Dr Tanushree–ଗର୍ଭ ନଷ୍ଟ ବା ମିସକ୍ୟାରେଜ କାହିଁକି ହୁଏ? ଏହାର ଲକ୍ଷଣ ଏବଂ କାରଣ କଣ ରହିଥାଏ ଜାଣନ୍ତୁ !……ପ୍ରତ୍ୟେକ ଦାମ୍ପତ୍ୟ ପରିବାରକୁ ଏକଥା ଜାଣିବା ଦରକାର…..
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ , ବିଶେଷ କରି ଗର୍ଭବତୀ ନାରୀ ମାନଙ୍କ ପାଇଁ ଅଥବା ଯେଉଁମାନଙ୍କର ଗର୍ଭପାତ ହୋଇଛି ସେମାନେ ଏ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । କାରଣ ଆମେ ଆପଣ ମାନଙ୍କୁ କହିବୁ କି ଆପଣଙ୍କର ଗର୍ଭପାତ କାହିଁକି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
ଅନେକ ସମୟରେ ଦେଖାଯାଏ କି ଗର୍ଭପାତ ଆପେ ଆପେ ହୋଇଯାଏ ମାତ୍ର ବେଳେବେଲେ ଔଷଧ ସେବନ କରି ଗର୍ଭପାତ କରାଯାଇଥାଏ । ଗର୍ଭପାତ କାରଣ ଦୁଇପ୍ରକାର ହୋଇଥାଏ ଜଣେ ଜାଣିଜାଣି କରି କରିଥାଏ ଅନ୍ୟପଟେ ତାର ଶରୀରରେ ଗର୍ଭଧାରଣ କ୍ଷମତା ରହିନଥାଏ ।
ପିଲା ପାଇଁ ମା ହେଉଛି ସବୁଠୁ ବଡ , ତେବେ ଯଦି ଜଣେ ନାରୀ କହୁଛି କି ତା ଶରୀର ଭିତରେ କିଛି କଥା ଅବନରମାଲ ରହିଛି ବୋଲି ସେ କହୁଛି ତେବେ ଆମେ ମାନେ ତାର କଥାକୁ ବୁଝିବା ଦରକାର ଏବଂ ତାହାକୁ ଡାକ୍ତରଙ୍କ ପାଖକୁ ନେଇକରି ପରାମର୍ଶ କରିବା ଦରକାର । ଯଦି ଜଣେ ନାରୀର ତିନି ମାସ ପରେ କିଛି ଅସୁବିଧା ହେଉଛି ତାର ଶରୀରରୁ ପାଣି ଯାଉଛଛି କି ବ୍ଲିଡିଙ୍ଗ ହେଉଚି ତେବେ ତାହା ଗର୍ଭପାତ ହେଉଛି ବୋଲି ଆମ ଜାଣିବୁ ।
ଏହା ସହିତ ଅଲଟ୍ରାସାଉଣ୍ଡ କଲେ ଯେଉଁ ପାଣି ଭିତରେ ପିଲାଟି ବଢିଥାଏ , ତେବେ ସେଥିରେ ଯଦି କିଛି ଅସୁବିଧା ଦେଖିବାକୁ ମିଳେ ତେବେ ସେହିଟା କହିଥାଏ କି ଶରୀର ତାହାକୁ ଗ୍ରହଣ କରୁନାହିଁ ଏବଂ ଏହା ବହୁତ ଶୀଘ୍ର ଗର୍ଭପାତ ହେବାକୁ ଯାଉଛି ।
ଯଦି ଆପଣ ଗର୍ଭପାତ କରାଉଛନ୍ତି ଏବଂ ଗର୍ଭପାତ ମେଡିସିନ ଆଣିକରି ଖାଉଛନ୍ତି ତେବେ ତାହା ପରେ ମଧ୍ୟ ଆପଣ ମାନେ ଡାକ୍ତରଙ୍କର ପରାମର୍ଶ ନିଶ୍ଚିତ କରନ୍ତୁ । କାରଣ ମେଡିସିନ ଖାଇବାର କିଛି ନିୟମ ରହିଛି ଯେ କୌଣସି ବୟସରେ ଖାଇଲେ ତାହା ଠିକ ନୁହେଁ ।
ଏଥିରେ ଯେ କୌଣସି ସମୟରେ ମାର ଜୀବନ ପ୍ରତି ମଧ୍ୟ ଅସୁବିଧା ରହିଥାଏ । ତେଣୁ ଡାକ୍ତରଙ୍କର ପରାମର୍ଶରେ ହିଁ ଆପଣ ମାନେ ମେଡିସନ ସେବନ କରିବେ ଯାହା ଦ୍ୱାରା କି ସେ କହିପାରିବେ କି କେତେ ଗର୍ଭ ବୟସରେ ଆପଣ ମାନେ ମେଡିସିନ ସେବନ କରିବା ଦରକାର ।
ଯଦି ଜଣଙ୍କର ଗର୍ଭପାତ ହେଉଛି ତେବେ ସେ ମନଦୁଃଖ କରିବା କଥା ନୁହେଁ କି ତାର ଆଗକୁ ଆଉ ହେବ ନାହିଁ ଗୋଟିଏ ଗର୍ଭପାତ ପରେ ଆପଣ ମାନେ ଆଗକୁ ଗର୍ଭଧାରଣ କରିପାରିବେ ମାତ୍ର ତିନୋଟି ଗର୍ଭପାତ ପରେ ଯେଉଁ ଗର୍ଭପାତ ଆପେ ଆପେ ହୋଇତାଏ ତାହା ପରେ ମଧ୍ୟ ଜଣେ ନାରୀ 60 ପ୍ରତିଶତ ଗର୍ଭଧାରଣ କରିପାରିବ । ତେଣୁ ନିରାଶ ହେବେ ନାହିଁ ହେଲେ ଡାକ୍ତରଙ୍କର ପରାମର୍ଶ ନିଶ୍ଚିତ ନେବେ । ଏହା ସହିତ ତିନି ମାସ ପର୍ଯ୍ୟନ୍ତ ଅନ୍ୟ ଗୋଟିଏ ଗର୍ଭପ୍ଲାନ କରିବେ ନାହିଁ ।
ଏହା ସହିତ ଆପଣ ମାନେ କେବେବି ଗର୍ଭଧାରଣ ସମୟରେ ଆଲକୋହଲ , ସିଗାରେଟ , ଡ୍ରକ୍ସ ଆଦିର ସେବନ କରିବେ ନାହିଁ ଏହା ଦ୍ୱାରା ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇଥାଏ । ଏହା ସହିତ ଯଦି ଆପଣଙ୍କର ମୋଟାପା ଅଧିକ ରହିଛି ତେବେ ଗର୍ଭପାତ ହେବାର ଚାନ୍ସ ବହୁତ ଅଧିକ ରହିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।