ଦେଖନ୍ତୁ ଭିଡ଼ିଓ – ତୋତେ କ’ଣ ମୋ ପାଟି ଶୁଭୁନି, ଭିଡ଼ିଓ ଟି ଦେଖିଲେ ଗୋଡ ତଳୁ ମାଟି ଖସି ଯିବ…ଜୟ ହିନ୍ଦ…
ସହିଦ ହେଲେ ପୁଣି ଜଣେ ଓଡ଼ିଆ ପୁଅ। ଯାହାକୁ ନେଇ ଖେଳି ଯାଇଛି ଏକ ଦୁଃଖଦ ବାତାବରଣ। ଏଭଳି ଏକ ଅଭାବନୀୟ ଘଟଣା ଯାହା ସମସ୍ତଙ୍କୁ ବିଚଳିତ କରି ଦେଇଛି।ପୁଣିଥରେ ସେହି ଲଦାଖରେ ଏହିଭଳି ଏକ ଘଟଣା ଘଟିଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଉ ଏଥିରେ ପୁଣି ଜଣେ ଓଡ଼ିଆ ପୁଅ ସହିଦ୍ ହୋଇଛନ୍ତି। ଦେଶ ମାତୃକାର ସେବା କରି ସେ ନିଜର ଜୀବନ ଦେଇଛନ୍ତି। ତେବେ ଯାଜପୁର କ୍ଷେତ୍ରପାଳ ଗାଁର ଏହି ଯବାନ ଜଣଙ୍କ ସହିଦ ହେବା ଖବର ତାଙ୍କ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଏକ ଶୋକର ଛାୟା ଖେଳି ଯାଇଛି। ସମସ୍ତେ ଏହି ଖବର ଶୁଣିବା ପରେ ଦୁଃଖରେ ମର୍ମାହତ ହୋଇ ପଡିବା ସହିତ ଭାଙ୍ଗି ପଡିଛନ୍ତି।
ତେବେ ସୂଚନା ଅନୁସାରେ ଲାଦଖରେ ଏହି ଯବାନ ଜଣଙ୍କ ସହିଦ ହେବା ପରେ ଆଜି ତାଙ୍କର ମର ଶରୀର ପହଞ୍ଚିବ ବୋଲି ଜଣା ପଡିଛି। ତେବେ ଲଦାଖରେ ସହିଦ୍ ହୋଇଥିବା ଯବାନ ଓଡ଼ିଆ ପୁଅ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କ୍ଷେତ୍ରପାଳ ଗାଁର ଶଶାଙ୍କ ଶେଖର ସାମଲ। ସେ ସହିଦ ହେବା ପରେ ଏ ବିଷୟରେ ତାଙ୍କ ପରିବାରକୁ ଖବର ଦିଆ ଯାଇଥିଲା। ଯାହା ଜଣା ପଡିଛି ଶଶାଙ୍କ ଶେଖରଙ୍କ ମର ଶରୀର ଆଜି ତାଙ୍କ ଜନ୍ମମାଟିରେ ପହଞ୍ଚିବ। ଏହାପରେ ତାଙ୍କର ମରଶରୀର କୁ ଦେଖିବାକୁ ପାଇବେ ପରିବାର ବର୍ଗ ଓ ସ୍ଥାନୀୟ ଲୋକେ।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଶଶାଙ୍କ ଶେଖର ସାମଲ ଭାରତୀୟ ସ୍ଥଳସେନା ରେ କାର୍ଯ୍ୟରତ ଯବାନ ଥିଲେ।ତେବେ ଯାହା ସୂଚନା ରହିଛି ଯେ ଗୁରୁବାର ଦିନ ବିଳମ୍ବିତ ରାତିରେ ଶଶାଙ୍କ ଫେରୁଥିବା ବେଳେ ୩ ଶହ ଫୁଟ ଘାଟି ଉପରୁ ଗାଡିଟି ତଳକୁ ଖସି ପଡିଥିଲା। ଫଳରେ ଏକ ଅପ୍ରୀତିକର ପରିସ୍ଥିତି ସେଠାରେ ସୃଷ୍ଟି ହୋଇଥିଲା। ଗାଡିଟି ଏତେ ଉପରୁ ତଳକୁ ଖସି ପଡିବା ଫଳରେ ଏହି ଗାଡିରେ ଥିବା ଅନ୍ୟ ଯବାନଙ୍କ ସହ ଶଶାଙ୍କ ମଧ୍ୟ ସହିଦ୍ ହୋଇ ଥିଲେ। ଆଉ ଏହାର ଖବର ମିଳିବା ପରେ ସହିଦ ମାନଙ୍କ ଗ୍ରାମକୁ ଏ ବିଷୟରେ ସୂଚନା ଦିଆ ଯାଇଥିଲା।
ସମସ୍ତଙ୍କ ପରି ଏହି ଖବର ମିଳିବା ପରେ ଓଡ଼ିଶାର ସହିଦ ଯବାନ ଙ୍କ ଗାଁ କ୍ଷେତ୍ରପାଳରେ ଏକ ଗଭୀର ଶୋକର ଛାୟା ଖେଳି ଯାଇଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ୨୦୦୭ ରେ ଓଡ଼ିଶାର ସହିଦ ଯବାନ ଶଶାଙ୍କ ଶେଖର ସାମଲ ଭାରତୀୟ ସେନାରେ ଯୋଗ ଦେଇଥିଲେ। ତାଙ୍କ ଗ୍ରାମରେ ଥିବା ତାଙ୍କର ଘରେ ତାଙ୍କର ବିଧବା ମାଆ, ତାଙ୍କ ସ୍ତ୍ରୀ ଓ ତାଙ୍କର ୨ ବର୍ଷର ପୁଅ ଅଛି।
ଏବେ ପୁଅକୁ ହରାଇ ମାଆ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ଏହି ଖବର ପାଇବା ପରେ ସ୍ତବ୍ଧ ହୋଇ ଯାଇଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।