ପାଞ୍ଚମାସର ଶିଶୁ ପାଇଁ ୬ କୋଟି ଟଙ୍କାର ଟ୍ୟାକ୍ସ ଛାଡ଼ିଦେଲେ ମୋଦି ! ଯଦି ଆପଣ ଙ୍କ ମନରେ ମୋଦୀ ଙ୍କ ପ୍ରତି ଭଲ ପାଇବା ଥିବ ତେବେ ନିଶ୍ଚିତ ସେୟାର କରନ୍ତୁ …
ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ । କୁହାଯାଏ ସମୟର ଚକ ସବୁବେଳେ ବୁଲୁଥାଏ, କେତେବେଳେ ଦୁଃଖ ତ କେତେବେଳେ ସୁଖ । ଦୁନିଆଟା ଭୁଷ କରି ଭୁଷୁଡି ଯାଏ , ଯେବେ ବାପାମାଁଙ୍କ କୋଳରେ ଖେଳୁଥିବା ପିଲାଟି କୌଣସି ରୋଗ ସହ ଲଢେଇ କରିବା ଆରମ୍ଭ କରେ , ଆପଣ ଅନୁମାନ ଲଗାଇ ପାରିବେନି କଣ ବିତେ ସେ ପରିବାର ଉପରେ ।ଆମ ସମାଜରେ ପ୍ରତିଦିନ ପିଲାମାନେ ଜନ୍ମଗ୍ରହଣ କରୁଥିବାର ଆପଣମାନେ ଜାଣିଥିବେ । ସେମାନଙ୍କ ମଧ୍ୟରୁ ଏମିତି କିଛି ପିଲା ଅଛନ୍ତି ଯେଉଂମାନେ କି ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାନ୍ତି ।
କେତେବେଳେ ପିଲାଟି ଜନ୍ମରୁ କୌଣସି ରୋଗ ବା ବିକଳାଙ୍ଗ ହୋଇ ଜନ୍ମ ହେଉଥିବା ବେଳେ ଅନ୍ୟ କେତେକ ସମୟରେ ପିଲାଟି ଜନ୍ମ ହୋଇସାରିବା ପରେ ଶରୀରରେ ଏକ ମାରାତ୍ମକ ରୋଗ ଦେଖାଦେଇଥାଏ ,ଯାହା ପାଇଁ ପିଲାର ଶରୀରର ବିକଳାଙ୍ଗ ହୋଇଯାଏ । କିନ୍ତୁ ଆଜି ଆମେ ଏମିତି ଜଣେ ଶିଶୁକନ୍ୟା କଥା କହିବୁ, ଯାହାକୁ ଜନ୍ମ ହେବାର 6ମାସ ବି ହୋଇନି, କିନ୍ତୁ ସେ ପ୍ରତିଦିନ ନିଜ ଜୀବନ ସହ ସଂଘର୍ଷ କରୁଛୁ ।
ସେହି ଶିଶୁ କନ୍ୟା ଜଣକ ହେଉଛନ୍ତି ତୀରା କାମତ। ତୀରା ଏକ ବିରଳ ରୋଗରେ ଆକ୍ରାନ୍ତ ଅଛନ୍ତି, ଯାହାକୁ ସ୍ପାଇନାଲ୍ ମସ୍କୁଲର ଏଟ୍ରୋଫୀ (SMA) କୁହାଯାଏ । ଏହା ଏଭଳି ଏକ ରୋଗ, ଯାହାର ଚିକିତ୍ସା କେବଳ Zolgensma ନାମକ ଏକ ବିଶେଷ ଇଞ୍ଜେକ୍ସନ୍ ଦ୍ୱାରା ସମ୍ଭବ।
ଏହି ଇଞ୍ଜେକ୍ସନକୁ ଆମେରିକାରୁ ମଗାଇବାକୁ ପଡ଼ିବ ଏବଂ ଏଥିରେ ଚିକିତ୍ସା ପାଇଁ ପାଖାପାଖି 16କୋଟି ଟଙ୍କା ଖର୍ଚ୍ଚ ହେବ, ତାପୁଣି ବିନା ଟ୍ୟାକ୍ସରେ ହେବ। ଏଥିରେ ଇମ୍ପୋର୍ଟ ଡ୍ୟୁଟି ଓ ଟ୍ୟାକ୍ସକୁ ଯଦି ମିଶାଯିବ, ତାହେଲେ ଏହାର ଦାମ 22 କୋଟି ହେବ। ଯାହା କୌଣସି ମଧ୍ୟବର୍ଗୀୟ ପରିବାର ପାଇଁ ଏହି ରୋଗର ଚିକିତ୍ସା କରାଇବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ କୁନି ଶିଶୁର ବାପା ମିହିର କାମତ ଓ ମା’ ପ୍ରିୟଙ୍କା କ୍ରାଉଣ୍ଡଫଣ୍ଡିଂ ଜରିଆରେ ଏହି ଟଙ୍କା ଜମା କରିଛନ୍ତି। ସୋଶାଲ ମିଡିଆରେ ଏକ ପେଜ୍ ତିଆରି କରି ତୀରାର ମାତାପିତା ପାଖାପାଖି 15କୋଟି ଟଙ୍କା ଯୋଗାଡ଼ କରିଥିବା ଜଣାପଡ଼ିଛି।
Sincere gratitude to Hon PM @narendramodi ji for your humanitarian and extremely sensitive approach towards exempting all the taxes (approx ₹6.5 crore) for importing the life saving drug for Mumbai’s 5 month old Teera Kamat!
I wish Teera a speedy recovery & healthy life! pic.twitter.com/wxT8PsnSx5— Devendra Fadnavis (@Dev_Fadnavis) February 9, 2021
ଆଶ୍ଚର୍ଯ୍ୟକର ବିଷୟ ହେଉଛି ଶିଶୁଟିର ଚିକିତ୍ସାରେ 6.5 କୋଟି ଟଙ୍କାର ଟ୍ୟାକ୍ସ ଲାଗିଥାନ୍ତା । କିନ୍ତୁ ଏହି ମାମଲା ସାମ୍ନାକୁ ଆସିବା ପରେ ବିଜେପି ନେତା ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ଏବଂ ଆମେରିକାରୁ ଆସିବାକୁ ଥିବାରୁ ଏହି ଇଞ୍ଜେକ୍ସନକୁ ଟ୍ୟାକ୍ସ ଫ୍ରି’ କରିବାକୁ ନିବେଦନ କରିଥିଲେ ।
ଏହାପରେ ମୋଦି ସରକାର ଇଞ୍ଜେକ୍ସନ ଉପରେ ଲାଗିବାକୁ ଥିବା ସମସ୍ତ ଟ୍ୟାକ୍ସ (23 ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଓ 12 ପ୍ରତିଶତ ଜିଏସଟି)କୁ ଛାଡ଼ କରିଦେଇଛନ୍ତି, ଯାହାର ମୂଲ୍ୟ ପାଖାପାଖି ସାଢ଼େ 6କୋଟି ଟଙ୍କ ହେବ । ଆଉ ଏବେ ଆମେରିକାର ଖୁବଶୀଘ୍ର ଏହି ଇଞ୍ଜେକ୍ସନ୍ ମଗାଯିବ।
ଶିଶୁଟିର ମାତାପିତାଙ୍କ କହିବା ଅନୁଯାୟୀ, ଜନ୍ମ ବେଳେ ତୀରା ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ହେଲେ ପରେ ଧୀରେ ଧୀରେ ତା’ର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଲା। ସ୍ପାଇନାଲ୍ ମସ୍କୁଲର ଏଟ୍ରୋଫୀ ଟାଇପ୍-1 ଏକ ବିରଳ ରୋଗ। ଯାହାଦ୍ୱାରା ପିଲାମାନଙ୍କ ମାଂସପେଶୀ ଦୁର୍ବଳ ହେବାରେ ଲାଗିଥାଏ। ଏହାସହ ଶରୀରରେ ପାଣିର ଅଭାବ ଏବଂ ସ୍ତନପାନ ଓ ନିଶ୍ୱାସ ବେଳେ ବହୁତ ସମସ୍ୟା ହୋଇଥାଏ। ଏହି ରୋଗ ପିଲାମାନଙ୍କୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦେଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।