shocking ଭିଡ଼ିଓ ଛୁଆକୁ ଝୁଣି ଝୁଣି ମାରିଦେଲେ ଏମିତି ଦୃଶ୍ୟ ବୋଧ ହୁଏ ଆପଣ ଆଗରୁ କେବେ ଦେଖିନଥିବେ । ଜଣେ କୁନି ପିଲାକୁ ଝୁଣି ଖାଉଛନ୍ତି ୪ କୁକୁର
ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଘଟଣା ଖୁବ ଭାଇରାଲ ହେବାରେ ଲାଗୁଛି ଯାହାକି ଆପଣ ନିହାତି ଭାବରେ ଅବଗତ ହେଉ ଥିବେ | ସେଭଳି ଭାବେ ଏକ ଦୃଶ୍ୟ ଏବେ ସମସ୍ତ ଙ୍କୁ ଖୁବ ପ୍ରଭାବିତ କରିଛି ଯାହାକି ଏହି ଦୃଶ୍ୟ ଟିକୁ ଆପଣ ଦେଖିଲେ ଭୟଭୀତ ହେବା ସହିତ ଦୁଃଖ ମଧ୍ୟ ପ୍ରକାଶ କରିବେ | ଏମିତି ବି ଜୀଵନ ଚାଲିଯିବ ତାହା କେହି ବି କେବେ କଳ୍ପନା ମଧ୍ୟ କରି ନଥିବେ, ଏମିତି ଦୃଶ୍ୟ ବୋଧ ହୁଏ ଆପଣ ଆଗରୁ କେବେ ହେଲେ ଦେଖି ନଥିବେ | ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ କୁନି ପିଲା କୁ ଚାରି କୁକୁର ଝୁଣି ଖାଉଛନ୍ତି ଯାହାକି ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଆଉ ଏହାକୁ ଦେଖିଲା ପରେ ଆପଣ ମଧ୍ୟ ବିଚଳିତ ହୋଇ ଯିବେ | ବୟସ ମାତ୍ର 4 ବର୍ଷ ଆଉ ସବୁଦିନ ପରି କୁନି ପିଲା ଟି ଖେଳିବା ପାଇଁ ବାହାରି ଥିଲା ହେଲେ ବୁଲା କୁକୁର ଙ୍କ ହାବୁଡ଼ା ରେ ପଡ଼ି ନିରୀହ ଶିଶୁ ର ଜୀଵନ ଚାଲି ଗଲା |
କୁନି ଶିଶୁ ଟିକୁ କୁକୁର ମାନେ ଘେରି ଗଲେ ଆଉ ତାପରେ ଆକ୍ରମଣ କଲେ ଯାହାକି ଏଥୁରୁ ମିକୁଳିବା ପାଇଁ ଛୁଆ ଟି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଥିଲେ ବି ସେ ବର୍ତ୍ତୀ ପାରି ନଥିଲା ଆଉ ଶେଷରେ ଛୁଆ ଟିଏ ଜୀଵନ ଚାଲି ଯାଇଥିଲା | ଏହି ଛାତି ଥରା ଦୃଶ୍ୟ ସିସି ଟିଭି ରେ କଏଦ ହୋଇ ଥିବା ବେଳେ ପୁରା ଚିତ୍ର ଦେଖିବା ସମ୍ଭବପର ନୁହେଁ |
ହାଇଦ୍ରାବାଦ ର ବାକ ଅମ୍ବରପେଡ ହାଉସିଂ ସୋସାଇଟି ରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି | ମୃତ ପ୍ରଦୀପ ର ବାପା ଗଙ୍ଗାଧର ଏହି ହାଉସିଂ ସୋସାଇଟି ରେ ସିକ୍ୟୁରିଟି ଭାବେ କାମ କରୁଥିବା ନେଇ ସୂଚନା ମିଳିଛି | କୁକୁର ର ଆକ୍ରମଣ ବେଳେ ପୁଅର କାନ୍ଦ ଶୁଣି ବାପା ଦୌଡ଼ି ଆସି ପୁଅକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇ ଥିଲେ ହେଲେ ସବୁକିଛି ବିଳମ୍ବ ହୋଇ ସାରିଥିଲା | ଚିକିତ୍ସା ବେଳେ କୁନି ଶିଶୁ କୁ ଡାକ୍ତର ମୃତ ଘୋଷଣା କରିଥିଲେ |
ଏହି ଅଞ୍ଚଳ ରେ ବୁଲା କୁକୁର ଙ୍କର ଉତ୍ପାତ ଦିନକୁ ଦିନ ବଢୁ ଥିବା ବେଳେ ଏଥିପାଇଁ ପ୍ରଶାସନ କୁ ସାଧାରଣ ଲୋକେ ଦାୟୀ କରିଛନ୍ତି | ଅପର ପଟେ ପ୍ରଶାସନ ଏହି ସ୍ଥାନରୁ ବୁଲା କୁକୁର ଙ୍କୁ କାବୁ କରୁଥିବା ଚିତ୍ର ବି ସାମ୍ନା କୁ ଆସିଛି | ତେବେ ଏଭଳି ଏକ ଦୃଶ୍ୟ ସିସି ଟିଭି ରେ ରେକର୍ଡ ହୋଇ ଥିଲା ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |