ଏବଂ ମନ୍ଦିର ଲାଲ୍ ବିଲ୍ୱ ପଥରରେ ନିର୍ମିତ, ମୁଖ ଲିଙ୍ଗ ଥିବାର ଦେଖିବାକୁ ମିଳେ।
ଏହି ଲିଙ୍ଗ ମଧ୍ୟ ୨୦୦୦ ବର୍ଷର ପୁରାତନ । ଲିଙ୍ଗ ପରେ ନିର୍ମାଣ ହୋଇଥିବା ମହାଦେବ ମନ୍ଦିର ପ୍ରାୟ ୨୫୦ ବର୍ଷ ତଳର ପୁରୁଣା ଅଟେ। ପଂଚମୁଖୀ ମନ୍ଦିରରେ ଭଗବାନ ଶିବଙ୍କର ୩ ଟି ରୂପରେ ପୂଜା କରାଯାଇଥାଏ। ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ଏକ ହିଁ ସ୍ୱରୂପର ଅଟନ୍ତି, ଆଉ ପୁରାଣରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି ସେମାନଙ୍କ ନିବିଡ଼ ସମ୍ପର୍କରେ । ସେ ଦୁହେଁଙ୍କ ବହୁତ ବଡ଼ ବନ୍ଧୁତା ଏବଂ ଭୂମିକା ଗୁରୁତ୍ୱପୂର୍ଣ ରହିଛି।
ଭଗବାନ ଶିବଙ୍କର ଭୂମିକା ସଂସାର ପ୍ରତି ବି ବହୁତ ରହିଛି। ଭଗବାନ ଶ୍ରୀରାମ କୁହନ୍ତି ଯେଉଁମାନେ ଶିବଙ୍କୁ କରନ୍ତି ନାହିଁ, ସେ କେବେ ମୋର ଭକ୍ତ ହୋଇପାରିବ ନାହିଁ। ମହାଦେବ ଏପରି ଦେବତା ଯିଏ ଭକ୍ତମାନଙ୍କର ମନସ୍କାମନା ପୁରଣ କରିଥାନ୍ତି। ସେ ପାଞ୍ଚଟି ତତ୍ୱ ତଥା ଅଗ୍ନି, ବାୟୁ, ଆକାଶ, ପୃଥିବୀ ଏବଂ ଜଳ ର ପ୍ରତୀକ ଅଟନ୍ତି। ସେ ଭକ୍ତ ମାନଙ୍କୁ ଭଲ ପାଆନ୍ତି ଏବଂ ମହିମା ବି ବହୁତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।