ବଞ୍ଚିଥିବା ପର୍ଯ୍ୟନ୍ତ ଗୋଟେବି ଦାନ୍ତ ହଲିବ ନାହିଁ, କଳା ହଳଦିଆ ଦାନ୍ତ ମୋତି ଭଳି ଧଳା ହେବ | Dont use Toothpaste
ଆଜିର ସମୟରେ ପ୍ରାୟ ଲୋକଙ୍କର ଦାନ୍ତ ଜନିତ ସମସ୍ୟା ରହୁଅଛି କାହାକୁ ଅସହ୍ୟ ଦାନ୍ତ ଜନିତ ସମସ୍ୟା ଭୋଗିବା ପାଇଁ ପଡୁଛି ତ କାହାକୁ କ୍ୟାଲେରୀ ଭଳି ସମସ୍ୟା ଭୋଗିବା ପାଇଁ ପଡୁଛି | ଯଦି ଆପଣଙ୍କୁ ଦାନ୍ତ ପ୍ରକାର ର କୌଣସି ସମସ୍ୟା ବି ଅଛି, ତା ଛଡ଼ା ଯଦି ଆପଣଙ୍କ ଦାନ୍ତ କଳା ଓ ହଳଦିଆ ପଡ଼ି ଗଲାଣି ତେବେ ଆଜିର ରେମିଡ଼ି କୁ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ସମ୍ବନ୍ଧିତ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ | ତେବେ ଏହି ଘରୋଇ ଉପଚାର ଟି ସମ୍ପୂର୍ଣ୍ଣ ଆୟୁର୍ବେଦିକ ଅଟେ ଯାହା କୌଣସି ପ୍ରକାର ସାଇଡ ଇଫେକ୍ଟ ପଡ଼ିବ ନାହିଁ |
କିନ୍ତୁ ମାର୍କେଟ ରେ ମିଳୁ ଥିବା ଟୁଥ ପେଷ୍ଟ କୁ ବ୍ୟବହାର କଲେ ତାହା ନିହାତି ଭାବରେ ଆପଣଙ୍କ ଉପରେ ଖରାପ ପ୍ରଭାବ ପଡୁଅଛି | ଯଦି ଆପଣଙ୍କ ଦାନ୍ତକୁ ସର୍ବଦା ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପଚାର କୁ ନିହାତି ଆପଣାନ୍ତୁ ଦେଖିବେ ଜୀବନରେ ଆଉ କୌଣସି ପ୍ରକାର ଦାନ୍ତ ଜନିତ ସମସ୍ୟା ରହିବ ନାହିଁ |
ପ୍ରଥମ ଉପଚାର :-
ପ୍ରଥମେ ଆପଣ ଏକ ରୁ ଦୁଇ ଚାମଚ ସୋରିଷ ତେଲ ନିଅନ୍ତୁ ଏହାପରେ ଚିମୁଟାଏ ହଳଦୀ ଆପଣ ଏଥିରେ ପ୍ରୟୋଗ କରନ୍ତୁ | ଆଉ ଶେଷରେ ଏଥିରେ ଚିମୁଟାଏ ଲୁଣ ଆପଣ ଏଥିରେ ପ୍ରୟୋଗ କରନ୍ତୁ ଆଉ ଏହି ସବୁ ସାମଗ୍ରୀ ଅତି ସହଜ ରେ ଆମ ରୋଷେଇ ଘରୁ ଆମକୁ ମିଳିଯିବ | ଏହାପରେ ଏହି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଯାହାକି ଏକ ପେଷ୍ଟ ଭଳି ପ୍ରସ୍ତୁତ ହୋଇ ଯିବ |
ଆଉ କୌଣସି କେମିକାଲ ଟୁଥ ପେଷ୍ଟ ବ୍ୟବହାର କରିବା ପାଇଁ ପଡ଼ିବ ନାହିଁ, ଏହି ପେଷ୍ଟ କୁ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କର ଦାନ୍ତ ଜନିତ ସମସ୍ୟା ଆଉ ରହିବ ନାହିଁ | ଏହି ଉପଚାର କୁ ଆପଣ ନିଜ ଆଙ୍ଗୁଠି ସାହାଯ୍ୟ ରେ ନିଅନ୍ତୁ ଆଉ ନିଜ ମାଢିରେ ମାଲିସ କରନ୍ତୁ |
ଦ୍ୱିତୀୟ ଉପଚାର :-
ପ୍ରଥମେ ଆପଣ ଘଷି ପାଉଁଶ ନିଅନ୍ତୁ, ଯାହାକି ଗୋବର ରୁ ଯେଉଁ ଘଷି ପ୍ରସ୍ତୁତ ହୁଏ, ତେବେ ପ୍ରଥମେ ଏକ ଚାମଚ ଏହି ଘଷି ପାଉଁଶ ଗୁଣ୍ଡ କୁ ନିଅନ୍ତୁ | ଏହାପରେ ଚିମୁଟାଏ ଫିଟିକିରି ଗୁଣ୍ଡ ଏଥିରେ ପ୍ରୟୋଗ କରନ୍ତୁ, ଏହାପରେ ଚିମୁଟାଏ ଲୁଣ ଏଥିରେ ପକାନ୍ତୁ | ଏହି ଉପଚାର କୁ ନେଇ ନିଜ ଦାନ୍ତରେ ଘସନ୍ତୁ ଦେଖିବେ ଆପଣ ଙ୍କର ଦାନ୍ତ ଜନିତ ସମସ୍ୟା ଦୂର ହୋଇ ଯିବ |
ତୃତୀୟ ଉପଚାର :-
ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କର ଦାନ୍ତ ହଳଦିଆ ପଡ଼ି ଯାଏ, ସେମାନେ ପାନ ଗୁଟଖା କିଛି ବି ଖାଆନ୍ତି ନାହିଁ କିନ୍ତୁ ହେଲେ ବି ତାଙ୍କର ଦାନ୍ତ ହଳଦିଆ ପଡ଼ିଯାଏ | ଯଦି ଆପଣଙ୍କ ଦାନ୍ତ ହଳଦିଆ ପଡ଼ି ଯାଉଛି ତେବେ ଆପଣ ଆମ୍ବ ପତ୍ର ତୋଳିକି ନେଇ ଆସନ୍ତୁ ଆଉ ଏହାକୁ ପାଟିରେ ରଖି ଚୋବାନ୍ତୁ | ଚୋବାଇ ସାରିବା ପରେ ଯେଉଁ ଖଦଡ଼ ଅଂଶ ରହି ଯାଉଛି ତାହାକୁ ନିଜ ଦାନ୍ତରେ ଘଷନ୍ତୁ ଦେଖିବେ ଆପଣଙ୍କର ହଳଦିଆ ଦାନ୍ତ ଧଳା ହୋଇ ଯିବ ଏବଂ ଆପଣ ଙ୍କୁ ଦାନ୍ତ ଜନିତ ସମସ୍ୟା କେବେ ବି ହେବ ନାହିଁ |