ମୋ ଶରୀର ସହ ଖେଳ ଖେଳିଦେଲା ଦିନେଶ,…ମୋତେ ହାଇକୋର୍ଟ ନ୍ୟାୟ ଦେଇପାରିଲା ନାହିଁ…ମୁଁ ସୁପ୍ରିମକୋର୍ଟ ଯିବି…

ବୋହୂ ର ମାନ୍ୟତା ନ ପାଇ ଦୀର୍ଘ ଦିନ ଧରି ଧାରଣାରେ ବସିଥିବା ବହୁ ଚର୍ଚ୍ଚିତ ବ୍ରହ୍ମପୁର ର କେ ଦୀପିକା ଙ୍କ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦିନେଶ ଙ୍କ ଘର ସାମ୍ନା ଆଗରେ ଧାରଣା ଦେଇଥିବା ଦୀପିକା ଙ୍କ ଟେଣ୍ଟ ପୋଡ଼ି ଦେଇଥିଲେ, ଆଉ ସେ ନେଇ ଦୀପିକା ଅଭିଯୋଗ କରିଛନ୍ତି। ଦିନେଶ ଙ୍କ ଘର ଆଗରେ ପାଖାପାଖି ୪ ମାସ ହେଲା ଦୀପିକା ଧାରଣା ରେ ବସିଛନ୍ତି। ଗତ ଦୁଇ ଦିନ ତଳେ ଧାରଣାରେ ବସିଥିବା ଦୀପିକା ଙ୍କ ଉପରେ ଦିନେଶଙ୍କ ମା ପାଣି ପକାଇ ଦେଇଥିଲେ।

ପରେ ଦୀପିକା ନିଜ ଘରକୁ ଯାଈ ସକାଳୁ ଆସିଲା ପରେ ଦେଖିଲେ ଟେଣ୍ଟ ମଧ୍ୟ ପୋଡ଼ି ଦେଇଛନ୍ତି। ଆଗକୁ ବିନା ଟେଣ୍ଟ ରେ ଖୋଲା ଆକାଶ ତଳେ ଏମିତି ଧାରଣା ଦେବେ ବୋଲି କହିଛନ୍ତି ଦୀପିକା।

ଏସବୁ ଘଟଣାକୁ ନେଇ ଆଜି ବ୍ରହ୍ମପୁର ଏସପିଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ ଦୀପିକା। ସେପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ ବ୍ରହ୍ମପୁର ଏସପି। ତେବେ ଏଣିକି ମହିଳା କମିଶନର ନୁହଁ କୋର୍ଟର ବିଚାରକୁ ଅପେକ୍ଷା କରିବାକୁ ହେବ।

କୋର୍ଟରେ ବିଚାର ଚାଲିଥିବା ବେଳେ କମିଶନର କୌଣସି ଭୂମିକା ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ରାଜ୍ୟ ମହିଳା କମିଶନ। ଏହି ଘଟଣାରେ ରାଜ୍ୟ ମହିଳା କମିଶନ ଦିନେଶଙ୍କୁ ବାରମ୍ବାର ନୋଟିସ୍ କରିଥିଲେ ବି ହାଜର ହେଉ ନଥିଲେ। କିନ୍ତୁ ବାପା ମା ଙ୍କ ସହ ଆଜି କମିଶନ ନିକଟରେ ପହଞ୍ଚିଥିଲେ ଦିନେଶ।

ଅଧ୍ୟକ୍ଷା ଙ୍କ ସାମ୍ନାରେ ଉଭୟ ପରିବାର ନିଜ ନିଜର ପକ୍ଷ ରଖିଲେ। ତେବେ ଦୀପିକା ଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ଦିନେଶ ସିଧାସଳଖ ମନା କରି ଦେଇଥିଲେ। ଆଉ ପୁଅ ପ୍ରତି ସହାନୁଭୂତି ଥିବା ଦିନେଶ ଙ୍କ ପରିବାର ଲୋକ କହିଥିଲେ।

ରାଜ୍ୟ ମହିଳା କମିଶନ ପକ୍ଷରୁ ନିରାଶ ହୋଇଥିବା ଦୀପିକା କହିଛନ୍ତି। ନ୍ୟାୟ ଆଶା ରେ ଧାରଣା ଜାରି ରହିବ ବୋଲି କହିଥିଲେ। ଏହା ବ୍ୟତୀତ ଆବଶ୍ୟକ ପଡ଼ିଲେ ସୁପ୍ରିମ କୋର୍ଟ ବି ଯିବାକୁ ପଛାଇବେ ନାହିଁ ବୋଲି ଦୀପିକା କହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।