Breaking News ପୁଣି ଏବେ ବଲିଉଡ୍ ଜଗତରୁ ଆସିଲା ବଡ ଦୁଖଦ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହଠାତ ହେଲା ପରଲୋକ, ପୁରା ବଲିଉଡ୍ ଜଗତ ଶୋକରଛାୟା…

ଆଜି ପୁଣି ଥରେ କଲାକାର ଜଗତ ପାଇଁ ଆସିଛି ବହୁତ ବଡ ଖବର କାରଣ ପୁଣି ଥରେ ଜଣେ ମହାନ କଳାକାରଙ୍କର ମୃତ୍ୟୁ ହୋଇଛି । ଯାହାର ମୃତ୍ୟୁରେ କଳାକାର ଜଗତରେ ବିଶେଷ କରି ବଲିଉଡ ପିଲ୍ମ ଇଣ୍ଟଷ୍ଟ୍ରିରେ ଶୋକର ଛାୟା ଖେଲିଯାଇଛି । କାରଣ ବଲିଉଡ ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି ତେବେ ଏହା ଆପଣ ମାନଙ୍କୁ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର କଥାଟି ସତ୍ୟ ଅଟେ । ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 58 ବର୍ଷ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆପଣ ମାନେ ଜାଣନ୍ତି ଏହା ପୂର୍ବରୁ ବଲିଉଡର କଳାକାର ରିଷି କପରଙ୍କର ମୃତ୍ୟୁ ହୋଇଥିଲା ଯିଏ କି କ୍ୟାନସର ରୋଗରେ ପୀଡିତ ଥିଲେ ପୁଣି ଏବେ ତାଙ୍କ ପରିବାରର ଅର୍ଥାତ ତାଙ୍କର ସାନ ଭାଇ ରାଜୀବ କପରଙ୍କର ମୃତ୍ୟୁ ହୋଇଛି ।

ଏହି ମୃତ୍ୟୁରେ ତାଙ୍କର ପରିବାରରେ ଶୋକର ଛାୟା ଖେଳିୟାଇଛି । ରିଷି କପୁରଙ୍କ ପତ୍ନୀ ନୀତୁ କପୁର ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଜରିଆରେ ରାଜୀବଙ୍କ ମୃତ୍ୟୁର ଖବର ଦେଇଛନ୍ତି । ମଙ୍ଗଳବାର ଦିନ ରାତିରେ ହଠାତ ରାଜୀବ କପୁରଙ୍କୁ ହାର୍ଟ ଆଟାକ ଆସିଥିଲା ମାତ୍ର ହସ୍ପିଟାଲ ନେଇଯିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ରାଜୀବ କପରଙ୍କର ମୃତ୍ୟୁରେ ଅନେକ ଅଭିନେତା, ଲେଖକ, ନିର୍ଦ୍ଦେଶକ, ଅଭିନେତ୍ରୀ ଆଦି ନିଜ ନିଜର ଶୋକ ଜାହିର କରିଛନ୍ତି ।

ରାଜୀବ କପୁର ମଧ୍ୟ ବଲିଉଡର ଜଣେ ଭଲ ଅଭିନେତା ଥିଲେ ସେ କେବଳ ଜଣେ ଅଭିନେତା ନଥିଲେ ବରଂ ଜଣେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ରହିଥିଲେ । 1983 ରେ ଫିଲ୍ମ ‘ଏକ ଜାନ୍‌ ’ରୁ ଅଭିନୟ ଜଗତରେ ପାଦ ଥାପିଥିଲେ ,

ମାତ୍ର ତାଙ୍କର ଫିଲ୍ମ ରାମତେରୀ ଗଙ୍ଗା ମେରୀ ସେ ଫେମସ ହୋଇଥିଲେ ଯେଉଁଥିରେ ସେ ଲିଡ ରୋଲରେ ନଜର ଆସିଥିଲେ ଏବଂ ସେହି ଫିଲ୍ମଟି 1985 ମସିହାରେ ରିଲିଜ ହୋଇଥିଲା । ରାଜୀବଙ୍କର ଏହି ଫିଲ୍ମ ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ ବରଂ ସଫଳତାର ସହିତ ଆଗକୁ ମାଡି ଚାଲିଥିଲେ ।

ରାଜୀବଙ୍କର ମୃତ୍ୟୁ ତାଙ୍କର ଚେମ୍ବୁର ସ୍ଥିତ ବାସ ଭନରେ ହୋଇଥିଲା । ପରିବାରରେ ଏବେ ବହୁତ ଶୋକର ଛାୟା ଖେଳିଯାଇଛି କାରଣ ପରିବାରରୁ ଗୋଟିଏ ଦୁଃଖ ସରିନଥିବା ବେଳେ ପୁରୀ ରାଜୀବଙ୍କର ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହା ସହିତ ରାଜୀବ ପରିବାରର ସାନ ପୁତ୍ର ଥିଲେ ଅର୍ଥାତ ରିଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ ଥିଲେ ରାଜୀବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।